ETV Bharat / state

ନାଗ ସାପ ଓ ପୋଷା କୁକୁରଙ୍କ ଭିତରେ ଘମାଘୋଟ ଲଢେଇ ! ପଶୁପ୍ରେମୀଙ୍କ ପାଇଁ ସତର୍କ ସନ୍ଦେଶ ଦେଲେ ଶୁଭେନ୍ଦୁ ମଲ୍ଲିକ

ଭୁବନେଶ୍ୱରରେ ମାଲିକଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ନାଗ ସହ ଲଢ଼େଇ କରି ପୋଷା କୁକୁରର ମୃତ୍ୟୁ । ରିପୋର୍ଟ: ଭବାନୀ ଶଙ୍କର ଦାସ

Pet Dog Sacrifices Life Fighting Cobra to protect owner family in Bhubaneswar
ନାଗ ସାପ ଓ ପୋଷା କୁକୁରଙ୍କ ଭିତରେ ଘମାଘୋଟ ଲଢେଇ (ETV Bharat)
author img

By ETV Bharat Odisha Team

Published : March 25, 2026 at 2:59 PM IST

2 Min Read
Choose ETV Bharat

ଭୁବନେଶ୍ବର: ବହୁ ଯତ୍ନର ସହ 6 ବର୍ଷ ଧରି କୁକୁର ପାଲିଥିଲେ ମାଲିକ । ପଶୁ ହେଲେ ବି ସେ ପରିବାରର ସଦସ୍ୟ ପାଲଟି ଯାଇଥିଲା । ଯେତେବେଳେ ପରିବାର ଉପରେ ବିପତ୍ତି ମାଡ଼ି ଆସୁଥିଲା ସେ ବା କେମିତି ସହି ପାରିଥାଆନ୍ତା । ମାଲିକାର ଋଣ ଶୁଝିବାକୁ ଯାଇ ପରିବାରକୁ ନାଗ ସାପ କବଳରୁ ବଞ୍ଚାଇବାକୁ ଯାଇ ଶେଷରେ ଆଖି ବୁଜିଛି ଡାସଣ୍ଡ କୁକୁର ‘ଫୋନୀ’ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ମର୍ମସ୍ପର୍ଶୀ ଦୃଶ୍ୟ । ସାପ କାମୁଡିବା ପରେ ସଚେତନତା ଓ ସଠିକ୍ ପଦକ୍ଷେପ ଅଭାବ ହିଁ ପୋଷା କୁକୁର ମୃତ୍ଯୁର କାରଣ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ନାଗ ସାପ ଓ ପୋଷା କୁକୁରଙ୍କ ଭିତରେ ଘମାଘୋଟ ଲଢେଇ (ETV Bharat)

ସାପ-କୁକୁର ଲଢେଇ:

ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱରର ଚିଲି ପୋଖରୀ ଅଞ୍ଚଳରେ ଘଟିଛି । ସ୍ଥାନୀୟ ଅଞ୍ଚଳର ଝୁନା ଜେନା ନାମକ ଜଣେ ମହିଳା ଘରେ ଥିବାବେଳେ, ତାଙ୍କ ପୋଷା କୁକୁର ଅସାମାନ୍ୟ ଭାବେ ଭୁକିବା ଆରମ୍ଭ କରିଥିଲା । ଝୁନା ବାହାରକୁ ଆସି ଦେଖିଥିଲେ ଯେ, ଗୋଟିଏ ବିଷଧର ନାଗ ସାପ ତାଙ୍କ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛି । ସାପଟିକୁ ଦେଖିବା ପରେ, 4ଟି ପୋଷା କୁକୁର ଭୁକିବା ସହ ସାପକୁ ଅଟକାଇବାକୁ ଚେଷ୍ଚା କରୁଛନ୍ତି । ବିଷାକ୍ତ ସାପ ଓ ୪ଟି କୁକୁରଙ୍କ ମଧ୍ୟରେ ଭୟଙ୍କର ଲଢେଇ ଚାଲିଛି । କୁକୁରମାନେ ସାପକୁ ଘେରି ଭୁକିବା ସହିତ କାମୁଡିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ଝୁନା ତୁରନ୍ତ କୁକୁରମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଯଦିଓ ୩ଟି କୁକୁର ଫେରି ଆସିଥିଲେ, କିନ୍ତୁ ସେମାନଙ୍କ ମଧ୍ଯରେ ଥିବା ୬ ବର୍ଷୀୟ ଡାସଣ୍ଡ କୁକୁର ‘ଫୋନୀ’ ସାପ ସହ ଲଢେଇ ଜାରି ରଖିଥିଲା । ଆଉ ହଠାତ୍ ନାଗ ସାପଟି କୁକୁର ଫୋନୀକୁ ଚୋଟ୍ ମାରିଥିଲା ।

