ETV Bharat / state

ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ସୁଯୋଗ; ଇଭି ପଲିସି 3 ମାସ ବଢ଼ାଇଲେ ସରକାର

ଅବଧି ବୃଦ୍ଧି ନିଷ୍ପତ୍ତି ଫଳରେ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆହୁରି ପ୍ରୋତ୍ସାହନ ମିଳିବ ।

ELECTRIC VEHICLE POLICY
ଇଲେକ୍ଟ୍ରିକ୍ ଗାଡ଼ି (File pic)
author img

By ETV Bharat Odisha Team

Published : July 2, 2026 at 1:02 PM IST

|

Updated : July 2, 2026 at 1:28 PM IST

1 Min Read
Choose ETV Bharat

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଯାନ କ୍ରୟକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଢିଲା ଇଭି ପଲିସି । ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ପଲିସି–୨୦୨୧ର ଅବଧିକୁ ଆହୁରି ତିନି ମାସ ବଢ଼ାଇ ଦିଆଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।



ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆହୁରି ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର Odisha Electric Vehicle Policy-2021ର ଅବଧି ବୃଦ୍ଧି କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୩୦ ଜୁନ୍ ୨୦୨୬ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ପଲିସିର କାର୍ଯ୍ୟକାଳକୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି।


ବିଜ୍ଞପ୍ତିରେ କୁହାଯାଇଛି ଯେ, Odisha Electric Vehicle Policy-2021ର ପାରା-୧୧.୫ରେ ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ଅବଧି ବୃଦ୍ଧି କରାଯାଇଛି। ବିଜ୍ଞପ୍ତିରେ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସ୍ୱାକ୍ଷର ରହିଛି।



ଏହି ନିଷ୍ପତ୍ତି ଫଳରେ ଇଲେକ୍ଟ୍ରିକ୍ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ କ୍ରୟ କରିବାକୁ ଇଚ୍ଛୁକ ଗ୍ରାହକମାନେ ପଲିସି ଅନୁଯାୟୀ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ଓ ସୁବିଧା ପାଇବା ପାଇଁ ଆଉ ତିନି ମାସ ସମୟ ପାଇବେ ।


୨୦୨୧ରେ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା, ପ୍ରଦୂଷଣ କମାଇବା ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ Odisha Electric Vehicle Policy-2021 ଆଣିଥିଲେ । ଏହି ପଲିସି ଅଧୀନରେ ଇଭି କ୍ରୟ ଉପରେ ପ୍ରୋତ୍ସାହନ ରାଶି, ଚାର୍ଜିଂ ଷ୍ଟେସନ୍ ବିକାଶ ଏବଂ ଇଭି ଇକୋସିଷ୍ଟମ୍‌କୁ ମଜବୁତ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ବର୍ତ୍ତମାନ ଅବଧି ବୃଦ୍ଧି ନିଷ୍ପତ୍ତି ଫଳରେ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ- Mission shakti and IIT Mou କୋଟିପତି ହେବେ ଲକ୍ଷପତି ; ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ବ୍ୟାବସାୟିକ ସହାୟତା

ଇଟିଭି ଭାରତ, ଭୁବନେଶ୍ୱର

Last Updated : July 2, 2026 at 1:28 PM IST