ETV Bharat / state

ମଣ୍ଡିରେ ଧାନ କିଣାରେ ବିଳମ୍ବ: ଆନ୍ଦୋଳନ କରିବାକୁ ଚାଷୀଙ୍କ ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ବଲାଙ୍ଗୀରରେ ଚଳିତ ଖରିପ ଋତୁରେ ଭଲ ଧାନ ଅମଳ ହୋଇଛି । ଏବେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ପୁଣି ଭାଙ୍ଗି ପଡିଛନ୍ତି ଚାଷୀ।

PADDY PROCUREMENT TENSION
ମଣ୍ଡିରେ ଧାନ କିଣାରେ ବିଳମ୍ବ: ଆନ୍ଦୋଳନ କରିବାକୁ ଚାଷୀଙ୍କ ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ (ETV BHARAT ODISHA)
author img

By ETV Bharat Odisha Team

Published : December 19, 2025 at 2:35 PM IST

3 Min Read
Choose ETV Bharat

ବଲାଙ୍ଗୀର: ଜିଲ୍ଲାରେ ଖରିପ ଋତୁ ଧାନ କିଣା ଆରମ୍ଭରୁ ସମସ୍ୟା। ଧାନ ମଣ୍ଡି ଖୋଲିବାର 15 ଦିନ ପରେ ମଧ୍ୟ ଉଠୁ ନାହିଁ ଧାନ। ଏଯାଏଁ 70ରୁ ଅଧିକ ପ୍ରତିଶତ ଚାଷୀଙ୍କୁ ଆସିନି ଟୋକେନ। ସେପଟେ ଆଗାମୀ ସାତ ଦିନ ମଧ୍ୟରେ ଧାନ କିଣା ଆରମ୍ଭ ନ ହେଲେ ଆଗକୁ ବଡ ଆନ୍ଦୋଳନର ହେବ ବୋଲି ଚେତାବନୀ ଦେଇଛି ଚାଷୀ ସଂଗଠନ। ଏହା ପାଇଁ ସରକାରଙ୍କୁ ସିଧା ସଳଖ ଦାୟୀ କରି ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ । ସେପଟେ ଧାନ କିଣା ସଠିକ ଭାବରେ ଚାଲିବାକୁ ଆହୁରି 15 ଦିନ ଲାଗିବ ବୋଲି କହିଛି ପ୍ରଶାସନ।


ଡିସେମ୍ବର 5ରୁ ମଣ୍ଡି ଖୋଲିଛି, କିନ୍ତୁ ଧାନ ପଡିରହିଛି:

ବଲାଙ୍ଗୀର ଜିଲ୍ଲାରେ ମଣ୍ଡିରେ ଧାନ କିଣାରେ ବିଳମ୍ବ (ETV BHARAT ODISHA)

ବଲାଙ୍ଗୀରରେ ଚଳିତ ଖରିପ ଋତୁରେ ଭଲ ଧାନ ଅମଳ ହୋଇଛି। ଯାହାକୁ ନେଇ ଚାଷୀ ଖୁସି। ହେଲେ ଏବେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ପୁଣି ଭାଙ୍ଗି ପଡିଛନ୍ତି ଚାଷୀ। ଗତ 5 ତାରିଖରୁ ଧାନ ମଣ୍ଡି ଖୋଲା ହୋଇଛି। ହେଲେ ଏଯାଏଁ ତାହା ସଠିକ ଭାବରେ କାମ କରୁ ନାହିଁ। ଅନେକ ସ୍ଥାନରେ ଧାନ ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର। ସେହିପରି ଅଖା ବସ୍ତାର ମଧ୍ୟ ସମସ୍ୟା ରହିଛି। ଏହାଛଡା ଟୋକାନ ଆସିବାରେ ବିଳମ୍ବ ହେଉଥିବା ବେଳେ ଏଯାଏଁ 70 ରୁ ଅଧିକ ପ୍ରତିଶତ ଚାଷୀଙ୍କୁ ଟୋକନ ମିଳି ପାରି ନାହିଁ। ଯାହାଫଳରେ ଅମଳ ହୋଇଥିବା ଧାନ ନଷ୍ଟ ହେବାର ଭୟ ସହିତ ଧାନ ଶୁଖି ପ୍ରକୃତ ଓଜନ ଓ ତାର ପ୍ରାପ୍ୟ ଚାଷୀ ପାଇବେ ନାହିଁ ବୋଲ ଆଶଙ୍କା କରିଛନ୍ତି।

