ETV Bharat / state

'ରାଜ୍ୟରେ ପନିର ଅଭାବ ମେଣ୍ଟାଇବ ଓମଫେଡ', ଚାହିଦା ଅନୁସାରେ ଉତ୍ପାଦନ ବୃଦ୍ଧି ନେଇ ମନ୍ତ୍ରୀଙ୍କ ସୂଚନା

ଓଡ଼ିଶାରେ ଅପମିଶ୍ରିତ ପନିର ଧରପଗଡ଼ ଚାଲିଥିବା ବେଳେ,ଗ୍ରାହକଙ୍କୁ ଶୁଦ୍ଧ ପନିର ଯୋଗାଇବାକୁ ଓମଫେଡ୍ ଅଧିକ ପନିର ଉତ୍ପାଦନ କରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରିପୋର୍ଟ-ମନୋରଞ୍ଜନ ଶଙ୍ଖୁଆ

'Omfed will now address the shortage of cheese in the state' - Minister Gokulanand Mallick
'ଏବେ ରାଜ୍ୟରେ ପନିର ଅଭାବ ମେଣ୍ଟାଇବ ଓମଫେଡ୍'- ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ (ETV Bharat Odisha)
author img

By ETV Bharat Odisha Team

Published : August 25, 2026 at 11:24 PM IST

2 Min Read
Choose ETV Bharat

OMFED PANEER , ଭୁବନେଶ୍ବର: ନକଲି ପନିର ବଜାରକୁ ଆସିବା ପରେ ଲୋକମାନେ ଆଉ ପନିର କିଣିବାକୁ ଭୟ କରୁଛନ୍ତି l ଅପମିଶ୍ରିତ ପନିରକୁ ନେଇ ଚାଲିଥିବା ଧରପଗଡ଼ ମଧ୍ୟରେ ବଜାରରେ ବଦଳିଛି ଗ୍ରାହକଙ୍କ ପସନ୍ଦ । ଏବେ ଓମଫେଡ୍ (OMFED) ପନିରକୁ ଭରସା କରିଛନ୍ତି ଗ୍ରାହକ l


ଖାଦ୍ୟ ସୁରକ୍ଷା ଟିମ୍ ର ଚଢ଼ାଉ ପରେ ସାମ୍ନାକୁ ଆସିଛି ଛେନାର ଅସଲ ଚିତ୍ର । ଅପମିଶ୍ରିତ ପନିର ନେଇ କଟକ, ଭୁବନେଶ୍ବର, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ବଜାରରେ ବିକ୍ରି ହେଉଥିବା ପନିର କେତେ ଶୁଦ୍ଧ ନା ଅପମିଶ୍ରିତ ସେନେଇ ଯାଞ୍ଚ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ଭୁବନେଶ୍ବରର ବିଭିନ୍ନ ଛକ ବଜାରରେ ଥିବା ଛୋଟ ବଡ଼ ଦୋକାନରେ ଚାଲିଛି ଅତର୍କିତ ଚଢ଼ାଉ । ଏପଟେ ରାଜ୍ୟରେ ପନିର ଚାହିଦା ଓମଫେଡ୍ ମେଣ୍ଟାଇବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି l

'ଏବେ ରାଜ୍ୟରେ ପନିର ଅଭାବ ମେଣ୍ଟାଇବ ଓମଫେଡ୍'- ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ (ETV Bharat Odisha)



ଓମଫେଡ୍ ପନିର ଗୁଣବତ୍ତା ଓ ସୁଦ୍ଧତା ନିଶ୍ଚିତ କରିବା ପାଇଁ ପାଣ୍ଟରେ କ୍ୱାଲିଟି କଣ୍ଟ୍ରୋଲ ବ୍ଯବସ୍ଥା ଅନୁସରଣ କରିଥାଏ | ସାଧାରଣ ସମୟରେ ଓମଫେଡ୍ ପନିର ଉତ୍ପାଦନ ପ୍ରାୟ ୧ ଟନ୍ ପ୍ରତିଦିନ ରହିଥାଏ, ଯାହା ପର୍ବପର୍ବାଣୀ ସମୟରେ ଚାହିଦା ଅନୁସାରେ ୩ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥାଏ | ଯଦି ବଜାରରେ ଅଧିକ ପନିର ଆବଶ୍ୟକ ହେବ ତେବେ ଓମଫେଡ ଅଧିକ ପନିର ଉତ୍ପାଦନ କରିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି l

ଓମଫେଡ ସୁଦ୍ଧତାରେ ସାଲିସ କରେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ବାହାରେ ଯେଉଁଭଳି ପନିରରେ ଅପମିଶ୍ରଣ ହେଉଛି, ଓମଫେଡ୍ ସେପରି କରେନାହିଁ । ଯଦି ସେଭଳି ନଜରକୁ ଆସେ କୋଠରରୁ କୋଠର କାର୍ଯ୍ୟନୁଷ୍ଠାନ ନିଆଯିବ l ଓମଫେଡ୍ ପନିର କାହିଁକି ସୁଦ୍ଧ ତାର ତାଲିକା ପ୍ରଦାନ କରିଛନ୍ତି ମନ୍ତ୍ରୀ ।

  • 7ରୁ 8 ଲିଟର ଗୁଣବତ୍ତାସମ୍ପନ୍ନ କ୍ଷୀରରୁ ପ୍ରାୟ 1 କେଜି ପନିର ଉତ୍ପାଦନ ହୁଏ
  • କ୍ଷୀର ସଂଗ୍ରହ ସମୟରେ ପ୍ରାଥମିକ ଗୁଣବତ୍ତା ଯାଞ୍ଚ କରାଯାଏ
  • କ୍ଷୀରର Fat, Protein, SNF (solid non fat) ଓ ଅନ୍ୟାନ୍ୟ ଆବଶ୍ୟକୀୟ ପାରାମିଟର ପରୀକ୍ଷା କରାଯାଏ
  • ଅନୁପଯୁକ୍ତ କିମ୍ବା ସନ୍ଦେହଜନକ କ୍ଷୀରକୁ ପରବର୍ତ୍ତୀ ପ୍ରକ୍ରିୟାକୁ ନିଆଯାଏ ନାହିଁ
  • ଓମଫେଡ୍ ପ୍ଲାଣ୍ଟରେ ପ୍ରୋସେସିଂ ପୂର୍ବରୁ ପ୍ଲାଣ୍ଟରେ କ୍ଷୀର ପହଞ୍ଚିବା ପରେ ପୁନର୍ବାର କ୍ୱାଲିଟି ଟେଷ୍ଟିଂ କରାଯାଏ
  • Fat, Protein, SNFO ସୁଗାର, glucose, maltodextrin, maltose, vegetable oil, salt ଇତ୍ୟାଦି ପାରାମିଟର ଯାଞ୍ଚ କରାଯାଏ
  • ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା କ୍ଷୀରକୁ ପନିର ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ
  • ପନିର ପ୍ରସ୍ତୁତି ପରେ ପୁନର୍ବାର କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟିଂ କରାଯାଏ
  • ପନିର Fat, Protein ଓ ଅନ୍ୟାନ୍ୟ ନିର୍ଦ୍ଧାରିତ quality/safety parameters ଯାଞ୍ଚ କରାଯାଏ
  • କ୍ୱାଲିଟି ଷ୍ଟାଣ୍ଡାର୍ଡ ପୂରଣ କରୁଥିବା ପନିରକୁ ମାତ୍ର vacuum packaging କରାଯାଇ ବଜାରକୁ ପଠାଯାଏ
  • ପ୍ରତ୍ୟେକ ପରୀକ୍ଷଣର ରେକର୍ଡ ପ୍ଲାଣ୍ଟରେ ସଂରକ୍ଷିତ ରହେ
  • ପ୍ୟାକେଜ ହୋଇଥିବା ପନିରର shelf life ପ୍ରାୟ ୧୦ ଦିନ ରହିଥାଏ, ନିର୍ଦ୍ଧାରିତ ଷ୍ଟୋରେଜ୍ କଣ୍ଡିସନ ଖାଦ୍ୟ ନିରାପତ୍ତା ଅନୁପାଳନ କରିଥାଏ
  • ପ୍ରୋସେସିଂ, paneer production, packaging market ସପ୍ଲାଇ ପ୍ରତ୍ୟେକ ପର୍ଯ୍ୟାୟରେ କ୍ୱାଲିଟି କଣ୍ଟ୍ରୋଲ ବଜାୟ ରଖାଯାଏ
  • FSSAI ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ଖାଦ୍ୟ ନିରାପତ୍ତା ଗୁଣାତ୍ମକ ମାନଦଣ୍ଡ ପରିପୂର୍ଣ୍ଣ କରିଥାଏ

ମନ୍ତ୍ରୀ କହିଛନ୍ତି, ନିଶ୍ଚିତ ରୁହନ୍ତୁ ଓମଫେଡ୍ ସୁଦ୍ଧତାରେ କମ୍ପରମାଇଜ କରିବ ନାହିଁ କିମ୍ବା ବାହାରେ ଯେଉଁ ଭଳି ଅପମିଶ୍ରଣ ହେଉଛି, ଓମଫେଡ୍ ସେପରି କରିବ ନାହିଁ । ଯଦି ସେଭଳି ନଜିର ଆସେ କୋଠରରୁ କୋଠର କାର୍ଯ୍ୟନୁଷ୍ଠାନ ହେବ l ଲୋକମାନେ ଯେତେ ପରିମାଣର ପନିରକୁ ବ୍ୟବହାର କରିବେ ଓମଫେଡ୍ ପକ୍ଷରୁ ଉତ୍ପାଦନ କ୍ଷମଚା ବୃଦ୍ଧି କରିବା ସହିତ ଗୁଣବତ୍ତା ଉପରେ ଦୃଷ୍ଟି ଦିଆଯିବ l

ଏହା ମଧ୍ୟ ପଢ଼ନ୍ତୁ-

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରୁ ଛେନା ପନିର ଗାୟବ, ଚିନି ଦର ପାଇଁ ବଢିବ ମିଠା ଦର

କଟକରେ ମିଳୁଛି ସିନ୍ଥେଟିକ ପନିର, ଜବତ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ

ଇଟିଭି ଭାରତ, ଭୁବନେଶ୍ବର