ETV Bharat / state

ଅପରେସନ ସାଇବର କବଚ: ୨୧୧୬୨ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୭୩ ଅଭିଯୁକ୍ତ ଗିରଫ

ରାଜ୍ୟରେ ଜାରି ରହିଛି ସାଇବର ଧଡପଗଡ । ସାବାଡ୍ ହେଉଛନ୍ତି ସାଇବର ଅପରାଧୀ । ଓଡ଼ିଶା ପୋଲିସ ଦ୍ବାରା ୨୧୧୬୨ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୭୩ ଅଭିଯୁକ୍ତ ଗିରଫ ।

OPERATION CYBER KAVACH
ଅପରେସନ ସାଇବର କବଚ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 1:10 PM IST

4 Min Read
Choose ETV Bharat

ରିପୋର୍ଟ: ସତ୍ୟଜିତ ରାଉତ

ଭୁବନେଶ୍ୱର: ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ଜାରି ରହିଛି । ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

୨୧୧୬୨ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ:

ଏ ପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଜରିଆରେ ରାଜ୍ୟରେ ମୋଟ ୨୧୧୬୨ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି । ଏଥିସହ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୬୯୬ଟି ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୩୧ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୨୫ଟି ଏବଂ ନକଲି ସିମ୍/PoS ଯାଞ୍ଚ ସମ୍ପର୍କିତ ୧୫ଟି ମାମଲା ରୁଜୁ ହୋଇଛି । ଏହାସହ ୨୭୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ମାମଲା ଓ ୧୪୫ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୪୮୬୦ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ଏନେଇ ଶନିବାର ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।

କେଉଁ କେଉଁ ଜିଲ୍ଲାରେ କେତୋଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ ହୋଇଛି ?

କଟକ:

ଏହି ବିଶେଷ ଅଭିଯାନରେ କଟକ ଜିଲ୍ଲା ପୋଲିସ ୫୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୨ଟି ଏବଂ ନକଲି ସିମ୍/PoS ସଂପୃକ୍ତ ୧ଟି ମାମଲା ରୁଜୁ କରିଥିବା ବେଳେ ନୂଆ ମାମଲା ଓ ୨ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୧୦ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ଜଗତସିଂହପୁର ଜିଲ୍ଲା ପୋଲିସ ୧୦୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହିପରି ଯାଜପୁର ଜିଲ୍ଲା ପୋଲିସ ୯୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରିବା ସହ ନୂଆ ମାମଲା ଓ ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ ସଂପୃକ୍ତ ୨୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ।

ପୁରୀ:

ପୁରୀ ଜିଲ୍ଲା ପୋଲିସ ୧୮୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରିଛି । ସେହିପରି ବରଗଡ଼ ଜିଲ୍ଲା ପୋଲିସ ୮୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ଗୋଟିଏ ଏବଂ ନକଲି ସିମ୍/PoS ସଂପୃକ୍ତ ଗୋଟିଏ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୭ ଜଣଙ୍କୁ ନୋଟିସ୍ ଜାରି କରିଛି । ବଲାଙ୍ଗୀର ଜିଲ୍ଲା ପୋଲିସ ୪୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିଛି।

ଝାରସୁଗୁଡ଼ା:

ସେହିପରି ଝାରସୁଗୁଡ଼ା ଜିଲ୍ଲା ପୋଲିସ ୧୬୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୮ ଜଣଙ୍କୁ ନୋଟିସ୍ ଜାରି କରିଛି । ସମ୍ବଲପୁର ଜିଲ୍ଲା ପୋଲିସ ୧୫୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୨ ଜଣଙ୍କୁ ନୋଟିସ୍ ଜାରି କରିଛି । ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଗୋଟିଏ ମାମଲା ରୁଜୁ କରି ୭ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ।

କେନ୍ଦୁଝର:

କେନ୍ଦୁଝର ଜିଲ୍ଲା ପୋଲିସ ୧୩୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ନୋଟିସ୍ କରିଛି । ରାଉରକେଲା ଜିଲ୍ଲା ପୋଲିସ ୫୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨୬ଟି ମାମଲା ରୁଜୁ କରି ୨୩ ଜଣଙ୍କୁ ନୋଟିସ୍ କରିଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୩ ଜଣଙ୍କୁ ନୋଟିସ୍ ଜାରି କରିଛି।

ବାଲେଶ୍ୱର:
ସେହିପରି ବାଲେଶ୍ୱର ଜିଲ୍ଲା ପୋଲିସ ୬୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୧୫ ଜଣଙ୍କୁ ନୋଟିସ୍ ଜାରି କରିଛି। କଟକ (UPD) ଜିଲ୍ଲା ପୋଲିସ ୧୩୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୨୦ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ଗଞ୍ଜାମ ଜିଲ୍ଲା ପୋଲିସ ୨୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୨ ଜଣଙ୍କୁ ନୋଟିସ୍ ଜାରି କରିଛି ।

ଅନୁଗୋଳ:

ଅନୁଗୋଳ ଜିଲ୍ଲା ପୋଲିସ ୫୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସଂପୃକ୍ତ ୧୨ଟି, ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ଏବଂ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୨ଟି ମାମଲା ରୁଜୁ କରି ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୫୭ ଜଣଙ୍କୁ ନୋଟିସ୍ କରିଛି । ମାଲକାନଗିରି ଜିଲ୍ଲା ପୋଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୩ ଜଣଙ୍କୁ ନୋଟିସ୍ କରିଛି ।

କେନ୍ଦ୍ରାପଡ଼ା:

କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏଟିଏମ୍ ଟଙ୍କା ଉଠାଣ ସଂପୃକ୍ତ ୨ଟି ମାମଲା ରୁଜୁ କରି ୨ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହିପରି ନୟାଗଡ଼ ଜିଲ୍ଲା ପୋଲିସ ୨୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨୩୮ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ଭଦ୍ରକ ଜିଲ୍ଲା ପୋଲିସ ୧୩୯ଟି ଏବଂ ମୟୂରଭଞ୍ଜ ଜିଲ୍ଲା ପୋଲିସ ୧୦୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ମୟୂରଭଞ୍ଜରେ ୧୨ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି ।

ଭୁବନେଶ୍ୱର:

ଭୁବନେଶ୍ୱର (UPD) ଜିଲ୍ଲା ପୋଲିସ ୩୭୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ ସଂପୃକ୍ତ ୧ ଜଣଙ୍କୁ ନୋଟିସ୍ ଜାରି କରିଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ୯୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ ସଂପୃକ୍ତ ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୧୫୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୫୨ ଜଣଙ୍କୁ ନୋଟିସ୍ ଜାରି କରିଛି।

କନ୍ଧମାଳ:

କନ୍ଧମାଳ ଜିଲ୍ଲା ପୋଲିସ ୧୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ ସଂପୃକ୍ତ ୨୪ ଜଣଙ୍କୁ ନୋଟିସ୍ ଜାରି କରିଛି। ଦେବଗଡ଼ ଜିଲ୍ଲା ପୋଲିସ ୨୭୦ଟି ଏବଂ ଢେଙ୍କାନାଳ ଜିଲ୍ଲା ପୋଲିସ ୧୨୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। କଳାହାଣ୍ଡି ଜିଲ୍ଲା ପୋଲିସ ୧୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫୪ ଜଣଙ୍କୁ ନୋଟିସ୍ ଜାରି କରିଛି।

କୋରାପୁଟ:

କୋରାପୁଟ ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ ଜଣଙ୍କୁ ନୋଟିସ୍ ଜାରି କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପୋଲିସ ୪୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ନୂଆପଡ଼ା ଜିଲ୍ଲା ପୋଲିସ ୧୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ତେବେ ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଡିଜିପି ଖୁରାନିଆ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ... ଫୋକସରେ ସାଇବର ଅପରାଧ ନିୟନ୍ତ୍ରଣ, ରାଜ୍ୟରେ ଖୋଲିବ ଆହୁରି 20 ସାଇବର ଥାନା

ଏହା ମଧ୍ୟ ପଢନ୍ତୁ...ଫେକ୍ ଟ୍ରେଡିଂ ଆଳରେ ସାଇବର ଠକେଇ; ପୃଥକ ମାମଲାରେ ଦମ୍ପତିଙ୍କ ସମେତ ୩ ଜଣ ଗିରଫ

ଏହା ମଧ୍ୟ ପଢନ୍ତୁ... ଅପରେସନ ସାଇବର୍ କବଚ: ୧୦ ଦିନରେ ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ ଗିରଫ

ଇଟିଭି ଭାରତ, ଭୁବନେଶ୍ବର