ETV Bharat / state

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଯୋଡି ହେଲେ କେନ୍ଦ୍ରାପଡାର ଆଥଲେଟ୍‌

୨୦୩୬ ଅଲିମ୍ପିକ୍ସ ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରୁ ପ୍ରତିଭା ଗଠନ ଏବଂ ବିଶ୍ୱ ସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ରିପୋର୍ଟ ରାଧାାକାନ୍ତ ମହାନ୍ତି

PM interacts with national and international athletes at Khelo India event
ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଓ ଜାତୀୟ ଖେଳାଳୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : August 28, 2026 at 8:27 AM IST

|

Updated : August 28, 2026 at 2:52 PM IST

1 Min Read
Choose ETV Bharat

କେନ୍ଦ୍ରାପଡ଼ା: ଇଭିନିଙ୍ଗ କଲେଜ ପରିସରରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅନ୍ତର୍ଜାତୀୟ ଭଲିବଲ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ କଲେଜରେ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ଖେଲୋ ଇଣ୍ଡିଆ ସଂଳାପରେ ଅଂଶଗ୍ରହଣ କରିଛନ୍ତି । ଭାରତକୁ ଅଧିକ କ୍ରୀଡ଼ାରେ ପାରଦର୍ଶୀ ହେବା ଏବଂ ଏକ ମଜବୁତ କ୍ରୀଡ଼ା ପରିବେଶ ଗଠନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ସେ କହିଛନ୍ତି।

ପିଏମ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଖେଳାଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୁବ ଆଥଲେଟ୍ ଏବଂ ଯୁବ ନେତାମାନଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ା କେବଳ ପଦକ ଜିତିବା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ସୁସ୍ଥ ଜୀବନ, ଯୁବ ସଶକ୍ତିକରଣ ଏବଂ ନିଶାମୁକ୍ତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ୨୦୩୬ ଅଲିମ୍ପିକ୍ସ ଲକ୍ଷ୍ୟ ନେଇ ଆଲୋଚନାରେ ତୃଣମୂଳ ସ୍ତରରୁ ପ୍ରତିଭା ଗଠନ ଏବଂ ବିଶ୍ୱ ସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା ପାଇଁ ଅଧିକ କ୍ରୀଡ଼ାରେ ପାରଦର୍ଶୀ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଶିବାନୀ ପ୍ରିୟଦର୍ଶିନୀ କୁହନ୍ତି, "ଆଜି ଭାରତର ବିକଶିତ ଯୁବ କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବରେ ଡକାଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସହିତ କଥା ହେଲୁ, ସିଧାସଳଖ ଭାବେ ତାଙ୍କ ସହିତ ଯୋଡ଼ି ହେଲୁ। ଭାରତର ବିଭିନ୍ନ ଖେଳାଳିମାନେ କଥା ହେଲେ। ତୃଣମୂଳ ସ୍ତରର ପିଲାମାନେ କେମିତି ସୁଯୋଗ ପାଇବେ ଖେଲୋ ଇଣ୍ଡିଆ ଭଳିଆ ବଡ଼ ପ୍ଲାଟଫର୍ମରେ ପିଲାଙ୍କୁ ସୁଯୋଗ ମିଳିବ ତାହା ବହୁତ ବଡ଼ କଥା। ମୁଁ ତିନିଥର ଆନ୍ତର୍ଜାତୀୟ ସ୍ତରରେ ବିଚ୍ ଭଲିବଲ୍ ଖେଳିଛି ଏବଂ ୨୨ ଥର ଜାତୀୟ ସ୍ତରରେ ଖେଳିଛି । ଆଗକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ଅଛି ସେଥିପାଇଁ ମୁଁ କିଟ୍ ୟୁନିଭର୍ସିଟିରେ ମୋର ଅଭ୍ୟାସ ଜାରି ରଖିଛି। ଆଗକୁ ଖେଳାଳୀ ମାନେ ଯଦି କୌଣସି ପ୍ରକାର ଖେଳକୁ ଆସିବାକୁ ଚାହୁଁଛନ୍ତି ସେମାନେ ନିଜ ଖେଳ ପ୍ରତି ଉତ୍ସର୍ଗ ଆଉ ଗୋଟିଏ ହେଉଛି ଶୃଙ୍ଖଳାରେ ରଖିଲେ ସଫଳତା ସୁନିଶ୍ଚିତ’’ ।

ସେ ତାଙ୍କ ସଫଳତା ପାଇଁ ବାପା-ମାଆ, କୋଚ୍ ଓ କିଟ୍ ୟୁନିଭର୍ସିଟିକୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାମନ୍ତ୍ରୀଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଛି ଯେ କେମିତି ଖେଳର ବିକାଶ ହେବ । କେମିତି ପିଲାମାନେ ଗାଁରୁ ଆସି ଖେଲୋ ଇଣ୍ଡିଆ ଭଳିଆ ପ୍ଲାଟଫର୍ମରେ ଖେଳିପାରିବେ । କେମିତି ସେମାନଙ୍କୁ ସୁଯୋଗ ମିଳିବ ଏନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡା 2026: ପୁରୁଷ ହକି ଫାଇନାଲରେ ଝାଡଖଣ୍ଡକୁ ହରାଇ ସ୍ୱର୍ଣ୍ଣ ଜିତିଲା ଓଡ଼ିଶା

ଏହା ମଧ୍ୟ ପଢନ୍ତୁ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬: ଓଡ଼ିଆ ଖେଳାଳିଙ୍କ ଜୟଯାତ୍ରା ଜାରି, ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ଓଡ଼ିଶା

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : August 28, 2026 at 2:52 PM IST