ETV Bharat / state

ପେଟର ଭୋକ ମେଣ୍ଟାଇ ପାରୁନାହାଁନ୍ତି ଫିଜିଓଥେରାପିଷ୍ଟ; ଦରମା ବୃଦ୍ଧି ସାଙ୍ଗକୁ ଚାକିରୀରେ ସୁରକ୍ଷା ଦାବି

ଫିଜିଓଥେରାପିଷ୍ଟ କହିଛନ୍ତି ଆମ ଅଭିଯୋଗ ଶୁଣିବା ପାଇଁ କେହି ନାହାଁନ୍ତି । 9 ବର୍ଷ ଧରି ଚାକିରୀ କରୁଛୁ କିନ୍ତୁ ଆମର ଦରମା ବହୁତ କାମ ।

PHYSIOTHERAPIST STRIKE
ଫିଜିଓଥେରାପିଷ୍ଟଙ୍କ ପ୍ରତିବାଦ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 9:19 PM IST

3 Min Read
Choose ETV Bharat

ରିପୋର୍ଟ- ବିକାଶ କୁମାର ଦାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଫିଜିଓଥେରାପିଷ୍ଟଙ୍କ ଧାରଣା ପ୍ରତିବାଦ । ଦରମା ବୃଦ୍ଧି, ଚାକିରୀରେ ସୁରକ୍ଷା, ସପ୍ତାହକୁ 4 ଦିନ ବଦଳରେ ଅଧିକ ଦିନ କାମ ଏପରି ଏକାଧିକ ଦାବି ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟ ଆଗରେ ଆଜି ପ୍ରତିବାଦ କରିଥିଲେ ଅନେକ ଫିଜିଓଥେରାପିଷ୍ଟ । ଏପଟେ ଭୁବନେଶ୍ୱର ଏଡିପିଏଚଓ କହିଛନ୍ତି ବର୍ତ୍ତମାନ ଏଜେନ୍ସି ଖୋଜାଚାଲିଛି । ଖୋର୍ଦ୍ଧା ସିଡିଏମ୍‌ଓ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦେବେ, ତାକୁ ଫିଜିଓଥେରାପି କରିବାର ସୁଯୋଗ ମିଳିବ । ଅନ୍ୟପଟେ ଫିଜିଓଥେରାପିଷ୍ଟ କହିଛନ୍ତି ଏହା ପ୍ରଥମ ଥର ନୁହେଁ ଏଭଳି ୭-୮ ଥର ହେବ ଆମେ ଏନଏଚଏମ ଯାଇଛୁ । ଆଲୋଚନା ମଧ୍ୟ କରାଯାଇଛି, କିନ୍ତୁ କୌଣସି ସମାଧାନର ବାଟ ମିଳୁନାହିଁ ।

ଫିଜିଓଥେରାପିଷ୍ଟଙ୍କ ଦରମା ବୃଦ୍ଧି ସାଙ୍ଗକୁ ଚାକିରୀ ସୁରକ୍ଷା ଦାବି (ETV Bharat Odisha)

ଶାରୀରିକ ସମସ୍ୟାର ଚିକିତ୍ସା ପାଇଁ ଫିଜିଓଥେରାପି ବ୍ୟବହୃତ ହୁଏ । ବିଶେଷକରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଆଲଜିଇମର ରୋଗ, ପିଠି ଯନ୍ତ୍ରଣା, ପାର୍କିନ୍‌ସନ୍‌ ରୋଗ, ମାଂସପେଶୀରେ ଯନ୍ତ୍ରଣା, ଆଜମା ଭଳି ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ଫିଜିଓଥେରାପି ଚିକିତ୍ସା ବେଶ ସହାୟକ ହୋଇଥାଏ । ଫିଜିଓଥେରାପି କେବଳ ଯନ୍ତ୍ରଣାରୁ ମୁକ୍ତି ଦେଇନଥାଏ ବରଂ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ । ଏବେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବିଶେଷ କରି ରାଜଧାନୀବାସୀଙ୍କ ମଧ୍ୟରେ ଫିଜିଓଥେରାପିର କ୍ରେଜ୍‌ ରହିଛି । ସେଥିପାଇଁ ଭୁବନେଶ୍ୱରର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁସିଏଚ୍‌ଡବ୍ଲୁ) ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ରେ ଫିଜିଓଥେରାପି ବ୍ୟବସ୍ଥା ହୋଇଥିଲା ।

