ETV Bharat / state

ଦୁର୍ନୀତି ପାଇଁ ବଢୁଛି ପ୍ରଦୂଷଣ: ଇଟାଭାଟିରେ ବ୍ୟବହାର ହେଉନାହିଁ ଜିଗଜାଗ ଟେକ୍ନୋଲୋଜି

ବାଲେଶ୍ୱରରେ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି।

BALASORE IMPOSE AIR POLLUTION
ଦୁର୍ନୀତି ପାଇଁ ବଢୁଛି ପ୍ରଦୂଷଣ: ଇଟାଭାଟିରେ ବ୍ୟବହାର ହେଉନାହିଁ ଜିଗଜାଗ ଟେକ୍ନୋଲୋଜି (ETV BHARAT ODISHA)
author img

By ETV Bharat Odisha Team

Published : January 7, 2026 at 10:53 AM IST

2 Min Read
Choose ETV Bharat

ବାଲେଶ୍ୱର: ବାଲେଶ୍ୱରରେ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ବିଭିନ୍ନ ପ୍ରକାରର କଟକଣା ଜାରି କରାଯାଇଛି । କଟକଣା ଜାରି କରାଯାଇ ବିଭିନ୍ନ ଅଞ୍ଚଳର ବିଡିଓ, ତହସିଲଦାରମାନଙ୍କୁ କଟକଣା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ପ୍ରଦୂଷଣ ପାଇଁ ମୁଖ୍ୟତଃ ଧୂଳିକଣା, ଇଟା ଭାଟି ଧୂଆଁ, କୋଇଲା ଧୂଆଁ, ନଡା ଧୂଆଁ, ଏବଂ କନଷ୍ଟ୍ରକସନରୁ ବାହାରୁଥିବା ଧୂଳି ଦାୟୀ ହୋଇଥିବା ବେଳେ ଏଥିପ୍ରତି ଅନେକ ସମୟରେ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଯେଉଁଠି ତିନି ଦିନ ଧରି ଲଗାତର ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ବାଲେଶ୍ୱରରେ କଟକଣା ଲଗାଯାଇଛି, ସେଇଠି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁରୁଣା ଘର ଭଙ୍ଗା ଯାଉଛି । ଯେଉଁଥିରୁ ଧୂଳି ଉଡ଼ି ପ୍ରଦୂଷଣର କାରଣ ସାଜୁଛି । ଅନ୍ୟପଟେ ନୀଳଗିରି, ଫୁଲାଡି ଅଞ୍ଚଳରେ ଥିବା ଇଟା ଭାଟି ଗୁଡ଼ିକରୁ ବାହାରୁଥିବା ଧୂଆଁ ଯୋଗୁଁ ମଧ୍ୟ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପରିବେଶବିତ ମଧ୍ୟ ପ୍ରଶାସନର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।

ଦୁର୍ନୀତି ପାଇଁ ବଢୁଛି ପ୍ରଦୂଷଣ: ଇଟାଭାଟିରେ ବ୍ୟବହାର ହେଉନାହିଁ ଜିଗଜାଗ ଟେକ୍ନୋଲୋଜି (ETV BHARAT ODISHA)



