ETV Bharat / state

କମିବ PUCC ଫାଇନ ! ଓଡିଶାରେ ଲାଗୁ ହେବ ମଧ୍ୟପ୍ରଦେଶ ମଡେଲ୍, ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ

ମଧ୍ୟପ୍ରଦେଶରେ ଦୁଇ ହଜାର ଟଙ୍କା ଫାଇନ ଥିବା ବେଳେ ଲୋକଙ୍କୁ ନ ବାଧିଲା ଭଳି ଆସିବ ନୂଆ ଫାଇନ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

TRANSPORT MINISTER ON PUCC
ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ (ETV Bharat Odisha)
author img

By ETV Bharat Odisha Team

Published : January 10, 2026 at 10:55 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଆଜି PUCC ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ସାଇକେଲ୍ ରାଲି କରି ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ । ପିୟୁସି ସାର୍ଟିଫିକେଟ୍ ପ୍ରସଙ୍ଗକୁ ସରକାର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଏପଟେ ବିରୋଧୀଙ୍କୁ ପରିବହନ ମନ୍ତ୍ରୀଙ୍କ ପାଲଟା ଟାର୍ଗେଟ l ମିଡ଼ିଆରେ ରହି ଲୋକଙ୍କ ପାଖେଇ ହେବା ପାଇଁ ଚାଁହୁଛନ୍ତି l ପୂର୍ବରୁ 10 ହଜାର ଜୋରିମାନା ଯେଉଁମାନେ ଲାଗୁ କରିଥିଲେ ସେମାନେ ବେସି ପାଟି କରୁଛନ୍ତି କହିଛନ୍ତି ମନ୍ତ୍ରୀ l ତେବେ ଆଗକୁ ପିୟୁସିସି ଫାଇନ କମିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।



ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, "ଛାଟ ପଡିବା ପରେ ଅମାନିଆ ବେସି କହୁଛନ୍ତି l ବିରୋଧୀଙ୍କୁ ପରିବହନ ମନ୍ତ୍ରୀଙ୍କ ପାଲଟା ଟାର୍ଗେଟ l ମିଡ଼ିଆରେ ରହି ଲୋକଙ୍କ ପାଖେଇ ହେବା ପାଇଁ ଚାଁହୁଛନ୍ତି l ପୂର୍ବରୁ 10 ହଜାର ଜୋରିମାନା ଯେଉଁମାନେ ଲାଗୁ କରିଥିଲେ ସେମାନେ ବେସି ପାଟି କରୁଛନ୍ତି l ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାଁହୁଛନ୍ତି l ପରିବେଶକୁ ଦୃଷ୍ଟି ରେ ରଖି PUCC ସାର୍ଟିଫିକେଟ କରାଇବା ବାଧ୍ୟତାମୂଳକ କରାଯାଇଛି l "



କମିବ PUCC ଫାଇନ-

ମଧ୍ୟପ୍ରଦେଶରେ ଦୁଇ ହଜାର ଟଙ୍କା ଫାଇନ ଥିବା ବେଳେ ଲୋକଙ୍କୁ ନ ବାଧିଲା ଭଳି ଓଡିଶାରେ ଆସିବ ନୂଆ ଫାଇନ ମୂଲ୍ୟ l ସରକାର ଏନେଇ ବିଚାର କରୁଥିବା ବେଳେ ଖୁବ ଶୀଘ୍ର ନୂଆ ଫାଇନ ମୂଲ୍ୟ ଆସିବ l ଲୋକଙ୍କ ପାଇଁ ଫାଇନ ଏବେ ସମ୍ପୂର୍ଣ୍ଣ କୋହଳ କରାଯାଇଛି କହିବା ସହିତ ମାର୍ଚ୍ଚ ସୁଦ୍ଧା ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ l ଯାଞ୍ଜ ଅଧିକାରୀ ମାନେ ଜାଣିବାକୁ କରାଯାଇଛି ଗ୍ରୀନ ଷ୍ଟିକର ସିଷ୍ଟମ ବାଧ୍ୟତାମୂଳକ ନୁହେଁ କହିଛନ୍ତି ମନ୍ତ୍ରୀ ।


