ETV Bharat / state

ଟ୍ରଲି ବ୍ୟାଗ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ଜଗତସିଂହପୁରରେ ଚେନ୍ନାଇ ପୋଲିସର ଛାନଭିନ୍

ଟିଏନ୍ ଏକ୍ସପ୍ରେସ୍‌ର ଟ୍ରଲି ବ୍ୟାଗ୍‌ରୁ ଜଗତସିଂହପୁର ମହିଳାଙ୍କ ମୃତଦେହର ଖଣ୍ଡବିଖଣ୍ଡ ଅଂଶ ଉଦ୍ଧାର ହୋଇଥିଲା । ରିପୋର୍ଟ-ସୁଶାନ୍ତ କୁମାର ପାତ୍ର

odisha-woman-body-parts
ଜଗତସିଂହପୁରରେ ଚେନ୍ନାଇ ପୋଲିସର ଛାନଭିନ୍ (ETV Bharat Odisha)
author img

By ETV Bharat Odisha Team

Published : August 24, 2026 at 11:30 PM IST

2 Min Read
Choose ETV Bharat

ଜଗତସିଂହପୁର: ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ଚେନ୍ନାଇ-ଦିଲ୍ଲୀ ତାମିଲନାଡୁ ଏକ୍ସପ୍ରେସ୍‌ରୁ ଜଗତସିଂହପୁରର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ଏକ ସୁଟକେସ୍‌ରୁ ମିଳିବା ଘଟଣାରେ ଚେନ୍ନାଇ ପୋଲିସର ଛାନଭିନ ଜାରି । ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ପରେ ରବିବାର ଚେନ୍ନାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଗତସିଂହପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଛି । ହତ୍ୟା ପରେ ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗି ଦେଇଥିବା ସନ୍ଦେହରେ ଜଣେ ଦମ୍ପତିଙ୍କୁ ପୋଲିସ ଖୋଜୁଛି ।


ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ୩୮ ବର୍ଷୀୟା ହାୟାତୁନ ନିଶା । ଅଗଷ୍ଟ ୫ ତାରିଖରେ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡ ଅଂଶ ପ୍ରଥମେ ମିଳିଥିଲା । ଏହାପରେ ଆଗ୍ରା ଜିଆରପି ପକ୍ଷରୁ ତଦନ୍ତ ଓ ଖୋଜାଖୋଜି କରାଯାଇ ଚେନ୍ନାଇର ଗୁଡୁଭାନଚେରିସ୍ଥିତ ତାଙ୍କ ଭଡ଼ା ଘର ବିଷୟରେ ସୂଚନା ମିଳିଥିଲା । ଗତ ଶୁକ୍ରବାର ସେଠାରୁ ଆହୁରି କିଛି ମୃତଦେହର ଅଂଶ ଉଦ୍ଧାର ହୋଇଥିଲା ।

ସୂଚନା ମୁତାବକ, ଗତ ରବିବାର ଚେନ୍ନାଇ ପୋଲିସ 8 ଜଣିଆ ସ୍ୱତନ୍ତ୍ର ଟିମ୍ ଜଗତସିଂହପୁର ଜିଲ୍ଲାରେ ପହଞ୍ଚି ଛାନଭିନ କରିଥିଲା । ମୃତକଙ୍କ ଗ୍ରାମରେ ପହଞ୍ଚି ଅଧିକ ତଦନ୍ତ କରିଥିଲା । ଏଥିରେ ସ୍ଥାନୀୟ ପୋଲିସ ଚେନ୍ନାଇ ପୋଲିସକୁ ସହଯୋଗ କରିଥିଲା । ଏହି ଘଟଣା ପରେ ଅଭିଯୁକ୍ତମାନେ ଓଡିଶା ପଳାଇ ଆସିଥିବା ସନ୍ଦେହ କରି ଚେନ୍ନାଇ ପୋଲିସ ଟିମ ସହିତ ଜଗତସିଂହପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ଘର କୃଷ୍ଣନନ୍ଦପୁର ବୋଲି ସନ୍ଦେହ କରାଯାଉଛି ।

jagatsinghpur  police
ଜଗତସିଂହପୁର ପୋଲିସ (File pic)



ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଶା ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ଆସାମର ମାଣିକ ଉଦ୍ଦିନ ଲସ୍କର ଏବଂ ଓଡ଼ିଶାର ଭଗବତୀ ମାଝୀ ନାମକ ଦମ୍ପତିଙ୍କ ସହ ଭଡ଼ା ଘରେ ରହୁଥିଲେ ।


ଅଗଷ୍ଟ ୫ ତାରିଖରେ ଆଗ୍ରା ରେଳ ଷ୍ଟେସନରେ ରେଳ କର୍ମଚାରୀମାନେ ଟ୍ରେନ୍ ନମ୍ବର ୧୨୬୨୧ର ପଛପଟ ଜେନେରାଲ୍ କୋଚ୍‌ରୁ ଏକ ଲାଲ ରଙ୍ଗର ଟ୍ରଲି ବ୍ୟାଗ୍ ଠାବ ହୋଇଥିଲା । ବ୍ୟାଗ୍‌ରେ ପଚିଯାଇଥିବା ଏବଂ ମୁଣ୍ଡରୁ ଅଲଗା କରାଯାଇଥିବା ମୃତଦେହର ଅଂଶ ରହିଥିଲା। ଆଗ୍ରା ରେଳ ପୋଲିସ ଏନେଇ ମାମଲା ରୁଜୁ କରିବା ପରେ ଉଦ୍ଧାର ହୋଇଥିବା ମୃତଦେହ ନିଶାଙ୍କର ବୋଲି ନିଶ୍ଚିତ କରାଯାଇଥିଲା ।



ଆଗ୍ରାରୁ ମିଳିଥିବା ସୁରାକ୍ ଆଧାରରେ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନର ଜିଆରପି ଏବଂ ରେଲୱେ ପ୍ରୋଟେକ୍ସନ ଫୋର୍ସର କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ ପ୍ଲାଟଫର୍ମ ନମ୍ବର ୪ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ।

odisha
ସନ୍ଦିଗ୍ଧ ହତ୍ୟାକାରୀ (ETV Bharat)

ଫୁଟେଜ୍‌ରେ ଅଗଷ୍ଟ ୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଜଣେ ପୁରୁଷ ଓ ଜଣେ ମହିଳା ଏକ ଟ୍ରଲି ବ୍ୟାଗ୍ ନେଇ ତାମିଲନାଡୁ ଏକ୍ସପ୍ରେସ୍‌ରେ ଚଢ଼ୁଥିବା ଦେଖାଯାଇଥିଲା । ଆଗ୍ରାରୁ ମିଳିଥିବା ବ୍ୟାଗ୍ ସହ ଏହି ବ୍ୟାଗ୍‌ର ସାମଞ୍ଜସ୍ୟ ଥିଲା । ପରେ ଉଭୟ ସନ୍ଦିଗ୍ଧ ଟ୍ରେନ୍‌ରୁ ଓହ୍ଲାଇଥିବା ଜଣାପଡ଼ିଥିଲା ।



ଶୁକ୍ରବାର ତଦନ୍ତକାରୀମାନେ ଚେନ୍ନାଇର ଗୁଡୁଭାନଚେରିର ମାସୁଥି ଷ୍ଟ୍ରିଟ୍‌ରେ ଥିବା ସନ୍ଦିଗ୍ଧଙ୍କ ଭଡ଼ା ଘର ଠାବ କରି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘରେ ତଲାସୀ ବେଳେ ଏକ ବଡ଼ ବାକ୍ସ ଭିତରୁ ମୃତଦେହର ଆହୁରି କିଛି ଅଂଶ ସ୍ଥାନୀୟ ପୋଲିସ ମିଳିଥିଲା ।

ଏହା ବି ପଢନ୍ତୁ- ଟ୍ରେନରେ ସୁଟକେସରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ଓଡିଶା ଲିଙ୍କ୍, ଜଣାପଡିଲା ମୃତକଙ୍କ ପରିଚୟ

ଇଟିଭି ଭାରତ, ଜଗତସିଂହପୁର