ETV Bharat / state

ପ୍ରତିଶ୍ରୁତି ଦେଲେ ମନମୋହନ; କହିଲେ, 15 ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ

ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖା ଦେଇଥିଲା l ଯେଉଁମାନଙ୍କର ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି, ସେମାନଙ୍କ କ୍ଷେତ୍ରରେ ଅବ୍ୟବସ୍ଥା ଦେଖା ଦେଇଛି ।' ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ

pension distribution issue resolved within 15 days says Manmohan Samal
ପ୍ରତିଶ୍ରୁତି ଦେଲେ ମନମୋହନ; କହିଲେ, 15 ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ (Etv Bharat)
author img

By ETV Bharat Odisha Team

Published : May 31, 2026 at 5:31 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟରେ ଭତ୍ତା ବଣ୍ଟନରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଭତ୍ତା ବଣ୍ଟନରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଭତ୍ତା ବଣ୍ଟନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସାମଲ କହିଛନ୍ତି, '15 ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ କରାଯିବ । ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖା ଦେଇଥିଲା l ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ, ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ l ଯେଉଁମାନଙ୍କର ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି ସେମାନଙ୍କ କ୍ଷେତ୍ରରେ ଅବ୍ୟବସ୍ଥା ଦେଖା ଦେଇଛି ।'

ପ୍ରତିଶ୍ରୁତି ଦେଲେ ମନମୋହନ; କହିଲେ, 15 ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ (Etv Bharat)

ଯେଉଁମାନେ ଭତ୍ତା ପାଇନାହାନ୍ତି, ସେମାନ ଏକକାଳୀନ ପାଇବେ

ସେ କହିଛନ୍ତି, 'କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ କାମ ଚାଲିଛି । ସେଥିପାଇଁ ସମସ୍ୟା ହୋଇଛି l ଆଉ 15 ଦିନ ଭିତରେ ସମସ୍ୟାର ସମଧାନ ହୋଇଯିବ l କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି l ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି l ଯେଉଁମାନେ ଭତ୍ତା ପାଇନାହାନ୍ତି, ସେମାନେ ଏକକାଳୀନ ପାଇବେ l'

ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ବିଜେପି ରାଜ୍ୟ ସଭାପତି କହିଛନ୍ତି, 'ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଜେପି ସରକାର କଣ କରିଛନ୍ତି ତାର ତଥ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ l ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଓଡ଼ିଶା ଆସିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି l ତାରିଖ ଧାର୍ଯ୍ୟ ହେଲେ ଗସ୍ତ ବିବରଣୀ ଜଣାପଡିବ l'

ସେପଟେ, ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ କଣ ଉପଲବ୍ଧି କରିଛନ୍ତି ସେ ନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ପଂଚାୟତଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଏନେଇ ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି କହିଛନ୍ତି ମନମୋହନ ସାମଲ ।

ଏଠି କହିରଖିବୁ, ଭତ୍ତା ବଣ୍ଟନକୁ ନେଇ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା, 'ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ୨ ମାସ ହେଲା ଭତ୍ତା ପ୍ରଦାନ ନ କରି ହନ୍ତସନ୍ତ କରୁଛନ୍ତି ରାଜ୍ୟ ସରକାର । ପ୍ରତିଦିନ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇ ହିତାଧିକାରୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ନିର୍ଦ୍ଦିଷ୍ଟ ଦିନରେ ଘର ପାଖରେ ଭତ୍ତା ପହଞ୍ଚାଉଥିଲା ବିଜେଡି ସରକାର । ହେଲେ ୨ ମାସ ହେଲା ଭତ୍ତା ଦେବାରେ ବିଜେପି ସରକାର ଅସମର୍ଥ' ବୋଲି କହି କହି କଡ଼ା ସମାଲୋଚନା କରିଥିଲା ବିଜୁ ଜନତା ଦଳ ।


ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ୨ ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା, ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଏହା ମଧ୍ୟ ପଢନ୍ତୁ