ETV Bharat / state

ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ

ଦୁର୍ଘଟଣା ଘଟାଇ ଦୁଇ ଶହ ମିଟର ପର୍ଯ୍ୟନ୍ତ ସ୍କୁଟରଟିକୁ ଘୋଷାଡ଼ି ନେଲା ବୋଲେରୋ ଗାଡ଼ି । ନାବାଳକ ନାତିର ମୃତ୍ୟୁ ଘଟିଥିବାବେଳେ ଜେଜେ ଗୁରୁତର ହୋଇଛନ୍ତି ।

ପ୍ରଥମେ ସାଇକେଲ ଓ ପରେ ସ୍କୁଟର ଉପରେ ଚଢିଗଲା ବୋଲେରୋ ଗାଡ଼ି ।
ପ୍ରଥମେ ସାଇକେଲ ଓ ପରେ ସ୍କୁଟର ଉପରେ ଚଢିଗଲା ବୋଲେରୋ ଗାଡ଼ି । (ETV BHARAT ODISHA)
author img

By ETV Bharat Odisha Team

Published : January 2, 2026 at 4:55 PM IST

1 Min Read
Choose ETV Bharat

ପୁରୀ: ନୂଆବର୍ଷରେ ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।

ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ (ETV BHARAT ODISHA)

ଜଳଖିଆ ଆଣିବା ପାଇଁ ସ୍କୁଟରରେ ଯାଉଥିବା ବେଳେ ଘଟିଲା ସିରିଜ୍ ଦୁର୍ଘଟଣା । ପ୍ରଥମେ ସାଇକେଲ ଓ ପରେ ସ୍କୁଟର ଉପରେ ଚଢିଗଲା ବୋଲେରୋ ଗାଡ଼ି । ଦୁଇ ଶହ ମିଟର ପର୍ଯ୍ୟନ୍ତ ସ୍କୁଟରଟିକୁ ଘୋଷାଡ଼ି ନେଲା ବୋଲେରୋ ଗାଡ଼ି । ଫଳରେ ନାବାଳକ ନାତିର ମୃତ୍ୟୁ ଘଟିଥିବାବେଳେ ଜେଜେ ଗୁରୁତର ହୋଇ ପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରଥମେ ସାଇକେଲ ଓ ପରେ ସ୍କୁଟର ଉପରେ ଚଢିଗଲା ବୋଲେରୋ ଗାଡ଼ି ।
ପ୍ରଥମେ ସାଇକେଲ ଓ ପରେ ସ୍କୁଟର ଉପରେ ଚଢିଗଲା ବୋଲେରୋ ଗାଡ଼ି । (ETV BHARAT ODISHA)

ମୃତ ନାବଳକ ଜଣକ କୁମୁଟି ସାହିର ନୀରଞ୍ଜନ ଦେ ଙ୍କ ପୁଅ ଶ୍ରେୟାଂଶ ଦେ (୫) ବୋଲି ଜଣାପଡିଛି। ସେହିପରି ଗୁରୁତର ଜେଜେ ହେଉଛନ୍ତି ନୀଳକଣ୍ଠ ଦେ ଏବଂ ଅନ୍ୟ‌ ଜଣେ ନାବାଳକ ରାଜା ସାହୁ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି।

ନୀଳକଣ୍ଠ ଦେ ତାଙ୍କ ନାତି ଓ ଅନ୍ୟ ଜଣେ ସମ୍ପର୍କୀୟ ନାବାଳକକୁ ସ୍କୁଟରରେ ବସାଇ ଜଳଖିଆ ଆଣିବା ପାଇଁ ଯାଉଥିଲେ । ସେହି ସମୟରେ ବଡଦାଣ୍ଡର ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ସିରିଜ ଦୁର୍ଘଟଣା ଘଟାଇଥିଲା। ପ୍ରଥମେ ଏକ ସାଇକେଲକୁ ଧକ୍କା ଦେବା ପରେ ସ୍କୁଟରକୁ ଧକ୍କା ଦେଇଥିଲା ବୋଲେରୋ ।

ନୂଆବର୍ଷରେ ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ
ନୂଆବର୍ଷରେ ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ (ETV BHARAT ODISHA)

ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଶ୍ରେୟାଂଶକୁ ମୃତ ଘୋଷଣା କରିଥିଲେ ଡାକ୍ତର । ନାବାଳକର ମୃତ୍ୟୁକୁ ନେଇ ହସ୍ପିଟାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ନାବାଳକର ମୃତ୍ୟୁକୁ ନେଇ ହସ୍ପିଟାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ନାବାଳକର ମୃତ୍ୟୁକୁ ନେଇ ହସ୍ପିଟାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। (ETV BHARAT ODISHA)

ସେହିପରି ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭରକୁ କୁମ୍ଭାରପଡ଼ା ଥାନା ପୋଲିସ ଅଟକ ରଖିଛି । ନିଶା ସେବନ କରି ଡ୍ରାଇଭର ଜଣକ ଗାଡ଼ି ଚଳାଉଥିଲା ବୋଲି ଅଭିଯୋଗ ହୋଇଛି । ନୂଆବର୍ଷ ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଥିବା ବେଳେ ପୁରୀ ବଳଗଣ୍ଡି ଛକକୁ ବୋଲେରୋ ଗାଡ଼ି କିଭଳି ଆସିଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ବଡଦାଣ୍ଡର ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ସିରିଜ ଦୁର୍ଘଟଣା ଘଟାଇଥିଲା।
ବଡଦାଣ୍ଡର ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ସିରିଜ ଦୁର୍ଘଟଣା ଘଟାଇଥିଲା। (ETV BHARAT ODISHA)

ସେପଟେ ଏହି ଘଟଣାକୁ କେନ୍ଦ୍ରକରି ମୃତ ନାବାଳକ ପରିବାର ଓ ସ୍ଥାନୀୟ ବାସିନ୍ଦା ପୁରୀ ମେଡିକାଲ ଛକରେ ରାସ୍ତା ରୋକ କରିଛନ୍ତି । ଏଣୁ ଯାନବାହାନ ଚଳାଚଳ ବାଧାପ୍ରପ୍ତ ହୋଇଛି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ CMRF ପାଣ୍ଠିରୁ ମୃତ ନାବାଳକ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି।
ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି। (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ଯାତ୍ରା ପାଲଟିଲା ଶେଷଯାତ୍ରା: ଘାଟିରୁ ଖସିଲା ବସ୍, 7 ମୃତ

ଏହା ମଧ୍ୟ ପଢ଼ନ୍ତୁ- ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ, 9 ଯାତ୍ରୀ ଜୀବନ୍ତ ଦଗ୍ଧ

ଇଟିଭି ଭାରତ, ପୁରୀ