ଗୋଟିଏ ପଟେ ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ଧୂଳି ଓ ଧୂଆଁ ହୋଇଥିବା ବେଳେ ଏଥିପାଇଁ ଇଟାଭାଟି ଧୂଆଁ ଓ ବିଭିନ୍ନ ପ୍ରକାରର କନଷ୍ଟ୍ରକସନ କାମ ପାଇଁ ଉଡୁଥିବା ଧୂଳି ଦାୟୀ । ଯାହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ପରିବେଶବିତ ପ୍ରଶାନ୍ତ କୁମାର ପାଢ଼ୀ । ସେ କହିଛନ୍ତି ଯେ,"ବାଲେଶ୍ୱର ହାଇ ପ୍ରେସର ଏରିଆ ଯୋଗୁଁ ଅଧିକ ପ୍ରଦୂଷଣ ହେଉଛି । ପ୍ରେସର ଗ୍ରାଡିଆଣ୍ଟ ଅଭବାରୁ ବାୟୁ ଚଳାଚଳ ହେଉନାହିଁ । ଗାଡ଼ିରୁ ଧୂଆଁ, ଧୂଳି, ଇଟା ଭାଟିରୁ ଧୂଆଁ, କନଷ୍ଟ୍ରକସନରୁ ଧୂଳି, କୁଟା ଜାଳିବା ଧୂଆଁ ସେଗୁଡିକ ଯାଇ ପାରୁନାହିଁ ଓ ଗୋଟିଏ ଜାଗାରେ ସ୍ଥିର ହୋଇ ରହୁଛି । ଯାହା ଫଳରେ AQI ବୃଦ୍ଧି ହେଉଛି। ଏହାଛଡା ବାଲେଶ୍ୱର କଡରେ ଜାତୀୟ ରାଜପଥ ଯାଇଛି, ଯେତିକି ଗାଡ଼ିରୁ ଧୂଆଁ ବାହାରିଲା ତାହା ସେଇଠି ଜମାଟ ହୋଇ ରହୁଛି । ପବନ ନଥିବାରୁ ତାହା କୁଆଡ଼େ ଯାଇ ପାରୁନାହିଁ । ଯାହାକି ପ୍ରଦୂଷଣର ମୁଖ୍ୟ କାରଣ । ଯେଉଁ ଡିଜେଲ ଗାଡ଼ିରୁ ବାହାରୁ ଥିବା ଧୂଆଁ Pm2, pm 10 ଯାହା ଆମ ଫୁସଫୁସ ପାଇଁ ହାନି କାରକ, ସେସବୁ କୁଆଡେ ଯାଇ ପାରୁନାହିଁ ।"

ବିଡିଓ, ତହସିଲଦାରମାନଙ୍କୁ କଟକଣା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଡିଓ, ତହସିଲଦାରମାନଙ୍କୁ କଟକଣା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି। (ETV BHARAT ODISHA)

ସେ ଆହୁରି ମଧ୍ୟ କହିଛନ୍ତି ଯେ,"ସୁପ୍ରିମକୋର୍ଟ ଅର୍ଡର ଦେଇଥିଲେ ଯେ, ଇଟାଭାଟି ଜିଗଜାଗ ଟେକ୍ନୋଲୋଜିରେ ହେବ ଯାହାଦ୍ୱାରା ବେଶୀ ଧୂଆଁ ବାହାରିବ ନାହିଁ । କିନ୍ତୁ ଏହାର ଖୁଲମଖୁଲା ଉଲଂଘନ କରାଯାଉଛି । ସେହିପରି ଦୁର୍ନୀତି ଚାଲି ଆସିଛି, ଯାହାକି ଇଟାଭାଟିର ଏମିତି ଜିଗଜାଗ ଟେକ୍ନୋଲୋଜି ଉପରେ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହାସହ ଘର ଭଙ୍ଗା ଯାଉଛି ପୁଣି ନୂଆ ହେଉଛି, ସେଥିରୁ ଉଡୁଥିବା ଧୂଳି ପାଇଁ ପ୍ରଦୂଷଣ ବଢୁଛି । ହଜାର ହଜାର କୋଟି ଟଙ୍କାର ଟ୍ୟାକ୍ସ ପଇସା ନଷ୍ଟ କରାଯାଉଛି ଏବଂ ଧୂଳି କରାଇ ଆମକୁ ମାରିବାକୁ ଚେଷ୍ଠା କରାଯାଉଛି । ଏସବୁ ରୋକିବା ପାଇଁ ଏକ କମିଟି ଗଠନ କରାଯାଉ, ପ୍ରଶାସନ ସ୍ତରରେ ନିଷ୍ପତ୍ତି ନେବା ଟିକେ କମାଯାଉ। ପ୍ରଦୂଷଣର ପ୍ରମୁଖ କାରଣ ଦୁର୍ନୀତି, ଇଟାଭାଟିରେ ଜିଗଜାଗ ଟେକ୍ନୋଲୋଜି ବ୍ୟବହାର ହେଉନାହିଁ ଫଳରେ ଧୂଆଁ ଅଧିକ ହେଉଛି । କନଷ୍ଟ୍ରକସନରୁ ଉଡୁଥିବା ଧୂଳି ପାଇଁ ପ୍ରଶାସନ ଦୁଇ ଶହ ପ୍ରତିଶତ ଦାୟୀ," ବୋଲି କହିଛନ୍ତି ପରିବେଶବିତ ପ୍ରଶାନ୍ତ କୁମାର ପାଢ଼ୀ ।