ଭୁବନେଶ୍ୱରରେ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ସହଯୋଗରେ ବରମୁଣ୍ଡା- ନୂଆପଲ୍ଲୀ ସ୍ଥିତ ରେଣ୍ଟାଲ କଲୋନୀ, ବୀର ସୁରେନ୍ଦ୍ର ସାଏ ନଗର (ଭିଏସଏସ), ଆଚାର୍ଯ୍ୟ ବିହାର ଓ ସାମନ୍ତରାପୁର, ଲକ୍ଷ୍ମୀସାଗର, ଆଇଗିଣିଆ, ଫକୀରମୋହନ ନଗର, ବଡଗଡ ଶବରସାହି, ପଳାସପଲ୍ଲୀ, ଚକେଇସିହାଣୀ, ସୁନ୍ଦରପଦା, କଳିଙ୍ଗ ବିହାର, ନିଳାଦ୍ରୀବିହାର (ସେକ୍ଟର-୫), ପାତ୍ରପଡା, ହଂସପାଳ, ଶ୍ରୀବିହାର, ହଂସପାଳରେ ଥିବା ମୋଟ ୧୮ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ୟୁପିଏଚ୍‌ସି)ରେ ଅଧିକ ଲୋକ ଫିଜିଓଥେରାପି ଉପରେ ନିର୍ଭର କରୁଛନ୍ତି ।



ସେପଟେ ୟୁପିଏଚସିରେ ଫିଜିଓଥେରାପି ହେଉଛି । ଏଠାରେ ସପ୍ତାହକରେ ୪ଦିନ ଏହି ସେବା ମିଳୁଛି । ହେଲେ ଭିଡ଼ ହେଉଥିବାରୁ ଲୋକେ ଘରୋଇ ଫିଜିଓଥେରାପି କେନ୍ଦ୍ରକୁ ଦୌଡୁଛନ୍ତି ।

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଏଡିପିଏଚଓ ଡା. ନୀଳମଣି ସେନାପତି କହିଛନ୍ତି, "ବର୍ତ୍ତମାନ ଏଜେନ୍ସି ଖୋଜାଚାଲିଛି । ଖୋର୍ଦ୍ଧା ସିଡିଏମ୍‌ଓ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦେବେ, ତାକୁ ଫିଜିଓଥେରାପି କରିବାର ସୁଯୋଗ ମିଳିବ । ଏ ଦିଗରେ ତର୍ଜମା କରାଯାଉଛି । ଯଦି ସେଭଳି ନହେବ ଏଡିପିଏଚ୍‌ଓସ୍ତରରେ ଆମେ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦେବୁ । ଅନ୍ୟପକ୍ଷରେ, ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ୟୁସିଏଚ୍‌ସି)ରେ ଫିଜିଓଥେରାପି ପ୍ରାବଧାନ ହୋଇନି ।"

ଏପଟେ ଫିଜିଓଥେରାପିଷ୍ଟ ଡ ଦୁଷ୍ମନ୍ତ କୁମାର ପ୍ରଧାନ କହିଛନ୍ତି, "ଏହା ପ୍ରଥମ ଥର ନୁହେଁ ଏଭଳି ୭-୮ ଥର ହେବ ଆମେ ଏନଏଚଏମ ଯାଇଛୁ । ଆଲୋଚନା ମଧ୍ୟ କରାଯାଇଛି, କିନ୍ତୁ କୌଣସି ସମାଧାନର ବାଟ ମିଳୁନାହିଁ । ଦାବି ଗୁଡିକ ହେଉଛି ୨୦୧୭ ମସିହାରୁ ଚାକିରୀ କରୁଛୁ, କିନ୍ତୁ ଆମର ଦରମା ବହୁତ କାମ । ଯାହା ଚଳିବା ପାଇଁ ବହୁତ ସମସ୍ୟା ହୋଇପଡୁଛି । ଏହି ଦରମାକୁ ବୃଦ୍ଧି କରାଯାଉ । ତାହା ସହିତ ଚାକିରୀ କ୍ଷେତ୍ରରେ ଆମକୁ ରେଗୁଲାର କରାଯାଉ । ଏହା ଦ୍ୱାରା ରୋଗୀମାନେ ଉପକୃତ ପାଇବେ ।"