Dog and Snake Fight
ଘମାଘୋଟ ଲଢେଇରେ ଗଲା ନାଗ ଓ କୁକୁର ଜୀବନ (ETV Bharat)

ଏହାପରେ ସ୍ଥାନୀୟ ଯୁବକଙ୍କ ସହଯୋଗରେ "ଫୋନୀ"କୁ ସାପଠାରୁ ଅଲଗା କରିଥିଲେ ମଧ୍ୟ, ସେତେବେଳକୁ ତାର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଏହା ଦେଖି ଝୁନା ଭୟଭୀତ ହୋଇ ପାଣି ଢାଳିଥିଲେ ଓ ପରେ ଫୋନୀକୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ପରେ ସୂଚନା ପାଇ ସ୍ନେକ ହେଲ୍ପ ଲାଇନ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ପୋଷା କୁକୁରର ମାଲିକ ଝୁନା ଜେନା କାନ୍ଦି କାନ୍ଦି କହିଛନ୍ତି, "କୁକୁର ଓ ସାପ ଭିତରେ ଲଢେଇ ଚାଲିଥିବା ସମୟରେ ମୁଁ ସେଠାୟୁ ଯାଇ, ଘଣ୍ଟି ବଜାଇ ମୋ କୁକୁରକୁ ଅଟକାଇବାକୁ ଚେଷ୍ଟା କରୁଥିଲି । ଅନ୍ୟ କୁକୁରଟି ଭୟରେ ଘର ଭିତରକୁ ଦୌଡ଼ିଗଲା । ସାପଟି ମରିଗଲା, କିନ୍ତୁ ମୋ କୁକୁର ଅଚେତ ହୋଇଯାଇଥିଲା । ତାକୁ ଆମେ ଡାକ୍ତରଖାନା ନେଇଥିଲୁ । ସେଠାରେ ତା'ର ମୃତ୍ୟୁ ହୋଇଛି ।"

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଡାସଣ୍ଡ କୁକୁରଙ୍କ ଉଚ୍ଚତା କମ ଥିବାରୁ ସାପ ସହଜରେ ଚୋଟ ମାରିପାରିଛି । ସାପ କାମୁଡିବା ପରେ କେବେ ବି ପଶୁଙ୍କ ଦେହରେ ପାଣି ଢାଳିବା ଉଚିତ୍ ନୁହେଁ, କାରଣ ଏହା ଶରୀରରେ ବିଷର ସଞ୍ଚାରକୁ ତ୍ୱରାନ୍ୱିତ କରେ । ସାପ କାମୁଡ଼ା ଘଟଣାରେ ସଠିକ୍ ପଦକ୍ଷେପ ନେବା ଜରୁରୀ ଓ ଏହା ଫଳରେ ପଶୁମାନଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ହ୍ରାସ ପାଇଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...

ରଖିଲେ ଅନନ୍ତ..ହାରିଲା ବଳବନ୍ତ; ହାତୀ ପାଦ ତଳେ ଚାଲିଥିଲା ମୃତ୍ୟୁ ସହ ଯୁଦ୍ଧ, ବର୍ତ୍ତିଗଲେ ଯୁବକ

WATCH: କୂଅରେ ପଡିଗଲା ଦନ୍ତା, ନାକେଦମ୍ ହେଲେ ବନ କର୍ମଚାରୀ

ଇଟିଭି ଭାରତ, ଭୁବନେଶ୍ବର