ETV Bharat / state

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘3 ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ କର’

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ।

Srimandir Ratna Bhandar
ଓଡ଼ିଶା ହାଇକୋର୍ଟ (ETV Bharat Odisha)
author img

By ETV Bharat Odisha Team

Published : February 12, 2026 at 4:04 PM IST

1 Min Read
Choose ETV Bharat

Srimandir Ratna Bhandar କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନଙ୍କ ରିପୋର୍ଟ । ଆସନ୍ତା ବିଧାନସଭା ବଜେଟ ଅଧିବେଶନରେ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରତ୍ନଭଣ୍ଡାର ମଣତି ଗଣତି କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।


3 ପ୍ରସଙ୍ଗରେ ଜନସ୍ବାର୍ଥ ମାମଲା:

୨୦୧୮ ମସିହାରେ ଗଠନ ହୋଇଥିଲା ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ । ୧୯୭୮ ମସିହାର ତାଲିକା ସହ ମେଳକ ହେବ ବୋଲି ହାଇକୋର୍ଟ ଏହି ମାମଲାରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୯୭୮ ମସିହାରେ ଶେଷ ଥର ପାଇଁ ହୋଇଥିଲା ଗଣତି ମଣତି ପ୍ରକ୍ରିୟା । ୨୦୨୩ ମସିହାରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ମୁଖ୍ୟତ ତିନୋଟି ପ୍ରସଙ୍ଗକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନ ରିପୋର୍ଟ, ମଣତି ଗଣତି ଓ ରତ୍ନଭଣ୍ଡାର ମରାମତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ (ETV Bharat Odisha)

ପୂର୍ବ ଶୁଣାଣିରେ କଣ କହିଥିଲେ ହାଇକୋର୍ଟ ?

ପୂର୍ବ ଶୁଣାଣି ସମୟରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଯାଞ୍ଚ ପାଇଁ SOP (Standard Operating Procedure) ପ୍ରସ୍ତୁତ ହୋଇସାରିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କୁ ଅବଗତ କରିଥିଲେ । ଏପରିକି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ଚାବି ହଜିବା ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇ ନାହିଁ, ସେ ନେଇ କୋର୍ଟ ପ୍ରଶ୍ନ କରିଥିଲେ କୋର୍ଟ ।

ଏହା ମଧ୍ୟ ପଢନ୍ତୁ:

ରତ୍ନଭଣ୍ଡାର ପ୍ରସଙ୍ଗ; ଗଣତି ମଣତିରେ ପୂର୍ବ ଅପେକ୍ଷା କମିଲେ ବଡ଼ ସାଙ୍ଘାତିକ, କହିଲେ ହାଇକୋର୍ଟ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ପାଇଁ ମଧ୍ୟ ଲାଗିବ ମୋବାଇଲ କଟକଣା

3 ପର୍ଯ୍ୟାୟରେ ଗଣା ହେବ ରତ୍ନଭଣ୍ଡାର ଅଳଙ୍କାର, SOP ଚୁଡାନ୍ତ

ଏକା ଥରକେ ନୁହେଁ, ପର୍ଯ୍ୟାୟ କ୍ରମେ ହେବ ରତ୍ନ ଭଣ୍ଡାର ଅଳଙ୍କାରର ଗଣତି ମଣତି

95 ଦିନରେ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ, କେବେ ଗଣତି ?

3ଟି ପର୍ଯ୍ୟାୟରେ ହେବ ରତ୍ନ ଅଳଙ୍କାର ଗଣତି:

3ଟି ପର୍ଯ୍ୟାୟରେ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି । ଏନେଇ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଚଳନ୍ତି ରତ୍ନ ଅଳଙ୍କାର ଗଣତି ହେବ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ହେବ । ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ । ତେବେ 3 ମାସ ମଧ୍ୟରେ ଗଣତି ମଣତି ଶେଷ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