ETV Bharat / state

କେତେ ସୁରକ୍ଷିତ ରାଜଧାନୀର ବ୍ୟାବସାୟିକ ପ୍ରତିଷ୍ଠାନ ? ସୁପରମାର୍ଟ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି, ଅଗ୍ନି ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ

କୋଠାର ନିର୍ମାଣ ବେଳେ ପ୍ଲାନ ଅନୁଯାୟୀ ବିଭିନ୍ନ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବା କଥା। ଉକ୍ତ ପ୍ଲାନକୁ ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷ ଆପ୍ରୁଭାଲ ଦେବା କଥା। ଏହି ଦିଗରେ କିଛି ଅବହେଳା ରହୁଛି।

questions raised after major supermarket fire
ସୁପରମାର୍ଟ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି (Etv Bharat)
author img

By ETV Bharat Odisha Team

Published : February 26, 2026 at 2:19 PM IST

2 Min Read
Choose ETV Bharat

ରିପୋର୍ଟ- ସତ୍ୟଜିତ ରାଉତ


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟ ଏସପି ଗ୍ରୁପ୍ ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଏବେ ଆଲୋଡନ ସୃଷ୍ଟି ହୋଇଛି । ଏହି କାଣ୍ଡ ପରେ ଅଗ୍ନି ନିରାପତ୍ତା ଦିଗକୁ ନେଇ ଅନେକ ରହସ୍ୟ ପଦାକୁ ଆସିଛି। କୋଠାରେ ଅଳ୍ପ କିଛି ଅଗ୍ନି ନିରାପତ୍ତା ଉପକରଣ ଥିବା ବେଳେ ଫାୟାର ସେଫଟି ପ୍ରମାଣପତ୍ର ନ ଥିଲା। କୋଠାରେ କୌଣସି ଝରକା ନ ଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ ଥିଲା। ଫଳରେ ଉଚ୍ଚ କୋଠାକୁ ପଶି ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡିଥିଲା। ତେବେ ଏହି ଘଟଣା ପରେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀରେ ଏଭଳି ଅନେକ ସପିଂ ମଲ, ସୁପର ମାର୍ଟ ଏବଂ ଅନ୍ୟାନ୍ୟ ସଂସ୍ଥା ଚାଲୁଥିବା କୋଠାର ବୈଧ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନ ଥିବା ଅଭିଯୋଗ ହେଉଛି। ଏପରିକି ସମସ୍ତେ ପର୍ଯ୍ୟାପ୍ତ ପରିମାଣରେ ଅଗ୍ନି ନିରାପତ୍ତା ଉପକରଣ ମଧ୍ୟ ରଖୁ ନାହାନ୍ତି। ଏକ 5 ମହଲା ବିଶିଷ୍ଟ ମଲର ନିଆଁକୁ ଆୟତ୍ତ କରିବା ପାଇଁ ଆଗ୍ନିଶମ ବାହିନୀକୁ 24 ଘଣ୍ଟାରୁ ଅଧିକ ସମୟ ଲାଗିଲା । ରାଜଧାନୀରେ ଆହୁରି ବଡ ବଡ ମଲ ରହିଛି । ଏଭଳି ସ୍ଥିତିରେ ଅଗ୍ନିକାଣ୍ଡ ଘଟିଲେ, ବଡ଼ କ୍ଷୟକ୍ଷତି ଘଟିବ ବୋଲି ଆଶଙ୍କା କରାଯାଉଛି।

