ETV Bharat / state

ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ 2ବର୍ଷରେ 18ଥର ଉପସ୍ଥିତ; 96% ଅଭିଯୋଗ ସମାଧାନ ଦାବି ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ପ୍ରଶ୍ମ ଉଠାଇଲା ବିଜେଡି । ଉପକୃତ ହୋଇଥିବା ନାଗରିକଙ୍କ ବିବରଣୀ ସାର୍ବଜନୀନ କରିବାକୁ ଦାବି । ରିପୋର୍ଟ- ଭବାନୀ ଶଙ୍କର ଦାସ

Opposition raises questions over CM public grievance
ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ପ୍ରଶ୍ମ ଉଠାଇଲା ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : June 3, 2026 at 8:37 AM IST

1 Min Read
Choose ETV Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ପ୍ରଶ୍ମ ଉଠାଇଛନ୍ତି ବିରୋଧୀ । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ବର୍ଷରେ ମାତ୍ର ୧୮ ଥର ଉପସ୍ଥିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେ ଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି ଦାବି କରିଛି । ଏନେଇ ଗତକାଲି (ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି ଦଳ ।

ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି," ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି ସରକାର ଦାବି କରୁଛନ୍ତି । କିନ୍ତୁ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଯଦି ୯୬ ପ୍ରତିଶତ ଅଭିଯୋଗର ସମାଧାନ ହେଉଛି ତାହା ହେଲେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବାର ଅସୁବିଧା କେଉଁଠି ରହିଲା ? ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିଜେପି ସରକାର କ୍ଷମତାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମାତ୍ର ୧୮ ଥର ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଛନ୍ତି । ଏହାରି ଭିତରେ ବର୍ଷକୁ ୫୨ ଟି ସୋମବାର ହେଲେ ଦୁଇ ବର୍ଷରେ ୧୦୪ ସୋମବାର ଗଲାଣି । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ମାତ୍ର ୧୭ ପ୍ରତିଶତ । ଏପରି ପରିସ୍ଥିତିରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ଦାବି କେଉଁ ଆଧାରରେ କରାଯାଉଛି ? ଯଦି ପ୍ରକୃତରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି, ସରକାର ଅତି କମରେ ୯୬ ଜଣ ଉପକୃତ ନାଗରିକଙ୍କ ନାମ ଓ ବିବରଣୀ ସାର୍ବଜନୀନ କରନ୍ତୁ ।"

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ପ୍ରଶ୍ମ ଉଠାଇଲା ବିଜେଡି (ETV Bharat Odisha)



ଲେନିନ ଆହୁରି ମଧ୍ୟ କହିଛନ୍ତି,"କେବଳ ଅଭିଯୋଗକୁ ଜିଲ୍ଲାପାଳ କିମ୍ୱା ସମ୍ପୃକ୍ତ ବିଭାଗକୁ ପଠାଇ ଦେଇ ସମାଧାନ ହେଉଛି ବୋଲି ଗଣାଯାଉଛି କି ? ନା ପ୍ରକୃତରେ ଲୋକଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ହେଉଛି ? ଦାବିକୁ କେବଳ ପରିସଂଖ୍ୟାନ ମାଧ୍ୟମରେ ନୁହେଁ, ବରଂ ସମାଧାନ ହୋଇଥିବା ମାମଲାଗୁଡ଼ିକର ବିସ୍ତୃତ ତଥ୍ୟ ପ୍ରକାଶ କରିବାର ଆବଶ୍ୟକ ଅଛି । ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଉଛି ଯେ, ସରକାର ଅତିକମରେ ସେହି ୯୬ ପ୍ରତିଶତ ସମାଧାନ ହୋଇଥିବା ଅଭିଯୋଗର ତାଲିକା ଏବଂ ସେଗୁଡ଼ିକର ନିରାକରଣ ସମ୍ପର୍କିତ ବିସ୍ତୃତ ବିବରଣୀ ସାର୍ବଜନୀନ କରନ୍ତୁ । ନହେଲେ ଆମେ ଜାଣିବୁ ସମସ୍ୟା ସମାଧାନ କରିଦେଲୁ ବୋଲି ସରକାର କେବଳ ଡିଣ୍ଡିମ ପିଟୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ... ସ୍ଵଚ୍ଛ, ଦୁର୍ନୀତି ଓ ମଧ୍ଯସ୍ଥି ମୁକ୍ତ ହେବ ରାଜସ୍ୱ ପ୍ରଶାସନ, ସବ ରେଜିଷ୍ଟର ଅଫିସରେ ଲାଗିବ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ: ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ଯୁବକଙ୍କୁ ଅବକାରୀ ବିଭାଗର 'ଥାର୍ଡ ଡିଗ୍ରୀ' !


ଇଟିଭି ଭାରତ, ଭୁବନେଶ୍ବର