ଗାଡ଼ିର ପ୍ରଦୂଷଣ ଯାଞ୍ଚ ପ୍ରସଙ୍ଗରେ ବିରୋଧୀ ଦଳ ତଥ୍ୟ ଓ ସତ୍ୟରୁ ଦୂରକୁ ଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ଜନସାଧାରଣଙ୍କୁ ବିଭ୍ରାନ୍ତି କରୁଛନ୍ତି । PUCC ପାଇଁ ଯେଉଁ ୧୦ ହଜାର ଟଙ୍କା ଜରିମାନା କଥାକୁ ଆକ୍ଷେପ କରାଯାଉଛି, ଏହି ୧୦ ହଜାର ଟଙ୍କା ଜରିମାନା ଆମ ରାଜ୍ୟରେ କେଉଁ ସରକାର ସମୟରେ ଲାଗୁ ହୋଇଥିଲା ? ବିଜୁ ଜନତା ଦଳ ଭୁଲି ଯାଉଛି, ୨୦୧୯ ଏହାକୁ ସେମାନେ ଲଗାଇଥିଲେ । ଆଉ ଆଜି ଆମ ମୁଣ୍ଡରେ ଅଠା ବୋଳୁଛନ୍ତି । ପୂର୍ବ ସରକାର ଦ୍ଵାରା ଲାଗୁ ହୋଇଥିବା ଏହି ରାଶିକୁ ହ୍ରାସ କରିବାକୁ ଆମ ସରକାର ତର୍ଜମା କରୁଛନ୍ତି କହିଛନ୍ତି ମନ୍ତ୍ରୀ ।



ପ୍ରଦୂଷଣ ଯାଞ୍ଚ ଭିତ୍ତିଭୂମି କଥା ବିରୋଧୀ ଦଳ ଉଠାଇଛନ୍ତି । ୨୦୧୯ରେ ରାଜ୍ୟରେ ମାତ୍ର ୫୨ଟି ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଥିଲା, ଏବେ ରାଜ୍ୟରେ ୧୫୦୦ ରୁ ଅଧିକ ପଞ୍ଜିକୃତ ଯାଞ୍ଚ କେନ୍ଦ୍ର ଏବଂ ୨ ହଜାରରୁ ଅଧିକ ସକ୍ରିୟ ମେସିନ୍ ଅଛି । ଏହାସହ ନୂତନ ଯାଞ୍ଚ କେନ୍ଦ୍ର ଆବେଦନର ୨୪ ଘଣ୍ଟା ଭିତରେ ଆମେ ଏବେ ଯାଞ୍ଚ କେନ୍ଦ୍ର ଖୋଲିବାକୁ ଅନୁମତି ଦେଉଛୁ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ ମୋଟର ଯାନ ଆଇନ୍ ଅନୁଯାୟୀ ଆବଶ୍ୟକ । ଆମ ରାଜ୍ୟରେ ମାତ୍ର ୨୧ ପ୍ରତିଶତ ଗାଡ଼ି ଏହା କରିଛନ୍ତି । ତେଣୁ ସମସ୍ତ ଗାଡ଼ି ଏହି ନିୟମ ପାଳନ କରିବା ଦିଗରେ ସରକାର ପଦକ୍ଷେପ ନେବା କ'ଣ ଅନୁଚିତ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ l


ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହ ବସ ମାଲିକ ସାଙ୍ଗର ବୈଠକ-

ପରିବହନ ମନ୍ତ୍ରୀଙ୍କ ସରକାରୀ ବସଭାବନରେ ବସ ମାଲିକଙ୍କ ସହ ବସିଥିଲା ବୈଠକ l ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ସ୍ଲୀପର କୋଚ ବସ ପାଇଁ ଯେଉଁ ନିୟମ ଥିଲା, ତାକୁ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି l ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବସ୍ ରେ ରହିବ ପାଣିର ଟ୍ୟାଙ୍କ ଏବଂ ସ୍ପୀଙ୍କଲର ଲଗେଇବା ବାଧ୍ୟତାମୁଳକ କରାଯିବ l କୋର୍ଟଙ୍କ ନିର୍ଦେଶ ରହିଥିବାରୁ ଏହାକୁ କଡାକଡି ପାଳନ କରାଯିବ ମନ୍ତ୍ରୀ କହିଛନ୍ତି l ଯେହେତୁ ଏସି ବସରେ ଅଧିକ ନିଆଁ ଲାଗୁଛି ତେଣୁ ଏହାକୁ କଡାକଡି ଲାଗୁ କରିବାକୁ ବିଭାଗ ତରଫରୁ ନିର୍ଦେଶ ଦେଇଛୁ l ଏହି ନିୟମକୁ ବସ ମାଲିକ ଅନୁପାଳନ କରିବାକୁ କୁହାଯାଇଛି l



ଏହା ବି ପଢନ୍ତୁ- PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ୱର