ETV Bharat / state

ବାଲେଶ୍ବରରେ MSME ଜରିଆରେ କ୍ଷୁଦ୍ର ଶିଳ୍ପ ବୃଦ୍ଧି ପାଉଛି, ଜିଆଇ ଟ୍ୟାଗିଂ ପାଇଁ ପ୍ରଚେଷ୍ଟା ଜାରି

ବାଲେଶ୍ୱର ଜିଲ୍ଲା ଦିନେ ଇଣ୍ଡଷ୍ଟ୍ରି ଅଞ୍ଚଳ ଥିବା ବେଳେ ଶିଳ୍ପର ସହର ବାଲେଶ୍ୱରରେ ଶିଳ୍ପ ହ୍ରାସ ପାଇଛି ସତ ହେଲେ MSME  ଜରିଆରେ ଅନେକ କ୍ଷୁଦ୍ର ଶିଳ୍ପ ଗଢି ଉଠିଛି।

OUTREACH AND AWARENESS CAMPAIGN FOR MSMES
ବାଲେଶ୍ବରରେ MSME ଜରିଆରେ କ୍ଷୁଦ୍ର ଶିଳ୍ପ ବୃଦ୍ଧି ପାଉଛି (ETV BHARAT ODISHA)
author img

By ETV Bharat Odisha Team

Published : February 7, 2026 at 1:26 PM IST

1 Min Read
Choose ETV Bharat

ବାଲେଶ୍ବର: ରୋଜଗାର ସମସ୍ୟାକୁ ଏଡ଼ାଇବା ପାଇଁ ସରକାରଙ୍କ ଦ୍ଵାରା ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଯେଉଁଥିରେ ଉଦ୍ୟମ ମାଧ୍ୟମରେ ପଞ୍ଜିକରଣ କରି ଜଣେ ନିଜର ଛୋଟିଆ ଇଣ୍ଡଷ୍ଟ୍ରି ଖୋଲି ପାରୁଛନ୍ତି। ବାଲେଶ୍ୱର ଜିଲ୍ଲା ଦିନେ ଇଣ୍ଡଷ୍ଟ୍ରି ଅଞ୍ଚଳ ଥିବା ବେଳେ ଶିଳ୍ପର ସହର ବାଲେଶ୍ୱରରେ ଶିଳ୍ପ ହ୍ରାସ ପାଇଛି ସତ ହେଲେ MSME ଜରିଆରେ ଅନେକ କ୍ଷୁଦ୍ର ଶିଳ୍ପ ଗଢି ଉଠିଛି। ବାଲେଶ୍ୱର ଜିଲ୍ଲାରେ ଗତ ପାଞ୍ଚ ବର୍ଷ ଭିତରେ ଏହାର ସଂଖ୍ୟା ବୃଦ୍ଧି ପାଇଛି।

ଜିଏମ ଡିଆଇସି ସୂର୍ଯ୍ୟକାନ୍ତ ବେହେରା (ETV BHARAT ODISHA)

ଯେଉଁଠିସବୁ ଏମିତି ଶିଳ୍ପ ରହିଛି ସେସବୁର GI ପ୍ରମାଣପତ୍ର ଏବଂ ସଚେତନତା ଉଦ୍ଦେଶ୍ୟରେ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ (DEPM) ଆନୁକୂଲ୍ୟରେ "MSME କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ତ୍ବରାନ୍ବିତ କରିବା" (RAMP) କର୍ମଶାଳା ଅନୁଷ୍ଠିତ ହୋଇଛି। ଏହା MSME ଉପରେ ପ୍ରଚାର ଏବଂ ସଚେତନତା ଅଭିଯାନ ଯାହାକି ଭୌଗୋଳିକ ସଙ୍କେତ (GI) ପ୍ରମାଣପତ୍ର ଏବଂ MSME କ୍ଷମତା ନିର୍ମାଣ ଉପରେ ସଚେତନତାକୁ ସୁଦୃଢ଼ ​​କରିବାର ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। ଆଗାମୀ କମ ଦିନ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ପଥର GI ମାନ୍ୟତା ମିଳିଯିବ ବୋଲି ସୂଚନା ଦିଆଯାଇଛି।