questions raised after major supermarket fire
ସୁପରମାର୍ଟ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି (Etv Bharat)
କଣ କହୁଛି ଆଇନଅଗ୍ନି ନିବାରଣ ଓ ଅଗ୍ନି ନିରାପତ୍ତା (ସଂଶୋଧିତ) ଆଇନ ୨୦୨୫ ଅନୁଯାୟୀ, ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିୟମ ରହିଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାକୁ ହେଲେ ଟାଉନ ପ୍ଲାନିଂର ଆପ୍ରୁଭାଲ ଆବଶ୍ୟକ। ପ୍ରତିଷ୍ଠାନର ଉଚ୍ଚତା ଓ ପରିଧିକୁ ନେଇ ବ୍ୟବସ୍ଥା କରିବାକୁ ନିୟମ ରହିଛି। କୋଠାଗୁଡିକରେ ଭିନ୍ନ ଭିନ୍ନ ଫାୟାର ଫାଇଟିଂ ବ୍ୟବସ୍ଥା କରିବାକୁ ଅଗ୍ନିଶମ ବିଭାଗର ନିର୍ଦ୍ଦେଶନାମା ରହିଛି। ପ୍ରତିଷ୍ଠାନଗୁଡିକରେ ଲାଗିଥିବା ଅଗ୍ନି ନିରାପତ୍ତା ଉପକରଣ କାମ କରୁଛି କି ନାହିଁ ପ୍ରତି ୬ ମାସରେ ଥରେ ଅଗ୍ନିଶମ ବାହିନୀ ଯାଞ୍ଚ କରିବେ ବୋଲି ନିୟମ ରହିଛି।
questions raised after major supermarket fire
ସୁପରମାର୍ଟ ବଡ଼ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି (Etv Bharat)
ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସବୁଠୁ ଗୁରୁତ୍ୱପୂର୍ଣ୍ଣଏନେଇ ପୂର୍ବତନ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ୱାଇଁ କହିଛନ୍ତି, କୋଠାର ନିର୍ମାଣ ବେଳେ ପ୍ଲାନ ଅନୁଯାୟୀ ବିଭିନ୍ନ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବା କଥା। ଉକ୍ତ ପ୍ଲାନକୁ ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷ ଆପ୍ରୁଭାଲ ଦେବା କଥା। ଏହି ଦିଗରେ କିଛି ଅବହେଳା ରହୁଛି। ପ୍ରତିଷ୍ଠାନଗୁଡିକର ଛାତ ଉପରେ ଟାଙ୍କି ରହିବା ଜରୁରୀ। ଅଧିକ ଅଞ୍ଚଳ ଥିଲେ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ସହ ବିଭିନ୍ନ ପମ୍ପ ରହିବ। ଵିଶେଷ କରି ଫାୟାର ଆଲାରାମ, ଫାୟାର ଏକ୍ସଷ୍ଟିଂଗ୍ୟୁସର ରଖିବା ଆବଶ୍ୟକ। କୋଠାଗୁଡିକ ବେଆଇନ ଭାବେ ନିର୍ମାଣ ହେଉଥିଲେ ଲାଇସେନ୍ସ ଅଥୋରିଟି ଏହି ଅବହେଳା ଦିଗରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଵିଶେଷ କରି ସମସ୍ତେ ଏହି ଦିଗରେ ସଚେତନ ହେବା ଦରକାର। ଯେଉଁ ଯନ୍ତ୍ରପାତି ଲାଗିଛି ତାହା କାମ କରୁଛି କି ନାହିଁ ଯାଞ୍ଚ କରୁ ନାହାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଯେତେ ଜନ ସଚେତନତା ସୃଷ୍ଟି କରାଯିବ ଏଭଳି ବିପତ୍ତିକୁ ଅଟକାଯାଇ ପାରିବ ବୋଲି ସ୍ୱାଇଁ କହିଛନ୍ତି।
questions raised after major supermarket fire
ସୁପରମାର୍ଟ ବଡ଼ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି (Etv Bharat)
ବିଭିନ୍ନ ସମୟରେ ଯାଞ୍ଚ କରି ନୋଟିସ୍ କରୁଛୁଏନେଇ ଡେପୁଟି ଫାୟାର ଅଫିସର (ଡିଏଫଓ) ନାରାୟଣ ଦାସ କହିଛନ୍ତି, କୌଣସି ଉଚ୍ଚ କୋଠା ନିର୍ମାଣ ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଜରୁରୀ। କୋଠାରେ ପର୍ଯ୍ୟାପ୍ତ ପ୍ରଵେଶ ଓ ପ୍ରସ୍ଥାନ ରହିବା ଦରକାର। ଏଥିସହ ଅଗ୍ନି ନିରାପତ୍ତା ଉପକରଣ ମଧ୍ୟ ରଖିବା ଦରକାର। ରାଜଧାନୀରେ ଏଭଳି ଅନେକ ବ୍ୟାବସାୟିକ ଅନୁଷ୍ଠାନ ଫାୟାର ସେଫଟି ସାର୍ଟିଫିକେଟ୍ ରଖୁନଥିବା ଅଭିଯୋଗ ହେଉଛି। ଆମେ ବିଭିନ୍ନ ସମୟରେ ଏହି ଦିଗରେ ଯାଞ୍ଚ କରି ନୋଟିସ ମଧ୍ୟ କରୁଛୁ। ଏନେଇ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଦାସ କହିଛନ୍ତି।
questions raised after major supermarket fire
ସୁପରମାର୍ଟ ବଡ଼ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି (Etv Bharat)
ଦୁଇ ମାସ ତଳେ ହୁତୁହୁତୁ ଜଳିଥିଲା ହୁକା ବାରଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱ ସତ୍ୟବିହାରରେ ଥିବା 'ନୋ ଲିମିଟ ଏୟାର' ରେଷ୍ଟୁରାଣ୍ଟ ତଥା ହୁକା ବାରରେ ଗତ ଡିସେମ୍ବର ୧୨ ତାରିଖ ଭୟଙ୍କର ଅଗ୍ନିକାଣ୍ଡ କାଣ୍ଡ ଘଟିଥିଲା। ଛାତ ଉପରେ ଥିବା ଏହି ବାରଟି ହୁତୁହୁତୁ ହୋଇ ଜଳିବା ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା। ପରେ ଏହି ବାରରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନ ଥିବା ଜଣାପଡିଥିଲା। ସକାଳ ସମୟରେ ବାରଟି ବନ୍ଦ ଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା, ଫଳରେ କୌଣସି ଲୋକ ମୃତାହତ ହୋଇ ନ ଥିଲେ। ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ପୁଣି ରାଜଧାନୀରେ ଅଗ୍ନିକାଣ୍ଡ; ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ଜରୁରୀ ଦସ୍ତାବିଜ୍

ଏହା ମଧ୍ୟ ପଢନ୍ତୁ ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ, ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି