ETV Bharat / state

ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ

ବଡ଼ଧରଣର ସାଇବର ଠକେଇର ପର୍ଦ୍ଦାଫାଶ । 52 ଜଣ ଆକାଉଣ୍ଟ ହୋଲଡରଙ୍କୁ ଅଟକ ରଖିଛି ସମ୍ବଲପୁର ପୋଲିସ । ପୋଲିସ ହାତରେ ଲାଗିଛି 110 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ମାମଲା ।

Operation Kavach Sambalpur police bust cyber fraud worth Rs 110 crore
ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : February 19, 2026 at 9:23 PM IST

2 Min Read
Choose ETV Bharat

ସମ୍ବଲପୁର: ସମ୍ବଲପୁର ପୋଲିସର ଅପରେସନ "ସାଇବର କବଚ"କୁ ମିଳିଛି ବଡ଼ ସଫଳତା । ମ୍ୟୁଲ ଆକାଉଣ୍ଟ ଜରିଆରେ ହେଉଥିବା ବଡ଼ଧରଣର ସାଇବର ଠକେଇ ପର୍ଦ୍ଦାଫାଶ । 52 ଜଣ ଆକାଉଣ୍ଟ ହୋଲଡରଙ୍କୁ ଅଟକ ରଖିଛି ସମ୍ବଲପୁର ପୋଲିସ । ପୋଲିସ ହାତରେ ଲାଗିଛି 110 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ମାମଲା ।

ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ (ETV Bharat Odisha)

ଧରାପଡିଲା ବଡଧରଣର ସାଇବର ରାକେଟ:
ସାଇବର ସେଲ, କ୍ରାଇମ ବ୍ରାଞ୍ଚ ଓ ସମ୍ବଲପୁର ପୋଲିସ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରୁ ସମ୍ବଲପୁର ଜିଲ୍ଲାରେ ମୋଟ 300ଟି ସନ୍ଦେହଜନକ ମ୍ୟୁଲ ଆକାଉଣ୍ଟ ରହିଛି ବୋଲି ଜଣାପଡିଥିଲା । ଏହାପରେ ସମ୍ବଲପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ପୋଲିସ ବର୍ତ୍ତମାନ ସୁଦ୍ଧା 140ଟି ମ୍ୟୁଲ ଆକାଉଣ୍ଟ ଚିହ୍ନଟ କରିଛି । ଯେଉଁଥିରେ 110,30,18,772 କୋଟି ଟଙ୍କାର ଠକେଇ ହୋଇଥିବା ଜଣା ପଡିଛି । ବାକି ସବୁ ଆକାଉଣ୍ଟ ଉପରେ ତଦନ୍ତ ଜାରି ରହିଛି ସମ୍ବଲପୁର ପୋଲିସ । ଆଜି (ଗୁରୁବାର) ସମ୍ବଲପୁର ଏସପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି ମୁକେଶ ଭାମୁ ।

Operation Kavach Sambalpur police bust cyber fraud worth Rs 110 crore
ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ (ETV Bharat Odisha)

ଏହି ସବୁ ସ୍ଥାନରେ ହୋଇଥିଲା ସାଇବର ଠକେଇ:
ସମ୍ବଲପୁର ଜିଲ୍ଲାର ଅଇଁଠାପାଲି, ଧନୁପାଲି, ବରେଇପାଲି,ହୀରାକୁଦ, ବୁର୍ଲା, ଜୁଯୁମୁରା, କ୍ଷେତରାଜପୁର, ଟାଉନ, ସଦର, ଶାସନ, ରେଢ଼ାଖୋଲ, ରେଙ୍ଗାଲି, କତରବଗା, ଧମା ଆଦି ଥାନା ଗୁଡିକରେ ଜାଲିଆତି, ଠକେଇ ଓ ଆଇଟି ଆକ୍ଟରେ ମୋଟ 14ଟି ମାମଲା ରୁଜୁ ହୋଇଥିଲା । ତେବେ ଏହି 52 ଜଣ ଅଭିଯୁକ୍ତଙ୍କ ଆକାଉଣ୍ଟରେ ମୋଟ 75 କୋଟି 36 ଲକ୍ଷ 76 ହଜାର 768 ଟଙ୍କାର ନେଣଦେଣ ହୋଇଛି l ଏହି ଆକାଉଣ୍ଟ ଗୁଡିକ ମୁଖ୍ୟତଃ ଅନଲାଇନ ଠକେଇ, ନିବେଶ ଠକେଇ, ଡିଜିଟାଲ ଆରେଷ୍ଟ, ପ୍ରତିରୂପଣ ଆଦି ଠକେଇରେ ବ୍ୟବହାର ହେଉଥିବା ଏସପି ସୂଚନା ଦେଇଛନ୍ତି l

Operation Kavach Sambalpur police bust cyber fraud worth Rs 110 crore
ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ (ETV Bharat Odisha)

ସାଇବର କବଚ:
ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, "ବିଭିନ୍ନ ଲୋକ ନିଜର କାଗଜପତ୍ର ଦେଇ କରେଣ୍ଟ ଆକାଉଣ୍ଟ ଖୋଲି ଆର୍ଥିକ ନେଣଦେଣ ପାଇଁ କମିଶନ ଆଧାରରେ ଅନ୍ୟ ଲୋକଙ୍କୁ ଦେଉଛନ୍ତି l ଏଥିରେ ବିଭିନ୍ନ ସାଇବର ଠକେଇ କାରବାର ହେଉଛି l ତେଣୁ ବର୍ତମାନ ଏକ ସ୍ପେସିଆଲ ଡ୍ରାଇଭ ଜାରି ରହିଛି l ଏହାକୁ ଅପରେସନ ସାଇବର କବଚ କୁହାଯାଉଛି l ଏହି ଅପରେସନ ଆଧାରରେ ସମ୍ବଲପୁର ପୋଲିସ ବହୁତ ମ୍ୟୁଲ ଆକାଉଣ୍ଟ ଧରିଛି l ବର୍ତମାନ ସୁଦ୍ଧା ଆମେ 140ଟି ଆକାଉଣ୍ଟର ଯାଞ୍ଚ କରିଥିବା ବେଳେ ଏଥିରେ 110 କୋଟି ଟଙ୍କାର ନେଣଦେଣ ହେଉଛି l ଏଥିରେ ସମ୍ପୃକ୍ତ 20 ଜଣଙ୍କୁ ଆମେ ଗିରଫ କରିବା ସହିତ 32 ଜଣଙ୍କୁ ନୋଟିସ ଦେଇଛୁ ।"

Operation Kavach Sambalpur police bust cyber fraud worth Rs 110 crore
ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ (ETV Bharat Odisha)

ବହୁତ ଲୋକ ସଚେତନତା ଅଭାବରୁ ଅଜ୍ଞାନତା ବଶତଃ ନିଜର କାଗଜପତ୍ର ଦେଇଥିବା ଜଣା ପଡିଛି । ତେଣୁ ସମ୍ବଲପୁର ଏସପି ନିଜର ଆକାଉଣ୍ଟ ଅନ୍ୟ କାହାକୁ ବ୍ୟବହାର କରିବାକୁ ନଦେବା ପାଇଁ କହିଛନ୍ତି । ଏହା ସହିତ ଅନ୍ୟ କାହାକୁ ନିଜର ଆଧାର କାର୍ଡ ଆଦି ନଦେବାକୁ ଅପିଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ

ଏହା ମଧ୍ୟ ପଢ଼ନ୍ତୁ- ‘ଅପରେସନ ନେତ୍ର’କୁ ବଡ଼ ସଫଳତା, ଗିରଫ ହେଲେ 12 ସାଇବର ଠକ

ଇଟିଭି ଭାରତ, ସମ୍ବଲପୁର