ETV Bharat / state

ଜୁଲାଇ ପହିଲାରୁ ବଢ଼ିବ ବର୍ଷା, ଆହୁରି ୭ ଦିନ ଛେଚିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି

ଆସନ୍ତା ୭ ଦିନ ଅର୍ଥାତ ଜୁନ ୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରିପୋର୍ଟ: ଦେବସ୍ମିତା ରାଉତ

ightning streaks across the sky during rain
ଜୁଲାଇ ପହିଲାରୁ ବଢ଼ିବ ବର୍ଷା (PTI)
author img

By ETV Bharat Odisha Team

Published : June 29, 2026 at 4:43 PM IST

2 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ବେଳେ କାଳବୈଶାଖୀ ବର୍ଷା ଜାରି ରହିଛି । ରାଜ୍ୟରେ ମେଘୁଆ ପାଗ ଥିବା ବେଳେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବର୍ଷା ହେଉଛି । ଜୁନ ପହିଲାରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷାର ପରିମାଣ ବଢ଼ିବ । ଆସନ୍ତା ୭ ଦିନ ଅର୍ଥାତ ଜୁନ ୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଓ ଆସନ୍ତାକାଲି ପାଇଁ ସତର୍କତା:
ଆଜି ଓ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ । ଏହି ୭ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି । ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୩୦ରୁ ୪୦ କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।

ଜୁଲାଇ ପହିଲାରୁ ବଢ଼ିବ ବର୍ଷା:

ଜୁଲାଇ ୧ ତାରିଖରୁ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବର୍ଷାର ପରିମାଣ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ବଲାଙ୍ଗୀର, ସୋନପୁର, ଗରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡା଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ଅନ୍ୟ ସବୁ ଜିଲ୍ଲାରେ ହାଲୁକା ବର୍ଷା ସହ ୩୦ରୁ ୪୦ କିମି ବେଗରେ ଝଡ଼ି ପବନ ବହିବ । ୧ ତାରିଖରେ ସାରା ରାଜ୍ୟରେ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁଲାଇ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବେ । ବଜ୍ରପାତ ଓ ପବନ ପାଇଁ କୌଣସି ସତର୍କତା ଜାରି ହୋଇନାହିଁ ।



ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମେଘୁଆ ପାଗ ସହ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ବାଲେଶ୍ୱର ରାଜଘାଟରେ ସର୍ବାଧିକ ୯୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଚଳିତ ମୌସୁମୀରେ ସ୍ୱାଭାବିକ ବର୍ଷା ଠାରୁ ରାଜ୍ୟରେ କମ୍‌ ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡା ଏବେ ବି ନିଅଁଟିଆ ବର୍ଷା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ..

IMD ଆଲର୍ଟ: ଜୁଲାଇ ୩ ଯାଏଁ ଓଡ଼ିଶାରେ ବର୍ଷିବ, ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବା ସମ୍ଭାବନା

Rain Alert: 30 ତାରିଖ ଯାଏଁ ପ୍ରବଳ ବର୍ଷା ସହ ବଜ୍ରପାତ, ଏସବୁ ଜିଲ୍ଲାକୁ ସତର୍କତା ଜାରି

ଇଟିଭି ଭାରତ, ଭୁବନେଶ୍ବର