ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ: ଛୁଟିଲା ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱକୁ ଦୃଢ ପ୍ରଶଂସା କରିବା ସହ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୋଦି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୫୪ତମ ଜନ୍ମଦିନର ଶୁଭେଚ୍ଛା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୫୪ତମ ଜନ୍ମଦିନର ଶୁଭେଚ୍ଛା (ETV BHARAT ODISHA)
author img

By ETV Bharat Odisha Team

Published : January 6, 2026 at 12:52 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୫୪ତମ ଜନ୍ମ ଦିବସରେ ଶୁଭେଚ୍ଛାର ସୁଅ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳୁ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ Xରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱକୁ ଦୃଢ ପ୍ରଶଂସା କରିବା ସହ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ସଫଳ କାର୍ଯ୍ୟକାଳ ପାଇଁ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମାଝୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ନେତାମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମାଝୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଦେଇ X ପୋଷ୍ଟରେ ଲେଖିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣ ରାଜ୍ୟରେ ନିରନ୍ତର ଭାବେ ଜନସେବା ଏବଂ ସୁଶାସନକୁ ତ୍ୱରାନ୍ୱିତ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ଆପଣଙ୍କର ସଫଳ ଜୀବନ ଯାତ୍ରାର କାମନା କରୁଛି ।"

ନୂତନ ସରକାର ଗଠନ ପରେ ରାଜ୍ୟରେ ପ୍ରଶାସନିକ ସୁଧାର, ଜନକଲ୍ୟାଣମୂଳକ ଯୋଜନା ଓ ବିକାଶକୁ ଗତି ଦେବା ଉପରେ ମୁଖ୍ୟମନ୍ତ୍ରୀ ମାଝୀ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତାକୁ ରାଜ୍ୟର ବିକାଶ ଯାତ୍ରା ପାଇଁ ଏକ ସକରାତ୍ମକ ସନ୍ଦେଶ ଭାବେ ଦେଖାଯାଉଛି ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମଦିନରେ ଶୁଭେଚ୍ଛା ଜଣେଇ ଲେଖିଛନ୍ତି ଯେ,"ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା । ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।"


ମୁଖ୍ୟମନ୍ତ୍ରୀ ମାହନ ମାଝୀଙ୍କ କ୍ୟାବିନେଟ ସହଯୋଗୀମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପୋଷ୍ଟରେ ଲେଖିଛନ୍ତି 'ଲୋକଙ୍କ ମୁଖ୍ୟମନ୍ତ୍ରୀ' ମୋହନ ଚରଣ ମାଝୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି । ସମାଜର ଶେଷ ପାହାଚରେ ଥିବା ଜନତାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏବଂ ବିକଶିତ ଓଡ଼ିଶା ନିର୍ମାଣର ମହାନ କାର୍ଯ୍ୟକୁ ସଫଳ କରିବା ପାଇଁ ମହାପ୍ରଭୁ ଆପଣଙ୍କୁ ନିରନ୍ତର ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ।"


ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, "ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନର କାମନା କରୁଛି । ଆପଣଙ୍କ ନେତୃତ୍ୱରେ ଆମ ରାଜ୍ୟ ପ୍ରଗତିର ଏକ ନୂତନ ଶିଖରରେ ପହଞ୍ଚୁ, ଏହା ହିଁ ପ୍ରାର୍ଥନା।"

ଏହା ମଧ୍ୟ ପଢ଼ନ୍ତୁ- 60 ବର୍ଷରେ ସଲମାନ; ପରିବାର ଓ ବନ୍ଧୁଙ୍କ ସହ ପାଳିଲେ ଜନ୍ମଦିନ, ଫ୍ୟାନ୍ସଙ୍କୁ ଦେଇପାରନ୍ତି ନୂଆ ଫିଲ୍ମ ଭେଟି

ଏହା ମଧ୍ୟ ପଢ଼ନ୍ତୁ- ରଜନୀକାନ୍ତ@୭୫: ଏକମାତ୍ର ସୁପରଷ୍ଟାର... ୫୦ବର୍ଷ କ୍ୟାରିଅରରେ କରିନାହାନ୍ତି କୌଣିସି ବିଜ୍ଞାପନ, କାହିଁକି ?

ଇଟିଭି ଭାରତ, ଭୁବନେଶ୍ବର