ସମାନ ଭାବରେ ସ୍ଥାନୀୟ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ମଧ୍ୟ ଧାନ କିଣାରେ ଘୋର ଅବ୍ୟବସ୍ଥା ଥିବାର ଅଭିଯୋଗ କରିଛନ୍ତି। ଏବଂ ଏହା ପାଇଁ ସରକାରଙ୍କୁ ସିଧା ସଳଖ ଦାୟୀ କରିଛନ୍ତି। " ବଲାଙ୍ଗୀରରେ ପାଞ୍ଚ ତାରିଖରୁ ଧାନ ମଣ୍ଡି ଖୋଲିବ କଥା ହେଲେ ଆଜ 17 ଦିନ ହେଲା ଧାନ ମଣ୍ଡି ଖୋଲି ନାହିଁ। ଏହା ଦ୍ୱାରା ଛୋଟ ବଡ଼ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରି କରିବେ। ଏହାଦ୍ୱାରା ଆଉ ବୋନସର ଫାଇଦା କଣ ମିଳିବ। ଛୋଟ ଚାଷୀ ତଳି ତଳାନ୍ତ ହେବେ। ଦଲାଲ ମଲେମାଲ ହେବେ। ତେଣୁ ମୁଁ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏହାର ସମାଧାନ ଶୀଘ୍ର ଦାବି କରିଛି। ସେହିପରି ମୁଁ ନିଜେ ଏଠି ସମୀକ୍ଷା କରୁଛି ଯେମିତି ଚାଷୀ ହଇରାଣ ନ ହେବେ ଓ ଧାନ ବିକ୍ରି କରି ପାରିବେ ।"

ଚାଷୀ କସ୍ତୁବ ସାହୁ କହିଛନ୍ତି " ପ୍ରଶାସନ ଲୋଇସିଂହା ଠାରେ ଗତ ପାଞ୍ଚ ତାରିଖରେ ଧାନ ମଣ୍ଡିର ଶୁବରମ୍ଭ କରିଥିଲେ। ହେଲେ ଆଜି ଯାଏଁ କୌଣସି ମଣ୍ଡିରୁ ଧାନ ଉଠୁ ନାହିଁ। ସେହିପରି ମଣ୍ଡି ସବୁରେ ସାତ ଶହରୁ ଅଧିକ ଚାଷୀ ପଞ୍ଜିକୃତ ହୋଇଥିବା ବେଲେ ଏଯାଏଁ ମାତ୍ର ପଚିସ ତିରିଶ ଜଣଙ୍କ ପାଖକୁ ଟୋକନ ଆସିଛି। ସେହିପରି ମଣ୍ଡି ମିଲର ଓ ପ୍ରଶାସନଙ୍କ ଖାମ ଖିଆଳି ମନୋଭାବ ଯୋଗୁଁ ଆମେ ହଇରାଣ ହେଉଛୁ। ତେବେ ଏମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଚାଷ ବିନା କେହି ଚଲି ପାରିବେ ନାହିଁ ତଥାପି ସମସ୍ତେ ଆମକୁ ଶୋଷଣ କରୁଛନ୍ତି" ।

ମଣ୍ଡିରେ ଧାନ କିଣାରେ ବିଳମ୍ବ
paddy procurement delays in balangir (ETV BHARAT ODISHA)

ଆନ୍ଦୋଳନ ଧମକ ଦେଲେ ଚାଷୀ:

ପ୍ରତ୍ୟେକ ମଣ୍ଡିରେ ସାତ ସହରୁ ଅଧିକ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏଯାଏଁ ମାତ୍ର 25 ରୁ 30 ଜଣ ଚାଷୀ ଟୋକନ ପାଇଥିବାର ଅଭିଯୋଗ ଆସିଛି। ସେପଟେ ଏହି ଅବ୍ୟବସ୍ଥାରେ ଚାଷୀ ହଇରାଣ ହୋଉଥିବା ବେଳେ ବିଭିନ୍ନ ଚାଷୀ ସଂଗଠନ ଆଗକୁ ବଡ ଆନ୍ଦୋଳନର ମଧ୍ୟ ଧମକ ଦେଇଛନ୍ତି। ଯେଉଁଥିରେ ଚାଷୀ ନେତା ତଥା ପୂର୍ବତନ ବଲାଙ୍ଗୀର ସାଂସଦ ବାଳଗୋପାଳ ମିଶ୍ର କହିଛନ୍ତି ଯେ ଚାଷୀ ସହିତ କେହି ନାହାନ୍ତି। ସବୁ ବର୍ଷ ଚାଷୀ ଏଭଳି ହଇରାଣ ହୋଇ କ୍ଷତି ସହି ଆସୁଛି। ତେବେ ଆଗକୁ ସରକାର ଧାନ କିଣା ସଠିକ ନ କଲେ ଚାଷୀ ବଡ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଏମାନେ କହିଛନ୍ତି।


