ETV Bharat / state

ରଥଯାତ୍ରା ସମୟରେ ଆରମ୍ଭ ହେବ ବଡଦେଉଳ ଯାଞ୍ଚ; ରତ୍ନବେଦୀ ଓ ଗର୍ଭଗୃହକୁ ଯାଞ୍ଚ କରିବ ଏଏସଆଇ ଟିମ୍

ଶ୍ରୀଜିଉମାନେ ରଥଯାତ୍ରାରେ ଯାଇ ଆଡପ ମଣ୍ଡପ ବିଜେ ପରେ ଆରମ୍ଭ ହେବ ବଡଦେଉଳ ଯାଞ୍ଚ । ମହାପ୍ରଭୁ ବିଜେ କରୁଥିବା ରତ୍ନ ବେଦୀ ଓ ଗର୍ଭଗୃହକୁ ଯାଞ୍ଜ କରାଯିବ

PURI LORD JAGANNATH TEMPLE
ରଥଯାତ୍ରା ସମୟରେ ଆରମ୍ଭ ହେବ ବଡଦେଉଳ ଯାଞ୍ଚ (File pic)
author img

By ETV Bharat Odisha Team

Published : July 5, 2026 at 9:23 PM IST

1 Min Read
Choose ETV Bharat

ପୁରୀ: ଶ୍ରୀଜିଉମାନେ ରଥଯାତ୍ରାରେ ଯାଇ ଆଡପ ମଣ୍ଡପ ବିଜେ ପରେ ଆରମ୍ଭ ହେବ ବଡଦେଉଳ ଯାଞ୍ଚ । ମହାପ୍ରଭୁ ବିଜେ କରୁଥିବା ରତ୍ନ ବେଦୀ ଓ ଗର୍ଭଗୃହକୁ ଯାଞ୍ଚ କରାଯିବ । ଚଟାଣ, କାନ୍ଥ, ଛାତ ପ୍ରଭୃତି ସ୍ଥିତି କିଭଳି ରହିଛି ତାହାକୁ ଏଏସଆଇ ବୈଷୟିକ ଟିମ୍ ଯାଞ୍ଚ କରିବେ ।

ଭରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ତଥା ଏଏସଆଇର ବୈଷୟିକ ଟିମ୍, ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଟିମ୍, ନିର୍ମାଣ ବିଭାଗର ବୈଷୟିକ ଟିମ୍, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ମିଳିତ ଭାବେ ଯାଞ୍ଚ କାର୍ଯ୍ୟ କରିବେ । ଆସନ୍ତା ୧୮ ତାରିଖରେ ଏହି ବୈଷୟିକ ଯାଞ୍ଚ କରାଯିବ । ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକର ନିଷ୍ପତ୍ତି ଅନୁସାରେ ୩ଟି କାର୍ଯ୍ୟକୁ ପ୍ରମୁଖତା ଦିଆଯିବ । ପ୍ରଥମତଃ ବଡଦେଉଳର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପକୁ ଭଲ ଭାବେ କଳା ଛଡାଇ ସଫା କରାଯିବ । ପରେ ଏହାର ଷ୍ଟ୍ରକଚରାଲ ସ୍ଥିତି ଅନୁଧ୍ୟାନ କରାଯିବ । ଆଵଶ୍ୟକ ସ୍ଥଳେ ପଥର ସ୍ଥାନାନ୍ତର ଓ ମରାମତି କରାଯିବ । ଶେଷରେ କେମିକାଲ ୱାସ୍ କରାଯାଇ ସଂରକ୍ଷଣ କାର୍ଯ୍ୟ ଶେଷ କରାଯିବ । ଚଳିତବର୍ଷ ଭୋଗ ମଣ୍ଡପକୁ ଭଲ ଭାବେ ଯାଞ୍ଚ କରାଯିବ ସହ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।


ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, "ବଡଦେଉଳର ସ୍ଥିତି ସମ୍ପର୍କରେ ଯାଞ୍ଚ କରାଯିବା ପରେ ଅବଶ୍ୟକ ମରାମତି କରିବାକୁ ବୈଠକରେ ଆଲୋଚାନା ହୋଇଛି । କେମିକାଲ ଟ୍ରିଟମେଣ୍ଟ କରାଯିବ, ଯେଉଁଠି ପଥର ସ୍ତାନାନ୍ତରର ଆବଶ୍ୟକତା ରହିଛି ସେଠାରେ କରାଯିବ । ବର୍ଷା ଜଳ ନିଷ୍କାସନ ଠିକରେ ହେଉଛି କି ନାହିଁ ତାହାର ଯାଞ୍ଚ କରାଯିବ । ପ୍ରଥମେ ଏଏସଆଇ ଟିମ୍ ସହିତ ଶ୍ରୀମନ୍ଦିର ବୈଷୟିକ ଟିମ୍ ଯାଞ୍ଜ କରିବେ । ପରେ ମରାମତି କାର୍ଯ୍ଯ କରାଯିବ ।"



ଏଏସଆଇର ଓଡ଼ିଶା ମୁଖ୍ୟ ମିଲନ କୁମାର ଚାଓଲେ କହିଛନ୍ତି, "ପ୍ରତିବର୍ଷ ଭଳି ପ୍ରଥମେ ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ପ୍ରଭୃତିର ସଫାସୁତୁରା କାର୍ଯ୍ୟ ହେବ । ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ଅନୁଯାୟୀ ମରାମତି କାର୍ଯ୍ଯ କରାଯିବ । ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ଯ ସହ କେମିକାଲ ଟ୍ରିଟମେଣ୍ଟ କରାଯିବ ।"



ଏହା ବି ପଢନ୍ତୁ- ଏଥର ରଥଯାତ୍ରାରେ ରନ୍ଧା ଖାଦ୍ୟ ବଣ୍ଟନ ବନ୍ଦ, ୩୦୦ ବସକୁ ପ୍ରଦାନ କରାଯିବ ଅସ୍ଥାୟୀ ପରମିଟ

ଇଟିଭି ଭାରତ, ପୁରୀ