ଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଗଣପର୍ବ ରଜକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Published : June 14, 2026 at 10:45 AM IST
ହାଇଦ୍ରାବାଦ: ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ... ଓଡ଼ିଶା ସଂସ୍କୃତି ଓ ପରମ୍ପରାର କୃଷିଭିତ୍ତିକ ଅନନ୍ୟ ଗଣପର୍ବ ରଜ ପର୍ବର ପ୍ରଥମ ଦିନ ତଥା ପହିଲି ରଜରେ ଏହି ଗୀତ ସାରା ଓଡ଼ିଶାରେ ଗୁଞ୍ଜରିତ ହେଉଛି । ଓଡ଼ିଶାର ଗଣପର୍ବ ଭାବରେ ପରିଚିତ ରଜରେ ପିଠା ଖାଇ, ଦୋଳି ଖେଳି ଆନନ୍ଦ ଉଲ୍ଲାସ ସହ ପାଳନ କରୁଛନ୍ତି ଓଡ଼ିଶାବାସୀ । ଗାଁଠୁ ସହର.. ସବୁଠି ପିଠା, ମିଠା ଆଉ ରଜପାନର ମହକ ସାଙ୍ଗକୁ ରଜ ମଉଜର ମାହୋଲ । ତେବେ ଏହି ଗଣପର୍ବକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ବିଶିଷ୍ଠ ବ୍ଯକ୍ତି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ଗଣପର୍ବ 'ରଜ' ଉପଲକ୍ଷେ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ।
— President of India (@rashtrapatibhvn) June 14, 2026
ବର୍ଷାଋତୁର ଏହି ଆବାହନୀ ଉତ୍ସବ ମାଟି, ମା ଓ ମେଘକୁ ସମ୍ମାନ ଜଣାଇ ପାଳନ କରାଯାଏ । ପିଠା, ପାନ ଓ ଦୋଳି ଖେଳର ଆସର ଭିତରେ ରଜ ଆମକୁ ପ୍ରକୃତି ସହିତ ମିଳିମିଶି ରହିବାର ବାର୍ତ୍ତା ଦେଇଥାଏ । ରଜ ପର୍ବର ଏହି ବିଶେଷତ୍ଵ ଆମକୁ ଦେଶ-ବିକାଶରେ…
ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି:
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ଗଣପର୍ବ 'ରଜ' ଉପଲକ୍ଷେ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ବର୍ଷାଋତୁର ଏହି ଆବାହନୀ ଉତ୍ସବ ମାଟି, ମା ଓ ମେଘକୁ ସମ୍ମାନ ଜଣାଇ ପାଳନ କରାଯାଏ । ପିଠା, ପାନ ଓ ଦୋଳି ଖେଳର ଆସର ଭିତରେ ରଜ ଆମକୁ ପ୍ରକୃତି ସହିତ ମିଳିମିଶି ରହିବାର ବାର୍ତ୍ତା ଦେଇଥାଏ । ରଜ ପର୍ବର ଏହି ବିଶେଷତ୍ଵ ଆମକୁ ଦେଶ-ବିକାଶରେ ବ୍ରତୀ ହେବା ପାଇଁ ପ୍ରେରଣା ଦେବ ବୋଲି ମୋର ଆଶା । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।"
କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ ।
— Governor Odisha (@GovernorOdisha) June 14, 2026
ମା' ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା,ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ ।
ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର… pic.twitter.com/fj384qgeyy
ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ:
ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି Xରେ ଲେଖିଛନ୍ତି, "କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ । ମା' ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା, ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ । ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।"
ରଜ ପର୍ବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା :- pic.twitter.com/uy3APys3p3
— CMO Odisha (@CMO_Odisha) June 14, 2026
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା:
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରଜର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପ୍ରତୀକ ରଜ ପର୍ବ ଅବସରରେ ରାଜ୍ୟବାସୀ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଆ ସଂସ୍କୃତିର ଏହି ଏହି ମହାନ ପର୍ବ ଆମ ମାଟି ମା’ର ମହତ୍ତ୍ବ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢି ପରେ ପିଢି ସମୃଦ୍ଧ କରିଆସିଛି । ଆସନ୍ତୁ, ଆମର ଏହି ଗୌରବମୟ ସଂସ୍କୃତିକୁ ବଜାୟ ରଖି ଘରେ ଘରେ ଉଲ୍ଲାସର ସହ ରଜ ପର୍ବ ପାଳନ କରିବା ।"
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରା ହେଉଛି ପ୍ରକୃତି ପ୍ରତି ଆମ ସମ୍ମାନର ପ୍ରତୀକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #RajaParaba pic.twitter.com/xTJxfDWGeC
— Naveen Patnaik (@Naveen_Odisha) June 14, 2026
ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ଯମନ୍ତ୍ରୀ:
ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,"ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରା ହେଉଛି ପ୍ରକୃତି ପ୍ରତି ଆମ ସମ୍ମାନର ପ୍ର ତୀକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ।"