ଚାଷୀ ନେତା ତଥା ପୂର୍ବତନ ବଲାଙ୍ଗୀର ସାଂସଦ ବାଲଗୋପାଳ ମିଶ୍ର କହିଛନ୍ତି " ବଲାଙ୍ଗୀରରେ ଏଯାଏଁ ମଣ୍ଡି କାମ କରୁ ନାହିଁ। ଚାଷୀ 25 ଟଙ୍କା ଦେଇ ଅଖା ବସ୍ତା କିଣୁଛନ୍ତି। ହେଲେ ଏହାର ଭରଣା କିଏ ଦେବ? ଧାନ ବିକ୍ରି କରିବା ବିଲମ୍ଵ ହେଲେ ଧାନ ଓଜନ କମିଯିବ ତାର କ୍ଷତି ପୂରଣ କିଏ ଦେବ? ଆମେ ଏମଏସପି ଲାଭ ପାଉ ନାହୁଁ, ଏହାର ଲାଭ ମିଲର ଉଠାଉ ଛନ୍ତି। ଆମର କ୍ବିଣ୍ଟାଲ ପିଛା ପାଞ୍ଚ କେଜି କଟନିରେ କ୍ଷତି ସହୁଛୁ , ସେହିପରି ବିଳମ୍ବ ହେବା ଯୋଗୁ ଧାନ ଶୁଖି ଯାଇ ଓଜନ କମୁଛି ଯେଉଁଥିରେ ପୁଣି ଆମେ କ୍ଷତି ସହୁଛୁ। ତେବେ ଅମକୁ ଏମଏସପି ଲାଭ କେଉଁଠୁ ମିଳିଲା। ତେଣୁ ସରକାର ଏହାର ସମାଧାନ ଆଗାମୀ ସାତ ଦିନ ମଧ୍ୟରେ ନକଲେ ଆମେ ଆନ୍ଦୋଳନ କରିବା ନିଶ୍ଚୟ ଅଟେ ଷ"


ସେପଟେ ବେସାମରିକ ଯୋଗାଣ ବିଭାଗ ଅଧିକାରୀ ଦେଵବ୍ରତ ସାହୁ କହିଛନ୍ତି" ଏଥର ଖରିପ ଋତୁ ଧାନ କିଣା ଆମେ ଗତ 5 ରାରିଖରୁ ଆରମ୍ଭ କରିଛୁ। ମୋଟ 180 ଟି ପେକସ ଓ ଏସଏଚଜି ଜରିଆରେ ଧାନ କିଣିବୁ। ସେହିପରି ଏହା ପାଇଁ ଆମେ 61 ଟି ମିଲରଙ୍କୁ ଧାନ କିଣାରେ ସାମିଲ କରିଛୁ। ଚାଷୀଙ୍କୁ ଅଖା ବସ୍ତା ଯୋଗାଇ ଦେବାକୁ ଆମେ ମିଲରଙ୍କୁ ନିର୍ଦ୍ଦେଶ ଦେଇଛୁ। ତେବେ ସବୁ ମଣ୍ଡି ଆମର ଆରମ୍ଭ ହୋଇ ପାରି ନାହିଁ। ଆଗକୁ ଆହୁରି 15 ଦିନ ମଧ୍ୟରେ ସବୁ ମଣ୍ଡି କାର୍ଯ୍ୟଶୀଳ ହୋଇଯିବ ।"

ଚଳିତ ବର୍ଷ ଖରିପ ଋତୁରେ ଜିଲ୍ଲାରେ ଏକ ଲକ୍ଷ 80 ହଜାର ହେକ୍ଟର ଧାନ ଚାଷ ହୋଇଥିଲା। ସେହିପରି ମୋଟ 1 ଲକ୍ଷ 31 ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ଯେଉଁଥିରେ 98 ହଜାର 245 ଚାଷୀ ଯୋଗ୍ୟତା ଅନୁସାରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ର ଆଜି ଦ୍ବିତୀୟ ଦିନ, ପ୍ରଥମ ଦିନରେ 38,700 କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଇଟିଭି ଭାରତ, ବଲାଙ୍ଗୀର