ପୁରୀ ସହରରେ ଚାଞ୍ଚଲ୍ୟ: ଜନ୍ମକଲା ମା'କୁ ହତ୍ୟାକରି ରୋଷେଇ ଘରେ ପୋତି ଦେଲା ପୁଅ!
ରୋଷେଇ ଘରେ ମହିଳା ଙ୍କ ଶବ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିବାରୁ ଶବ କୁ ତଳୁ କାଢ଼ିବା ପାଇଁ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର


Published : August 24, 2026 at 11:06 PM IST
Puri Son Killed Mother, ପୁରୀ : ସହରର କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ନିଜ ଜନ୍ମକଲା ମା' କୁ ପୁଅ ହତ୍ୟାକାରୀ ରୋଷେଇ ଘରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳ କୁ ପୋଲିସ ଯାଇ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ପୁରୀ ସିଟି ଡି ଏସ ପି ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି । ରୋଷେଇ ଘରେ ମହିଳା ଙ୍କ ଶବ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିବାରୁ ଶବ କୁ ତଳୁ କାଢ଼ିବା ପାଇଁ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ସୂଚନା ଅନୁଯାୟୀ ଦୁଇ ମାସ ତଳେ ଜଣେ ମାଆ ଏବଂ ପୁଅ ଆସି ମନୋରମା ସାହୁ ନାମକ ବ୍ୟକ୍ତିଙ୍କ ଘରେ ଆସି ଭଡ଼ାରେ ରହିଥିଲେ । ତେବେ ଆଜି ଘର ମାଲିକ ମନୋରମା ତାଙ୍କ ଘର ମଧ୍ୟରୁ ପଚା ଗନ୍ଧ ଆସୁଥିବା ବାରି ଥିଲେ । ମା କିଛି ଦିନ ହେଲା ନଜର ଆସୁନଥିବା ବେଳେ ପୁଅ ମଧ୍ୟ ଗତକାଲି ଠାରୁ କେଉଁଆଡ଼େ ଫେରାର ହୋଇଯାଇଛି । ଏପରିସ୍ଥଳେ ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରାଯାଉଛି । ରୋଷେଇ ଘର ସ୍ଲାବ ତଳେ ନିଜ ମା'ଙ୍କୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ଘର ମାଲିକ । ଚଟାଣରେ ଆସି ପାଣି ବର୍ଜ୍ୟ ଭାସୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି । ତାହା ଶରୀରଟି ପୋଚି ଯାଉଥିବା ସନ୍ଦେହ କରାଯାଉଛି ।

ପୁରୀ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, "ଅଭିଯୋଗ ଆସିବା ପରେ ଆମେ ଘଟଣା ସ୍ଥଳରେ ଉପସ୍ଥିତ ରହି ତତନ୍ତ୍ ଆରମ୍ଭ କରିଛୁ । ତଦନ୍ତ ପରେ ଆମେ ଏ ସମ୍ପର୍କରେ ସୂଚନା ଦେଇପାରିବୁ ।"
ଏହା ମଧ୍ୟ ପଢ଼ନ୍ତୁ- ଲ୍ୟାବ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ: ପକେଟରୁ ମିଳିଲା ବିଷାକ୍ତ ଇଞ୍ଜେକସନ
ଏହା ମଧ୍ୟ ପଢ଼ନ୍ତୁ- ବିଦ୍ୟୁତ ଆଘାତରେ ଦୁଇ ଚାଷୀଙ୍କ ମୃତ୍ୟୁ: ମୃତଦେହ ରଖି 55 ନମ୍ବର ଜାତୀୟ ରାଜପଥ ଅବରୋଧ, ଘଟଣାସ୍ଥଳରେ ଉତ୍ତେଜନା
ଇଟିଭି ଭାରତ, ପୁରୀ

