ETV Bharat / state

PUCC ଟେନସନ୍; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌, ପରିବହନ କମିଶନରଙ୍କୁ 2 ସପ୍ତାହରେ ସତ୍ୟପାଠ ନିର୍ଦ୍ଦେଶ

ଚାଲାଣ ନ ଭରିଲେ PUCC ମିଳିବନି ଦ୍ବନ୍ଦ୍ବକୁ ନେଇ ହାଇକୋର୍ଟଙ୍କ ନୋଟିସ୍‌ । 3 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

Orissa High Court
ଓଡ଼ିଶା ହାଇକୋର୍ଟ (ETV Bharat Odisha)
author img

By ETV Bharat Odisha Team

Published : January 6, 2026 at 4:59 PM IST

2 Min Read
Choose ETV Bharat

କଟକ: କାଠଗଡାରେ ପହଞ୍ଚିଲା PUC ସାର୍ଟିଫିକେଟ୍ ନଥିଲେ ତେଲ ନମିଳିବା ପ୍ରସଙ୍ଗ । ଆଜି ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ରମଣ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ରାଜ୍ୟ ସରକାର ଏବଂ ପରିବହନ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି । ଗାଡି ନାଁରେ ଚାଲାଣ ଥିଲେ ପ୍ରଦ୍ୟୁଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ୱାର୍ଥ ମାମଲା (ETV Bharat Odisha)

ତିନି ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା PUC ସାର୍ଟିଫିକେଟ୍ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନକାରୀ ସ୍ନିଗ୍ଧା ପାତ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ ମମାଲା ରୁଜୁ କରାଯାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ନିୟମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ପ୍ରତ୍ୟେକ ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏହି ପରିପ୍ରରିପ୍ରେକ୍ଷୀରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦.୧୨.୨୦୨୫ ତାରିଖରେ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରିଥିଲେ ଆବଦେନକାରୀ ।

"ପରିବହନ କମିଶନରଙ୍କ PUC ସାର୍ଟିଫିକେଟନ ନଥିଲେ ତେଲ ନମିଳିବା ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏହା ସହିତ ପଲ୍ୟୁସନ୍ ସାର୍ଟିଫିକେଟ ଦେବା ପାଇଁ ସମସ୍ତ ଚାଲାଣ ପୈଠ ପ୍ରସଙ୍ଗକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା । ଏହାକୁ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍ ରମଣ ଶୁଣାଣି କରି ପରିବହନ କମିଶନରଙ୍କୁ ନୋଟିସ୍ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି 3 ସପ୍ତାହରେ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶରେ ଏପରି ଏକ ନିର୍ଦ୍ଦେଶନାମାକୁ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ହାରିଥିଲେ," ବୋଲି କହିଛନ୍ତି ଆବଦେନକାରୀଙ୍କ ଆଇନଜୀବୀ ରଞ୍ଜନ କୁମାର ରାଉତ ।

ଏହା ମଧ୍ଯ ପଢନ୍ତୁ:

PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ

ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ

ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଛି ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ , ରାଜ୍ୟ ପରିବହନ ପ୍ରାଧିକାରଣ ଓ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘ , IOCL , BPCL ଓ HPCL ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବଦେନକାରୀଙ୍କ ପକ୍ଷରୁ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି ।


ଇଟିଭି ଭାରତ, କଟକ