ETV Bharat / state

ବାହାନଗାରେ ବ୍ରିଜ୍‌ରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌; ଡ୍ରାଇଭର ମୃତ, 14 ଗୁରତର

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା l ଭୋର ସମୟରେ ପଶ୍ଚିମବଙ୍ଗରୁ ଆନ୍ଧ୍ରକୁ ତୀର୍ଥଯାତ୍ରୀ ବସ ଯାଉଥିଲା l

pilgrim bus meets witch accident in Odisha’s Balasore
ତୀର୍ଥଯାତ୍ରୀ ବସ ଦୁର୍ଘଟଣା (ETV Bharat)
author img

By ETV Bharat Odisha Team

Published : February 13, 2026 at 9:06 AM IST

1 Min Read
Choose ETV Bharat

Balasore Accident ବାଲେଶ୍ବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ବ୍ରିଜ ଉପରକୁ ଚଢିଗଲା ତୀର୍ଥଯାତ୍ରୀ ବସ୍‌ । ବସ୍‌ରେ 50 ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ହିଁ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି ।

Balasore Accident
ବାହାନଗାରେ ଭୟଙ୍କର ଦୁର୍ଘଟଣା (ETV Bharat)

ପ୍ରାରମ୍ଭିକ ସୂଚନା ଅନୁସାରେ, ଆଜି (ଶୁକ୍ରବାର) ଭୋର ସମୟରେ ଏକ ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ ଯାଉଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍‌ଟି ବାଲେଶ୍ୱର ବାହାନଗା ବଜାର ନିକଟରେ ଥିବା ବ୍ରିଜ ଉପରକୁ ଚଢିଯାଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ବସରେ 50 ଜଣ ଯାତ୍ରୀ ଥିବା ବେଳେ ପାଖାପାଖି 14ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ୍ରାଇଭରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Balasore Accident
ବାହାନଗାରେ ଭୟଙ୍କର ଦୁର୍ଘଟଣା (ETV Bharat)

ପୋଲ ଉପରେ ଝୁଲି ରହିଥିବା ବସକୁ କ୍ନେ ସାହଯ୍ୟରେ ବାହାର କରାଯାଉଛି । ବସ୍‌ଟି ଆନ୍ଧ୍ରପ୍ରଦେଶର ବୋଲି ବସ୍‌ ନମ୍ବରରୁ ଜଣାପଡ଼ିଛି । ପୋଲିସ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Balasore Accident
ବାହାନଗାରେ ଭୟଙ୍କର ଦୁର୍ଘଟଣା (ETV Bharat)

ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, "ଏକ ଭୟାନକ ଦୁର୍ଘଟଣା ହୋଇଛି । ବସ୍‌ରେ ବହୁତ ଲୋକ ଥିଲେ । କେବଳ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କିଛି ଯାତ୍ରୀ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଯାତ୍ରୀମାନଙ୍କ ରହିବା ପାଇଁ ବାହାନଗା ହାଇସ୍କୁଲରେ ବ୍ୟବସ୍ଥା କରାଯାଇଛି ।"

Balasore Accident
ବାହାନଗାରେ ଭୟଙ୍କର ଦୁର୍ଘଟଣା (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା, ଶିଶୁଭବନ କାର୍ ଦୁର୍ଘଟଣା ସହ ଲିଙ୍କ୍

ରାଜଧାନୀରେ ଛାତିଥରା ଦୁର୍ଘଟଣା; ଓଭରବ୍ରିଜରୁ ଖସି ଘର ଉପରେ ପଡ଼ିଲା କାର୍

ଇଟିଭି ଭାରତ, ବାଲେଶ୍ବର