ଜିଲ୍ଲାରେ MSME ସଂଖ୍ୟା ବୃଦ୍ଧି ଏବଂ ଏହାର ସୁଫଳ ନେଇ ଜିଏମ ଡିଆଇସି ସୂର୍ଯ୍ୟକାନ୍ତ ବେହେରା ପ୍ରତିକ୍ରିୟାରେ କହିଛନ୍ତି ," ସରକାରଙ୍କ ଏକ RAMP ସ୍କିମ ରହିଛି ଯେଉଁଥିରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ଯାହାକି MSME ମାନଙ୍କୁ ସମୃଦ୍ଧ କରିବା ପାଇଁ ଏସବୁ କାର୍ଯ୍ୟକ୍ରମ କରାଯାଉଛି। ଯେଉଁସବୁ ସାମଗ୍ରୀ ରହିଛି ତାର ଜିଆଇ ଟ୍ୟାଗିଂ ହେଲେ କେମିତି ତାର ମୂଲ୍ୟ ବଢୁଛି, ଆମର ନୀଳଗିରି ପଥର ବାସନ ବିଶେଷ କରି, ତାହା ଯଦି ଜିଆଇ ଟ୍ୟାଗିଂ ହେବ ତେବେ ତାହା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପହଞ୍ଚି ପାରିବ। MSME ପ୍ରତିବର୍ଷ ଆମର ବିଭିନ୍ନ ଯୋଜନାରେ ପାଖାପାଖି ୩୦୦ ଶିଳ୍ପକୁ ସହାୟତା ଯୋଗାଇ ଦିଆଯାଉଛି। ତାହା ସହ ବ୍ୟକ୍ତିଗତ ଅର୍ଥ ରାଶିରେ ମଧ୍ୟ ଲୋକମାନେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି। ଶିଳ୍ପ ପ୍ରତିଷ୍ଠାନ ସଂଖ୍ୟା ବହୁ ମାତ୍ରାରେ ବଢୁଛି। "

" ଆମର ଉଦ୍ୟମ ପଞ୍ଜିକରଣ ସଂଖ୍ୟା ୧୮ ହଜାରରୁ ଅଧିକ ହେଉଛି। ପ୍ରତିବର୍ଷ ଉଦ୍ୟମ ପଞ୍ଜିକରଣ ୧୫ ହଜାରରୁ ୧୮ ହଜାର ହେଉଛି। ଆମେ ବିଭିନ୍ନ ଯୋଜନାରେ ପ୍ରତିବର୍ଷ ୩୦୦/୫୦୦ ଶିଳ୍ପ ପ୍ରତିଷ୍ଠାନକୁ ଫାଇନାନ୍ସ ଯୋଗାଇ ଦେଉଛୁ। ବର୍ତ୍ତମାନ କେବଳ ମୁଖ୍ୟ ଅବଲମ୍ବନ MSME ଆସିବ କାହିଁକି ନା ଲୋକମାନେ ନିଯୁକ୍ତି ପାଇବା ପାଇଁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି, ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି କେମିତି MSME କରିବା ପାଇଁ। ଏଥିରେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଯାଇ ପାରୁଛି। ପ୍ରତିବର୍ଷ ୨୦୦ରୁ ଉର୍ଦ୍ଧ୍ଵ ଋଣ ଯୋଗାଇ ଦିଆଯାଉଛି।" ବୋଲି କହିଛନ୍ତି ଜିଏମ ଡିଆଇସି ସୂର୍ଯ୍ୟକାନ୍ତ ବେହେରା ।

ଖୋର୍ଦ୍ଧାରେ ଦୁଇ ଜଣଙ୍କୁ ଦଳି ଦେଲା ଦନ୍ତା, ଲୋକଙ୍କ ରାସ୍ତା ଅବରୋଧ

ଇଟିଭି ଭାରତ, ବାଲେଶ୍ବର