ETV Bharat / state

ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ, ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପାର୍ବଣ ପୂର୍ବରୁ ପୋଲିସକୁ ରାଇରଙ୍ଗପୁର ସଫଳତା, ପୂଜାରେ ବଡ଼ ଧରଣ ଡକାୟତି ଯୋଜନା ହେଲା ପଣ୍ଡ, ଦେଶୀ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର, କାର, ବାଇକ୍ ଆଦି ଜବତ । ରିପୋର୍ଟ: ସଞ୍ଜୟ ପରିଡ଼ା

Rairangpur police foiled  robbery plan 9 arrested
ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ (ETV Bharat)
author img

By ETV Bharat Odisha Team

Published : October 12, 2026 at 7:48 AM IST

2 Min Read
Choose ETV Bharat

ରାଇରଙ୍ଗପୁର: ପାର୍ବଣ ସମୟରେ ବଡ଼ ଧରଣ ଡ଼କାୟତି ଯୋଜନା କରୁଥିବା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ରାଇରଙ୍ଗପୁର ପୋଲିସ । ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ଡକାୟତି ଉଦ୍ୟମ ବେଳେ ଦୁଇ ଡକାୟତ ଗ୍ୟାଙ୍ଗର ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛନ୍ତି । ଡକାୟତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଅନେକ ମାରଣାସ୍ତ୍ର ଜବତ କରାଯାଇଛି ।

ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ (ETV Bharat)

ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି, "ପର୍ବପର୍ବାଣୀ ପ୍ରରିପ୍ରେକ୍ଷୀରେ ରାଜ୍ୟ ପୋଲିସ ତରଫରୁ ପେଶାଦାର ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଏଥିରେ ରାଇରଙ୍ଗପୁର ପୋଲିସକୁ ବଡ଼ ସଫଳତା ମିଳିଛି । ଆମେ ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛୁ ।"

Rairangpur police foiled  robbery plan 9 arrested
ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ (ETV Bharat)

ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେଶ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପାର୍ବଣ ସମୟରେ ଅପରାଧୀ ଓ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି । ଗତ ଶନିବାର ରାତିରେ ବହଳଦା ଥାନା ଅଞ୍ଚଳରେ ଡକାୟତମାନେ ଡକାୟତି କରିବାକୁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବହଲଦା ଥାନା ଅଧିକାରୀ ଭାସ୍କର ପ୍ରଧାନ ଚଢ଼ାଉ କରିଥିଲେ । ଫଳରେ ବଡ଼ ଧରଣ ଯୋଜନାବଦ୍ଧ ଡକାୟତି ବିଫଳ ହୋଇଛି ।

Rairangpur police foiled  robbery plan 9 arrested
ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ (ETV Bharat)

ବିଳମ୍ୱିତ ରାତିରେ ବହଳଦା ଓ ଗମ୍ଭାରିଆ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ କେତେକ ଅଜଣା ବ୍ୟକ୍ତି ଗମ୍ଭାରିଆ ରାବଣ ପୋଡି ପଡିଆ ନିକଟ ଏକ ନିଛାଟିଆ ଜାଗାରେ ଏକତ୍ରିତ ହୋଇ ପ୍ରସ୍ତୁତି ଚଳାଇଥିଲେ । ପୋଲିସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଚାରିଚକିଆ ଯାନ, ଦୁଇଟି ଖଣ୍ଡା, କିଛି ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ସାତ ଜଣଙ୍କୁ ଗିରଫ କରିଛନ୍ତି ।

ଗିରଫ ବ୍ୟକ୍ତି:

ଝାରପୋଖରିଆ ଥାନା ଅନ୍ତର୍ଗତ ଡୁମୁରିଆ ଗ୍ରାମର ରାଜା ବେହେରା (୧୯), ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡମକୁରାଡି ଗ୍ରାମର ଶେକ୍ ସଫରଉଦ୍ଦିନ (୨୪), ଶେକ୍ ଅଜମଲ (୩୨) ଓ ଏମଡି ଅରବାଜ୍ ସାଇ (୨୧), ଝାରଖଣ୍ଡର ଇଷ୍ଟ ସିଂହଭୂମ ଜିଲ୍ଲାର କୁୱାଲି ଥାନା ଅଞ୍ଚଳର ଜୟୀ ସିଟ୍ (୨୫) ଓ ମୁସାବଣି ଥାନା ଅଞ୍ଚଳର ଶେକ୍ ୱାହିଦ୍ (୨୬), ବାଦାମ ପାହାଡ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳର ଜଗଜିତ୍ ମହାନ୍ତ (୨୦) ଗିରଫ ହୋଇଛନ୍ତି ।

Rairangpur police foiled  robbery plan 9 arrested
ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ (ETV Bharat)

ସେହିପରି ଗମ୍ଭାରିଆ ନିକଟରୁ ଡ଼କାୟତି ଯୋଜନା କରୁଥିବା ବେଳେ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି । ଖେଜୁରିତାଣ୍ଡି ଅଞ୍ଚଳରେ ଡ଼କାୟତି ନେଇ ଯୋଜନା କରୁଥିବା ପୋଲିସ ଖବର ପାଇ ଚଢାଉ କରିଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡମକୁରାଡି ଗ୍ରାମର ଶେକ୍ ରାଜାଉଦ୍ଦିନ (୨୩)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରାଜାଉଦ୍ଦିନ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୋଟିଏ ଜୀବନ୍ତ ଗୁଳି ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ସେହିପରି ଆଉ ଜଣକୁ ଅଟକ ରଖାଯାଇଛି । ଅନୁସନ୍ଧାନ ଚାଲିଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ବିଷଦ ବିବରଣୀ ଦେଇନାହିଁ ।

ରାଇରଙ୍ଗପୁର ଏସପିଙ୍କ କହିବା ଅନୁସାରେ, ଗିରଫ ଅପରାଧୀଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଥାନାରେ ପୂର୍ବରୁ ଅନେକ ଗୁଡିକ ମାମଲା ରହିଛି । ସେମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ରହିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...

ମୟୂରଭଞ୍ଜରେ ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, 7 ଅଭିଯୁକ୍ତ ଗିରଫ

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଡକାୟତି: ସୁନ୍ଦରଗଡ଼ କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ


ଇଟିଭି ଭାରତ, ମୟୂରଭଞ୍ଜ