ଏପଟେ ଆଉ ଜଣେ ଫିଜିଓଥେରାପିଷ୍ଟ କହିଛନ୍ତି, "ବାରମ୍ବାର ସରକାରଙ୍କୁ ଜଣାଇଛୁ କିନ୍ତୁ ସେହି ଅନୁସାରେ ସଫଳାତା ମିଳୁନାହିଁ । ସଠିକ ସମୟରେ ଦରମା ମିଳୁନାହିଁ । ଯାହା ଅନେକ ସମସ୍ୟା ହେଉଛି । ସପ୍ତାହରେ ୩-୪ ଦିନ କାମ ପଡୁଛି । ଯାହା ଅଲଗା ସ୍ଥାନରେ ମଧ୍ୟ କାମ କରିହେଉନାହିଁ । ତେବେ ସେହି ଅନୁସାରେ ମାସକୁ ଦରମା ମିଳୁନାହିଁ । ଆମର ଅଭିଯୋଗ ଶୁଣିବା ପାଇଁ କେହି ନାହାନ୍ତି । ୭ ବର୍ଷ ଧରି ଏଭଳି ସମସ୍ୟା ଭିତରେ ରହିଛୁ ।"

PHYSIOTHERAPIST STRIKE
ଫିଜିଓଥେରାପିଷ୍ଟଙ୍କ ପ୍ରତିବାଦ (ETV Bharat Odisha)



ସୂଚନା ମୁତାବକ, ରାଜ୍ୟରେ ରାଜ୍ୟରେ ଗ୍ରାମାଞ୍ଚଳ ପାଇଁ ୩୦୦ରୁ ଅଧିକ ଫିଜିଓଥେରାପିଷ୍ଟ ରହିଥିବା ବେଳେ ଅର୍ବାନରେ ରହିଛନ୍ତି ୧୫୦ ଫିଜିଓଥେରାପିଷ୍ଟ କାର୍ଯ୍ୟରତ ରହିଛନ୍ତି । ଏତେ ବର୍ଷ ମଧ୍ୟରେ ୨୦୨୪ ମସିହାରେ ଗୋଟିଏ ମାତ୍ର ପୋଷ୍ଟ ବାହାରିଥିଲା । ଯାହା ତାହା ପରବର୍ତ୍ତୀ ସମୟରେ ଆଉ ବାହାରିନାହିଁ ପୋଷ୍ଟ । ତେବେ ଫିଜିଓଥେରାପିରେ ପ୍ରତି ବର୍ଷ ୭୦୦ -୮୦୦ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ସାରିଛନ୍ତି । ବିଶେଷ କରି ଏମାନଙ୍କର ୫ ବର୍ଷିୟା ପାଠ୍ୟକ୍ରମ ।

ତେବେ ଏମାନଙ୍କର ମୁଖ୍ୟ ସମସ୍ୟା ହେଉଛି- ଦରମା ସଠିକ ସମୟରେ ନମିଳିବା । ଯେତିକି ଦିନ କାମ କରିବେ ସେହି ଆନୁସାରେ ଦିଆଯାଉଛି ଦରମା । ଦିନକୁ ୬-୭ ଘଣ୍ଟା କାମ କରିଲେ ମାତ୍ର ୧୫୦୦ ତାଙ୍କ ମିଳୁଛି । ତାହା ପୁଣି ଦୁଇଟି ଫେଜରେ । ଫିଜିଓଥେରାପିଷ୍ଟ ମାନଙ୍କର କୌଣସି ସ୍ଥାୟୀ ଚାକିରୀ ସୁରକ୍ଷା ନାହିଁ । ମହିଳାମାନଙ୍କ ପାଇଁ Maternity Leave ଦିଆଯାଉନାହିଁ । ଯେଉଁମାନେ ଛୁଟିରେ ରହିବେ ସେମାନେ ଚାକିରୀ ହରାଇବା ଭଳି ପରିସ୍ଥିତି ଉପୁଜିଥାଏ ।

ଏହା ବି ପଢନ୍ତୁ- ମାଂସପେଶୀ ଓ ଯନ୍ତ୍ରଣା ଉପଶମ ପାଇଁ ଡ୍ରାଏ ନିଡଲିଂ



ଇଟିଭି ଭାରତ, ଭୁବନେଶ୍ୱର