ତିନି ଦିନ ଧରି ଲଗାତର ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ବାଲେଶ୍ୱରରେ କଟକଣା ଲଗାଯାଇଛି ସେଇଠି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁରୁଣା ଘର ଭଙ୍ଗା ଯାଉଛି।
ତିନି ଦିନ ଧରି ଲଗାତର ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ ବାଲେଶ୍ୱରରେ କଟକଣା ଲଗାଯାଇଛି ସେଇଠି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁରୁଣା ଘର ଭଙ୍ଗା ଯାଉଛି। (ETV BHARAT ODISHA)


ଅନ୍ୟପଟେ ସହରର ଜଣେ ବୁଦ୍ଧିଜୀବୀ ଅଭୟ ଦାସ ପ୍ରଶାସନର କଟକଣାକୁ ସ୍ୱାଗତ କରିବା ସହ ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ," ପ୍ରଶାସନ ଯେଉଁ କଟକଣା ଜାରି କରିଛି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରତିକାର ପାଇଁ ଗୋଟିଏ ସୁଦୂର ପ୍ରସାରି ଯୋଜନା ହେବା ଦରକାର । ବାଲେଶ୍ୱରରେ ପ୍ରଦୂଷଣର ମୂଳ କାରଣ ଧୂଳି ହୋଇଥିବା ବେଳେ ରାସ୍ତାରୁ ଧୂଳି ସଫା କରିବା ମେସିନ, ସେ କାମ ଆଦୌ ହେଉନି । ବାଲେଶ୍ୱର ପୌରପାଳିକା ଅଧୀନରେ ଅନେକ ଭଙ୍ଗା ରାସ୍ତା ଅଛି, ଯେଉଁଥିରୁ ଧୂଳି ମାଟି ରହୁଛି ସେସବୁ ମରାମତି କରିବା ଦରକାର । ବର୍ତ୍ତମାନ ଠିକ୍ ସମୟ, ଦିଲ୍ଲୀ ଭଳି ଗାଡ଼ି ଚଳାଚଳ ପାଇଁ ଯୁଗ୍ମ ଅଯୁଗ୍ମ ନମ୍ବର ଲାଗୁ କରାଯିବା ଦରକାର । ଇଟାଭାଟି ଉପରେ ଦୃଷ୍ଟି ଦେବା ଦରକାର । ପ୍ରତି ଖୁସିର ମୁହୂର୍ତ୍ତ, ବିବାହରେ ବାଣ ଫୁଟାଇବାକୁ ସମ୍ପୂର୍ଣ ଭାବେ ବନ୍ଦ କରାଯିବା ଦରକାର।"

ସାଧାରଣ ଲୋକ ଓ ପରିବେଶବିତ ମଧ୍ୟ ପ୍ରଶାସନର କାର୍ଯ୍ୟକଳାପକୁ ନେଇ ନିନ୍ଦା କରିଛନ୍ତି ।
ସାଧାରଣ ଲୋକ ଓ ପରିବେଶବିତ ମଧ୍ୟ ପ୍ରଶାସନର କାର୍ଯ୍ୟକଳାପକୁ ନେଇ ନିନ୍ଦା କରିଛନ୍ତି । (ETV BHARAT ODISHA)


ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ୱରରେ ପ୍ରଦୂଷଣ ଟେନସନ; 7 ଦିନ ପାଇଁ କଟକଣା ଜାରି

ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର

ଇଟିଭି ଭାରତ, ବାଲେଶ୍ବର