ETV Bharat / state

ପୁଣି ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି; 9 ଦିନରେ ଭାରତ ବାହାରେ ରଥଯାତ୍ରା ପାଇଁ ସହମତ ନାହିଁ ଇସ୍କନ

ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ହୋଇଛି ଇସ୍କନ । ହେଲେ ଧାର୍ଯ୍ୟ 9 ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ନାହିଁ ।

Puri Gajapati Maharaja Dibyasingha Deb
Puri Gajapati Maharaja Dibyasingha Deb (File pic)
author img

By ETV Bharat Odisha Team

Published : October 21, 2025 at 10:56 PM IST

|

Updated : October 22, 2025 at 5:15 PM IST

2 Min Read
Choose ETV Bharat

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ସାରା ବିଶ୍ଵରେ ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ ପରେ ଭାରତରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି ଭାରତରେ କାର୍ଯ୍ୟ କରୁଥିବା ଇସ୍କନ ସଂସ୍ଥା ।

ତେବେ ଭାରତ ବାହାରେ କିନ୍ତୁ କାର୍ଯ୍ୟ କରୁଥିବା ଇସ୍କନ କିନ୍ତୁ ଏହାକୁ ମାନୁନି । ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି ଅନୁଯାୟୀ ଭାରତ ବାହାରେ ସ୍ନାନ ଯାତ୍ରା ପାଳନ ପାଇଁ ଆନ୍ତର୍ଜାତିକ ଇସ୍କନ ସଂସ୍ଥା ସହମତି ପ୍ରକାଶ କରିଥିବା ବେଳେ ରଥ ଯାତ୍ରା କିନ୍ତୁ ତିଥି ଅନୁଯାୟୀ ପାଳନ ପାଇଁ ଅସହମତି ପ୍ରକାଶ କରିଛି । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଇସ୍କନକୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ।

Gajapati Maharaja letter to ISKCON
Gajapati Maharaja letter to ISKCON (ETV Bharat)

ପୁଣି ଇସ୍କନକୁ ଗଜପତି ମହାରାଜା ଲେଖିଲେ ଚିଠି-

  • ଇସ୍କନ GBC ଅଧ୍ୟକ୍ଷଙ୍କୁ ଗଜପତି ମହାରାଜାଙ୍କ ଚିଠି
  • ଇସ୍କନ GBC ସିଦ୍ଧାନ୍ତର ପୁର୍ନବିଚାର କରୁ ଲେଖିଛନ୍ତି ଗଜପତି ମହାରାଜା
  • ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ
  • ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁନି ଲେଖିଲା ଇସ୍କନ୍‌
  • ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ଲେଖିଲେ
  • ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ହୋଇଛି ଇସ୍କନ
  • ୯ ଦିନରେ ଦେଶ ବାହାରେ ରଥଯାତ୍ରା ପାଇଁ ସହମତି ହୋଇପାରୁନୁ ଜଣାଇଲେ
  • ଯାହାକୁ ନେଇ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଲେଖିଲେ ଚିଠି
Gajapati Maharaja letter to ISKCON
Gajapati Maharaja letter to ISKCON (ETV Bharat)


ଇସ୍କନକୁ ଗଜପତି ମହାରାଜା ଚିଠି ଲେଖିଛନ୍ତି, "ଅଦିନିଆ ରଥ ଯାତ୍ରାକୁ ଇସ୍କନ ବନ୍ଦ କରୁ । ଶାସ୍ତ୍ରରେ ଲିଖିତ ତିଥି ଅନୁଯାୟୀ ଇସ୍କନ ରଥଯାତ୍ରା ସାରା ବିଶ୍ଵରେ ଆୟୋଜନ କରୁ । ଗଜପତି ମହାରାଜା ଗତ ୬ ସେପ୍ଟେମ୍ବର ୨୦୨୫ରେ ପଶ୍ଚିମବଙ୍ଗ ମାୟାପୁରରେ ଅବସ୍ଥିତ ଇସ୍କନ ଗଭର୍ଣିଂ ବଡି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଚୂଡାନ୍ତ ନିଷ୍ପତ୍ତି କ୍ରମେ, ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିର ମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥ ଯାତ୍ରା ପାଳନ କରିବେ ।"

Gajapati Maharaja letter to ISKCON
Gajapati Maharaja letter to ISKCON (ETV Bharat)

ତେବେ ଇସ୍କନ ଜିବିସି ଅଧ୍ୟକ୍ଷ ତାଙ୍କ ୧୯ ଅକ୍ଟୋବର ୨୦୨୫ରେ ପତ୍ର ମାଧ୍ୟମରେ ଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି, ଇସ୍କନ ଭାରତ ଓ ବିଦେଶରେ ସମସ୍ତ ମନ୍ଦୀରରେ ଶାସ୍ତ୍ରୋକ୍ତ ତିଥି (ଜ୍ୟେଷ୍ଠ ପୂର୍ଣ୍ଣିମା)ରେ ସ୍ନାନ ଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ, ସେମାନେ ଶ୍ରୀଜଗନ୍ନାଥ ମନ୍ଦୀର ପରିଚାଳନା କମିଟିର ଶାସ୍ତ୍ର ଓ ପରମ୍ପରା ନିର୍ଦ୍ଧାରିତ ତିଥି ଅନୁଯାୟୀ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା 9 ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇପାରୁନାହାନ୍ତି ।

Gajapati Maharaja letter to ISKCON
Gajapati Maharaja letter to ISKCON (ETV Bharat)

ଏହା ବି ପଢନ୍ତୁ- ପୁଣି ଇସ୍କନର ମନମାନି: ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବି



ତେବେ ଇସ୍କନ ଜିବିଶି ( ISKCON GBC) ଅଧ୍ୟକ୍ଷଙ୍କ ପତ୍ରର ଉତ୍ତର ଦେଇ ଗଜପତି ମହାରାଜା ଆଜି (ମଙ୍ଗଳବାର) ଇସ୍କନ ଜିବିଶୀ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ସେମାନଙ୍କ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଓ ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ସମସ୍ତ ଦେଶର ଇସ୍କନ ମନ୍ଦିର ମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା ନଅ ଦିନ ମଧ୍ୟରେ ରଥଯାତ୍ରା ପାଳନ ନେଇ ଗଜପତି ମହାରାଜା ଦିଗ ଦର୍ଶନ ଦେଇଛନ୍ତି । ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ପ୍ରେସ ବାର୍ତ୍ତା ଯୋଗେ ମିଡ଼ିଆକୁ ଏହି ସୁଚନା ଦେଇଛନ୍ତି।

ଇଟିଭି ଭାରତ, ପୁରୀ

Last Updated : October 22, 2025 at 5:15 PM IST