ଝିଅକୁ ମାଟ୍ରିକ ପରୀକ୍ଷା ପାଇଁ ନେବା ଆଣିବା କରିବେ ଆଜୀବନ କାରାଦଣ୍ଡ ଭୋଗୁଥିବା ବାପା, ମିଳିଲା ଅନ୍ତରୀଣ ଜାମିନ
ଝିଅକୁ ମାଟ୍ରିକ ପରୀକ୍ଷା ପାଇଁ ନେବା ଆଣିବା ପାଇଁ ଆଜୀବନ କାରାଦଣ୍ଡ ଭୋଗୁ ଥିବା ବାପାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ ।


Published : February 24, 2026 at 10:56 PM IST
କଟକ: ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ଆଜୀବନ କାରଦଣ୍ଡ ଭୋଗ କରୁଥିବା ବାପାଙ୍କୁ ମିଳିଲା ଅନ୍ତରୀଣ ଜାମିନ । ମାଟ୍ରିକ ପରୀକ୍ଷା ଦେଉଥିବା ଝିଅକୁ ଘର ଠାରୁ ୫ କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ବନ୍ଦୀଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜେଲରେ ଥିବା ଆବେଦନକାରୀଙ୍କୁ ଆସନ୍ତା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ଜଗତସିଂହପୁର ଦୌରା ଜଜ୍ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ତୁରନ୍ତ ଆବେଦନକାରୀ ଦୌରା ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ପ୍ରମାଣପତ୍ର ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି ।
ଜଗତସିଂହପୁର ଥାନାରେ ରୁଜୁ ୨୦୧୦ର ଏକ ହତ୍ୟା ମାମଲାରେ ୨୦୨୧ ଜାନୁଆରି ୨୧ରୁ ଆବେଦନକାରୀ ଜେଲରେ ଅଛନ୍ତି। ଆବେଦନକାରୀଙ୍କ ଝିଅ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କେନ୍ଦ୍ର ଘର ଠାରୁ ୫ କିମି ଦୂର ହୋଇଥିବାରୁ ସେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି । ବୃଦ୍ଧ ଜେଜେ ବାପା ଓ ମା ବୟସ ଅଧିକ କାରଣରୁ ଝିଅକୁ ନେଇ ପରୀକ୍ଷା କେନ୍ଦ୍ରରେ ଛାଡ଼ିବା ଓ ଆଣିବା ସମ୍ଭବ ନୁହେଁ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ ଦାଏର କରିଥିଲେ ଆବେଦନକାରୀ ।
ଏହା ବି ପଢନ୍ତୁ- ଯାତ୍ରା କଳାକାର ନିଶା ମହାରଣାଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ
ଏହା ବି ପଡନ୍ତୁ- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘3 ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ କର’
ଏହା ବି ପଢନ୍ତୁ- ଜାତୀୟ ପ୍ରତୀକର ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗଠନ ହେବ କମିଟି
ନିକଟରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଥିଲା ହାଇକୋର୍ଟରୁ ଆଗୁଆ ଜାମିନ । ୨୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ତେଵେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ବାଲାଙ୍ଗିରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ନିଶା ମହାରଣାଙ୍କ ବିରୋଧରେ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ।
ଇଟିଭି ଭାରତ, କଟକ

