ETV Bharat / state

4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ପ୍ରେମିକ ସହ 3 ଅଟକ, ରହସ୍ୟ ଖୋଲିବ ବ୍ୟବଚ୍ଛେଦ ରିପୋର୍ଟ

ପାରାଦ୍ବୀପ ତାରିଣୀଗଡା ଅଞ୍ଚଳରେ ଜଣେ ଯୁବତୀ 4 ମହଲାରୁ ଖସି ପ୍ରାଣ ହରାଇଥିବାର ଅଭିଯୋଗ । 3 ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ।

Paradip women dies falling from 4th floor investigation underway postmortem report awaited
4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ଦୁଷ୍କର୍ମ-ହତ୍ୟା ନେଇ ତଦନ୍ତ ଜାରି, ବ୍ୟବଚ୍ଛେଦ ରିପୋର୍ଟ କରିବ ଅପରାଧର ଖୁଲାସା (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 8:50 AM IST

2 Min Read
Choose ETV Bharat

ରିପୋର୍ଟ: ସୁଶାନ୍ତ କୁମାର ପାତ୍ର

ଜଗତସିଂହପୁର: ପାରାଦ୍ୱୀପ ମଡେଲ ଥାନା ଅନ୍ତର୍ଗତ ତାରିଣୀଗଡା ଠାରେ 4 ମହଲା କୋଠାରୁ ଖସି ଯୁବତୀଙ୍କ ମୃତ୍ୟୁ ଘଟଣାରୁ ଧୀରେ ଧୀରେ ପରଦା ହଟାଉଛି ଜଗତସିଂହପୁର ପୋଲିସ । 3 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା କହିଛନ୍ତି ।

4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ଦୁଷ୍କର୍ମ-ହତ୍ୟା ନେଇ ତଦନ୍ତ ଜାରି, ବ୍ୟବଚ୍ଛେଦ ରିପୋର୍ଟ କରିବ ଅପରାଧର ଖୁଲାସା (ETV Bharat Odisha)

ଯୁବତୀଙ୍କ ପ୍ରେମିକକୁ ପଚରାଉଚରା:

ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମାଙ୍କ କହିବା ଅନୁସାରେ, ପାରାଦ୍ବୀପ ତାରିଣୀଗଡା ଅଞ୍ଚଳରେ ଜଣେ ଯୁବତୀ 4 ମହଲାରୁ ଖସି ପ୍ରାଣ ହରାଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ପାରାଦ୍ବୀପ ମଡେଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରେ ପୋଲିସ ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଦଳ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି । ମୃତ ଯୁବତୀଙ୍କ ପ୍ରେମିକକୁ ଭୁବନେଶ୍ୱରରୁ ଆଣି ପଚରାଉଚରା କରାଯାଉଛି ।

Paradip women dies falling from 4th floor investigation underway postmortem report awaited
4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ଦୁଷ୍କର୍ମ-ହତ୍ୟା ନେଇ ତଦନ୍ତ ଜାରି, ବ୍ୟବଚ୍ଛେଦ ରିପୋର୍ଟ କରିବ ଅପରାଧର ଖୁଲାସା (ETV Bharat Odisha)

ବିଭିନ୍ନ ଦିଗରୁ ପୋଲିସର ତଦନ୍ତ ଜାରି:
"ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ଆମେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛୁ । ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲୁ ରହିଛି । ପ୍ରଥମେ ଆମେ 6ରୁ 7 ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛୁ । ବର୍ତ୍ତମାନ 3 ଜଣଙ୍କୁ ଅଟକ ରଖିଛୁ । ସେମାନଙ୍କ ମଧ୍ୟରେ ସଂନ୍ଦିଗ୍ଧ ମୁଖ୍ୟ ଅଭିଯୁକ୍ତ ମଧ୍ୟ ରହିଛି । ସେମାନଙ୍କୁ ପଚରାଉଚରା ଜାରି ରହିଛି" ବୋଲି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା କହିଛନ୍ତି ।

ମା' ଶାରଳାଙ୍କ ଦର୍ଶନ କରିବେ କହି ଘରୁ ବାହାରିଥିଲେ:

ତେବେ 22 ତାରିଖ ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ଯୁବତୀ ମା' ଶାରଳାଙ୍କ ଦର୍ଶନ କରିବାକୁ ଯାଉଛି କହି ଘରୁ ବାହାରି ଆସିଥିଲେ । କିନ୍ତୁ ଯୁବତୀ ଜଣଙ୍କ ଶାରଳାଙ୍କ ମନ୍ଦିରକୁ ନ ଯାଇ ତାଙ୍କ ପ୍ରେମିକଙ୍କ ସହ ସାକ୍ଷାତ କରିଥିଲେ । କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଛାଡି ଚାଲି ଯାଇଥିଲେ । ସେଠାରେ ଯୁବତୀ ଜଣକ ଅନ୍ୟ ଜଣଙ୍କୁ ଲିପ୍ଟ ମାଗି ପାରାଦ୍ୱୀପ ଯାଇଥିଲେ । ପାରାଦ୍ୱୀପର ତାରିଣୀଗଡାରେ ଥିବା ଖୁଣ୍ଟିଆ ନିବାସରେ ସେ ରାତ୍ରି ଯାପନ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Paradip women dies falling from 4th floor investigation underway postmortem report awaited
4 ମହଲାରୁ ଖସି ଯୁବତୀଙ୍କ ମୃତ୍ୟୁ: ଦୁଷ୍କର୍ମ-ହତ୍ୟା ନେଇ ତଦନ୍ତ ଜାରି, ବ୍ୟବଚ୍ଛେଦ ରିପୋର୍ଟ କରିବ ଅପରାଧର ଖୁଲାସା (ETV Bharat Odisha)

ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା:

ଏହା ପରେ ସେହିଦିନ (ମଙ୍ଗଳବାର) ଯୁବତୀଙ୍କ ମୃତଦେହ 4 ମହଲା ବିଶିଷ୍ଟ ଏକ ଘର ତଳେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତକ ଯୁବତୀଙ୍କ ପରିବାର ପକ୍ଷରୁ ପାରାଦ୍ୱୀପ ମଡେଲ ଥାନାରେ ଏକ ଗଣଦୁଷ୍କର୍ମ ଓ 4 ମହଲାରୁ ଠେଲି ହତ୍ୟା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଗଣଦୁଷ୍କର୍ମକୁ ନେଇ ପୋଲିସ ମଧ୍ୟ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ଆଜି (ଶୁକ୍ରବାର) ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟିବ ବୋଲି ଜଗତସିଂହପୁର ଏସପି ଅଙ୍କିତ ବର୍ମା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଜଗତସିଂହପୁରରେ 'ଅପରେସନ କବଚ': 1 ସାଇବର ଠକ ଗିରଫ, 3 ବେନାମୀ ଆକାଉଣ୍ଟଧାରୀଙ୍କୁ ନୋଟିସ୍

ଆକ୍ସନ ମୋଡ଼ରେ ଜିଲ୍ଲାପାଳ; କୁଜଙ୍ଗ,ତିର୍ତ୍ତୋଲ ପରେ ଜଗତସିଂହପୁରର ବେଆଇନ ଇଟାଭାଟି ଉପରେ ଚଢ଼ଉ

ଜଗତସିଂହପୁରରେ ଶତାଧିକ ବେଇଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ

ଇଟିଭି ଭାରତ, ଜଗତସିଂହପୁର