ETV Bharat / state

ଭକ୍ତ ନିବାସରେ ପାର୍କିଂ ପାଇଁ ଦେବାକୁ ପଡିବ 500 ଟଙ୍କା, ସ୍ପଷ୍ଟ କଲେ ଶ୍ରୀମନ୍ଦିର ପ୍ରଶାସକ

ଭକ୍ତ ନିବାସରେ ପାର୍କିଂ ଫିକୁ ନେଇ ବିବାଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୀକରଣ ଭକ୍ତ ନିବାସରେ ସୀମିତ ସ୍ଥାନ ଥିବାରୁ ଅଧିକ ଗାଡ଼ି ପାର୍କିଂ ନହେବା ପାଇଁ ଏହି ବ୍ୟବସ୍ଥା ।

PURI BHAKTA NIWAS PARKING
ଭକ୍ତ ନିବାସ (ETV Bharat Odisha)
author img

By ETV Bharat Odisha Team

Published : January 9, 2026 at 5:35 PM IST

2 Min Read
Choose ETV Bharat

Puri Bhakta Niwas Parking Fee ପୁରୀ: କମିବନି ଶ୍ରୀମନ୍ଦିର ଭକ୍ତ ନିବାସ ପାର୍କିଂ ଫି । ଭକ୍ତ ନିବାସରେ ଗାଡି ପାର୍କିଂ କରୁଥିଲେ ଦିନକୁ ଗଣିବେ 500 ଟଙ୍କା । ନୂଆ ପାର୍କିଂ ଫିକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ଭକ୍ତ ନିବାସରେ ପାର୍କିଂ ପାଇଁ ଅଧିକ ଜାଗା ନଥିବାରୁ ଯାତ୍ରୀଙ୍କୁ ଗାଡ଼ି ନଆଣିବା ପାଇଁ ଏକ ବାର୍ତ୍ତା ଦେବାକୁ ଏହି ବ୍ୟବସ୍ଥା କରାଯାଇଛି ।




କଣ କହିଲେ ଶ୍ରୀମନ୍ଦିର ପ୍ରଶାସକ ?


ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ‘ଭକ୍ତ ନିବାସର ରୁମ ଦର ଅନ୍ୟାନ୍ୟ ହୋଟେଲ ଅପେକ୍ଷା କମ ଦର ରହୁଥିବାରୁ ୫ ଶହ ଟଙ୍କା ପାର୍କିଂ ଫି ଭକ୍ତ ନିବାସରେ ରହୁଥିବା ଯାତ୍ରୀଙ୍କୁ ସମସ୍ୟା ହେବନାହିଁ । ଚାରିଚକିଆ ଯାନ ନେଇ ଆସୁଥିବା ଯାତ୍ରୀ ମାନେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଥିବାରୁ ୫ ଶହ ଟଙ୍କା ପାର୍କିଂ ଫି ବ୍ୟବସ୍ଥା କରାଯାଇଛି । ତେବେ ଭକ୍ତ ନିବାସ ନିକଟରେ ଥିବା ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ ପାର୍କିଂରେ ୨୪ ଘଣ୍ଟାକୁ ୨୪୦ ଟଙ୍କା ପାର୍କିଂ ଦର ଥିବାବେଳେ ସେଠାରେ ଯେଉଁ ଭକ୍ତ ଚାହିଁବେ ଚାରିଚକିଆ ଯାନର ପାର୍କିଂ କରିପାରିବେ ।’

ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ପାର୍କିଂ ଫିକୁ ନେଇ ବିବାଦ (ETV Bharat Odisha)

ସୂଚନା ଥାଉକି, ଭକ୍ତ ନିବାସରେ ଗାଡି ପାର୍କିଂ ମାଗଣା ଥିଲା । ନିକଟରେ ଶ୍ରୀମନ୍ଦିର ପ୍ରଶାସନ 500 ଟଙ୍କା ପାର୍କିଂ ଫି କରିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Bhakta Niwas Parking Fee
ଭକ୍ତ ନିବାସ (ETV Bharat Odisha)


ରଥକାଠ ପୂଜା ପାଇଁ ପ୍ରସ୍ତୁତି:

ଆଗାମୀ ସରସ୍ଵତୀ ପୂଜାରେ ରଥକାଠ ପୂଜା କରିବା ପାଇଁ ପରମ୍ପରା ଥିବାରୁ ସେନେଇ ଏବେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରାଯାଇଛି । ଚଳିତବର୍ଷ ରଥ ନିର୍ମାଣ ପାଇଁ ୮୧୮ ଖଣ୍ଡ ରଥକାଠ ଆସିବ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ଗତବର୍ଷ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି। ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ନିକଟରେ ଦୁଇ ସେଟ୍ ଚାରମାଳ କାଠ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।

Bhakta Niwas Parking Fee
ଭକ୍ତ ନିବାସ (ETV Bharat Odisha)

ଗୁଣ୍ଡିଚା ମନ୍ଦିର ପାଇଁ ପ୍ରବେଶ ଶୁଳ୍କ:

ସେହିପରି ଆଗାମୀ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ନୂତନ ଏସଓପିକୁ ଅନୁମୋଦନ କରାଯିବ । ଗୁଣ୍ଡିଚା ମନ୍ଦିରରେ ଆଗାମୀ ଦିନରେ ମାହାଲ ବ୍ୟବସ୍ଥା ହେବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କରିବ । ଭକ୍ତଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଛୋଟ ପିଲାଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ ।

Bhakta Niwas Parking Fee
ଭକ୍ତ ନିବାସ (ETV Bharat Odisha)

ଶ୍ରୀଗୁଣ୍ଡିଚା ମନ୍ଦିରର ଚାରି ପାର୍ଶ୍ୱର ଉନ୍ନତିକରଣ କାର୍ଯ୍ୟ କରାଯିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟିର ପରାମର୍ଶ ଅନୁଯାୟୀ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବ । ସେହିପରି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ଏକ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯିବ । ଯେଉଁ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନରେ ଶ୍ରୀମନ୍ଦିର ଆସିବେ ସେମାନେ ଆଗୁଆ ଉକ୍ତ ମୋବାଇଲ ଆପ୍ଲିକେସନ ଅବା ଶ୍ରୀମନ୍ଦିର ପୋର୍ଟାଲରେ ଆଗୁଆ ପଞ୍ଜିକରଣ କରିବେ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ସ୍ବେଚ୍ଛାସେବୀ ମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କୁ ନେଇ ଦର୍ଶନ କରାଇବେ । ଏନେଇ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କେବେ ଶୃଙ୍ଖଳିତ ହେବ ଜଗା ଦର୍ଶନ ? ନକଲି ବାନା ବିକି ଭକ୍ତଙ୍କ ଭାବାବେଗ ସହ ଖେଳ, ମନ୍ଦିର ପ୍ରଶାସନ ନିରବତା ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାର୍ଶ୍ୱର ହେବ ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ନାଟମଣ୍ଡପରେ ଲାଗିବ AC

ଡମ୍ପିଂୟାର୍ଡ ଭ୍ରମ ସୃଷ୍ଟି କରୁଛି ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ଓ ଶ୍ରୀମାର୍ଗ, ଖତ ଖାଉଛି ଟଏଲେଟ୍, ରାସ୍ତାକଡ଼ ପାଲଟିଛି ଶୌଚାଳୟ !


ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗର ସଫେଇ ପାଇଁ ପଦକ୍ଷେପ ନିଆଯିବ। ପୁରୀ ପୌରପାଳିକା ସହିତ ଆଲୋଚନା କରାଯାଇ ନିୟମିତ ସଫେଇ ପାଇଁ ପଦକ୍ଷେପ ନିଆଯିବ । ଆଗାମୀ ଏପ୍ରିଲ ମାସ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରର ସବୁ ମରାମତି କାର୍ଯ୍ୟ ଶେଷ କରିବା ପାଇଁ OBCCକୁ କୁହାଯାଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଡିଜିଟାଲ ହୁଣ୍ଡି ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଏହା ଦ୍ଵାରା ଭକ୍ତଙ୍କ ଠାରୁ ଅଧିକ ଦାନ ସଂଗ୍ରହ କରିହେବ।


ଇଟିଭି ଭାରତ, ପୁରୀ