ପୀତବାସ ପଣ୍ଡା ହତ୍ୟା ଘଟଣା; 30000 ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୋଲିସ
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ କୋର୍ଟରେ ଦୁଇଟି ସ୍ବତନ୍ତ୍ର ଟ୍ରଙ୍କରେ 30 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ ।


Published : January 4, 2026 at 11:12 PM IST
ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ରବିବାର ବ୍ରହ୍ମପୁର କୋର୍ଟରେ ଏହି ମାମଲାରେ ତଦନ୍ତ କରୁଥିବା ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓଙ୍କ ଉପସ୍ଥିତିରେ ପୋଲିସ ଟିମ୍ ଦୁଇଟି ସ୍ବତନ୍ତ୍ର ଟ୍ରଙ୍କରେ ପ୍ରାୟ 30 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବା ଦେଖାଯାଇଛି । ଆଜି ଅପରାହ୍ନରେ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଚାର୍ଜସିଟି ଦାଖଲ ସମୟରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ଦାଖଲ-
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତଥା କୁମାରପୂର୍ଣ୍ଣିମା ରାତ୍ରରେ ସହରର ବୈଦ୍ୟନାଥପୁରୁ ଥାନା ଅଞ୍ଚଳରେ ହେ।ଇଥିବା ପୀତବାସ ପଣ୍ଡା ହତ୍ୟାକାଣ୍ଡ ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ବିଭିନ୍ନ ଦିଗରୁ କରୁଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ଏହି ଘଟଣାର ନିୟମ ଅନୁଯାୟୀ ରହିଥିବା ଚାର୍ଜସିଟି ଦାଖଲ ପ୍ରକ୍ରିୟାରେ ପୋଲିସ ଏଭଳି ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିବା କୁହାଯାଇଛି । ଏକ ହତ୍ୟା ମାମଲାରେ ଏଭଳି ପ୍ରାଥମିକ ଚାର୍ଜସିଟ୍ ଦାଖଲ ହେବା ବ୍ରହ୍ମପୁର ଓ ଓଡିଶା ପୋଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଇପାରେ ।
ଦୁଇଟି ଟ୍ରଙ୍କ ପେଢିରେ ଆସିଲା ମାମଲାର ଚାର୍ଜସିର୍ଟ-
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପିତବାସ ହତ୍ୟାକାଣ୍ଡରେ ତଦନ୍ତ ଏବେବି ଜାରି ରହିଥିବା ବେଳେ ଏହି ମାମଲା ଓପନ ରହିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହୁଥିବା ବେଳେ ଏଭଳି ପୋଲିସର ତଦନ୍ତ ସମ୍ପର୍କିତ ଚାର୍ଜସିଟିକୁ ପୋଲିସ ଅଧିକାରୀମାନେ ପୋଲିସ ଗାଡିରେ ଆଣି ଦୁଇଟି ସ୍ବତନ୍ତ୍ର ଟ୍ରଙ୍କ ପେଡିରେ ଦାଖଲ କରିଥିଲେ ।
ଦାଖଲ ହୋଇଥିବା ପେଡିର ଉପରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବୈଦ୍ୟନାଥପୁର ଥାନାର ମାମଲା ନମ୍ବର 518/2025 ଉଲ୍ଲେଖ କରାଯାଇଥିବା ବେଳେ ଏହି ଦୁଇଟି ସ୍ବତନ୍ତ୍ର ଟ୍ରଙ୍କ ପେଡିରେ ଏହି ଚାର୍ଜସିଟ କୋର୍ଟରେ ଦାଖଲ କରିଛି ପୋଲିସ ।
ପୂର୍ବରୁ କୋର୍ଟରେ ଦାଖଲ କରିଥିଲେ ସିଡି -
ଏହି ମାମଲାରେ ପୂର୍ବରୁ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ କରିବା ସମୟରେ କେର୍ଟରେ ସିଡି ଦାଖଲ କରିବାକୁ କୁହାଯିବା ପରେ ପୋଲିସ ପକ୍ଷରୁ ଗତ ଡ଼ିସେମ୍ବର ୯ ତାରିଖରେ ମାମଲାରେ ସିଡ଼ି ତଥା କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ ।
ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ-
ବ୍ରହ୍ମପୁରର ଏହି ମାମଲାରେ ପୋଲିସ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କେର୍ଟଚାଲାଣ କରିଛି । ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି । ସେପଟେ ଏହି ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।
ଗତ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁର ସହରର ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଯାହାକି ଏହି ହତ୍ୟା ଘଟଣାରେ ଶେଷରେ ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ପୃଷ୍ଠାର ଚାର୍ଜ ସିଟ କୋର୍ଟରେ ଦାଖଲ କରିଛି ପୋଲିସ ।
ଇଟିଭି ଭାରତ, ବ୍ରହ୍ମପୁର

