ETV Bharat / state

ଦଳୀୟ ନେତାଙ୍କ ସୂଚନା: ସେପ୍ଟେମ୍ବର 5, 6ରେ ହୋଇପାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

ଦଳୀୟ ବିଧାୟକ ବିଭୂତି ପ୍ରଧାନ ଏନେଇ ସୂଚନା ଦେଇଥିବା ବେଳେ କେଉଁଠି ହେବ ତାହା ସ୍ଥିର ହୋଇ ନ ଥିବା ସେ କହିଛନ୍ତି । ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

Party leader's information: BJP state executive meeting likely on September 5, 6
ଦଳୀୟ ନେତାଙ୍କ ସୂଚନା: ସେପ୍ଟେମ୍ବର 5, 6ରେ ହୋଇପାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ (ETV BHARAT ODISHA)
author img

By ETV Bharat Odisha Team

Published : August 31, 2026 at 9:49 PM IST

1 Min Read
Choose ETV Bharat

BJP state executive meeting, ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 5 ଏବଂ 6 ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ଏନେଇ ସୂଚନା ଦେଇଛନ୍ତି, ଦଳୀୟ ବିଧାୟକ ବିଭୂତି ପ୍ରଧାନ । ତେବେ କେଉଁଠି ହେବ ତାହା ସ୍ଥିର ହୋଇ ନ ଥିବା ସେ କହିଛନ୍ତି । କଟକ କିମ୍ବା ଢେଙ୍କାନାଳରେ ହେବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥାଏ । ସଙ୍ଗଠନରେ ବର୍ଷେ ଭିତରେ କ'ଣ କ'ଣ କାର୍ଯ୍ୟ ହୋଇଛି ଏବଂ ଆଗକୁ କ'ଣ କ'ଣ ପଦକ୍ଷେପ ନିଆଯିବ, ସେନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ ।

ଦଳୀୟ ନେତାଙ୍କ ସୂଚନା: ସେପ୍ଟେମ୍ବର 5, 6ରେ ହୋଇପାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ (ETV BHARAT ODISHA)



ସେପ୍ଟେମ୍ବର 5 ଏବଂ 6 ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବାନେଇ ସୂଚନା ମିଳିଛି । ଢେଙ୍କାନାଳରେ ଚଳିତ ଥର ଏହି କାର୍ଯ୍ୟକାରିଣୀ ହୋଇପାରେ ବୋଲି ସଙ୍କେତ ମିଳିଛି l ଢେଙ୍କାନାଳରେ କାର୍ଯ୍ୟକାରିଣୀ କରିବା ପାଇଁ ଚର୍ଚ୍ଚା ଆଲୋଚନା ଚାଲିଛି, ଚୂଡ଼ାନ୍ତ ନିଷ୍ପତି ରାଜ୍ୟ ନେତୃତ୍ୱ ନେବେ ବୋଲି ପ୍ରକାଶ କରିଛନ୍ତି, ଦଳୀୟ ବିଧାୟକ ବିଭୂତି ପ୍ରଧାନ । ଚଳିତ କାର୍ଯ୍ୟକାରିଣୀ ବେଶ ଗୁରୁତ୍ୱପୁର୍ଣ ହେବ । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏହି ଦୃଷ୍ଟିରୁ ଦଳର ସଂଗଠନକୁ ସୁଦୃଢ଼ କରାଯିବ, ସେଥିପାଇଁ ଭବିଷ୍ୟତର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ସଦସ୍ୟମାନଙ୍କୁ ଯେଉଁ ଯେଉଁ ଟାସ୍କ ଦିଆଯାଇଥିଲା, ସେସବୁର ରିପୋର୍ଟ ଦେବେ ଏବଂ ଆଗାମୀ ଦିନ ପାଇଁ ଟାସ୍କ ମଧ୍ୟ ଦିଆଯିବ ।


ଚଳିତ ଥର ଢେଙ୍କାନାଳରେ ବୈଠକ ହେବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନେତୃତ୍ବ ନେବେ ବୋଲି କହିଛନ୍ତି, ବିଧାୟକ ବିଭୂତି ପ୍ରଧାନ । ଚଳିତ କାର୍ଯ୍ୟକାରିଣୀ ବେଶ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଗକୁ ଅଛି ବଡ଼ ଚ୍ୟାଲେଞ୍ଜ, ପଞ୍ଚାୟତ ଏବଂ ପୌର ନିର୍ବାଚନ । ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ zen z ମାନଙ୍କ ନିକଟତର ହେବା ପାଇଁ ଟାସ୍କ ଦିଆଯାଇଛି, ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ । ସେମାନଙ୍କୁ ଦଳର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଚାଲିଛି ପ୍ରୟାସ । ନିକଟରେ ଦିଲ୍ଲୀରେ ଏହି ଜେନ୍ z ମାନଙ୍କ ପାଇଁ ବୈଠକ ବସିଥିଲା । ତେଣୁ ଏଥର ବିଜେପି କାର୍ଯ୍ୟକାରିଣୀରେ zen z ମାନଙ୍କ ଉପରେ ଆଲୋଚନା ହେବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦିଆଯିବ ନୂଆ ଟାସ୍କ, ବୋଲି ବିଧାୟକ ବିଭୂତି ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- 'ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବ ରାଜ୍ୟ ବିଜେପି'- ନଗର ଉନ୍ନୟନ ମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ- 20ତମ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି; 600ରୁ ଅଧିକ ଅଭିଯୋଗ, ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ୱର