ETV Bharat / state

ପାହାଡପୁରରେ ପହଞ୍ଚିଲେ ମହାମହିମ, ପିଏମ୍ ମୋଦି; ରାଜ୍ୟ ପାଇଁ ସ୍ମରଣୀୟ ଦିନ, ୪୭,୬୦୦ କୋଟିର ପ୍ରକଳ୍ପର ଶୁଭ ଉଦଘାଟନ

ମୟୂରଭଞ୍ଜ ଜିଲ୍ଲାର ପାହାଡପୁରରୁ ରାଜ୍ୟ ପାଇଁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏପଟେ ଶାଶୂଘର ଗାଁରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି । ରିପୋର୍ଟ- ସଞ୍ଜୟ ପରିଡା

Modi in Mayurbhanj
ପାହାଡପୁରରେ ପହଞ୍ଚିଲେ ମହାମହିମ, ପିଏମ୍ ମୋଦି (ETV Bharat Odisha)
author img

By ETV Bharat Odisha Team

Published : June 20, 2026 at 12:02 PM IST

|

Updated : June 20, 2026 at 2:51 PM IST

2 Min Read
Choose ETV Bharat



ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପାହାଡପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୁଲଡିହାରୁ ବାହାରି ପାହାଡ଼ପୁର ଗ୍ରାମରେ ପହଞ୍ଚିଛନ୍ତି । ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଲେ ମୋଦି । ପାହାଡ଼ପୁର ଗାଁରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପିଏମ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି । ଏପଟେ ମହାମହିମ ମୁର୍ମୁଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ପତ୍ର ଏବଂ ସ୍ମାରକୀ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଇଁ ରାଇରଙ୍ଗପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ-

ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ । ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦ ସାମିଲ । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ । ୪୭,୬୦୦ କୋଟିର ପ୍ରକଳ୍ପର ଲୋକାର୍ପଣ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପାହାଡ଼ପୁର ଗାଁ ସୂର୍ଯ୍ୟ ଗାଁ ହେବ-

ଦାଣ୍ଡବୋଷ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପାହାଡ଼ପୁର ଗାଁ ଏବେ `ସୂର୍ଯ୍ୟ ଗାଁ' ଭାବେ ବିକଶିତ ହେବ । ପାହାଡ଼ପୁର ଗାଁର ଲୋକଙ୍କୁ ମାଗଣାରେ ବିଜୁଳି ମିଳିବ ।

ଗତକାଲି ମହାମହିମ ରାଇରଙ୍ଗପୁର ଗସ୍ତରେ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ପରେ ହୋଲିଡେ ହୋମରେ କିଛି ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିଥିଲେ। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ବାସଭବନ ଫେରି ସେଠାରେ ରାତ୍ରୀଯାପନ କରିଥିଲେ । ଘରେ ପରିବାର ଓ ସମ୍ପର୍କୀୟ ଲୋକଙ୍କ ସହିତ ରାତ୍ରୀ ରହଣୀ କରିଥିଲେ ।

ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ପାହାଡପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରାଇରଙ୍ଗପୁର ବାସଭବନରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର କାରକେଡ ଯୋଗେ ଦାଣ୍ଡବୋଷ ପହଞ୍ଚିଥିଲେ । ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାହାଡପୁର ଅଭିମୁଖେ ଯାତ୍ରା କରିବେ । ସେଠାରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାହାଡପୁର ପହଞ୍ଚିଛନ୍ତି । ଉଭୟ ପାହାଡପୁର ଗ୍ରାମର ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ରାଇରଙ୍ଗପୁର ଦାଣ୍ଡବୋଷ ଫେରି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ବିଜେପି ସରକାରର ରାଜ୍ୟରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ସେଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ଶକ୍ତି, ରେଳବାଇ, ସଡ଼କ ସଂଯୋଗୀକରଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବଡ଼ ବଡ଼ ପ୍ରକଳ୍ପ ସାମିଲ ରହିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

ଏହା ବି ପଢନ୍ତୁ- ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ: ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ ଏକାଧିକ ଜନହିତକର ପ୍ରୋଜେକ୍ଟର କଲେ ଉଦ୍‌ଘାଟନ


ଇଟିଭି ଭାରତ, ରାଇରଙ୍ଗପୁର

Last Updated : June 20, 2026 at 2:51 PM IST