ETV Bharat / state

Rain Alert: ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ଏସବୁ ଜିଲ୍ଲାକୁ ସତର୍କତା ଜାରି

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ବଜ୍ରପାତ ଏବଂ ପ୍ରବଳ ବର୍ଷାର ସତର୍କତା ଜାରି କରାଯାଇଛି । ଅପରାହ୍ନ/ସନ୍ଧ୍ୟାରେ ପବନ ବହିବା ସହିତ ଝଡ଼ବର୍ଷାର ସମ୍ଭାବନା ମଧ୍ୟ ରହିଛି ।

Odisha Weather Forecast  Kalbaisakhi Heavy Rainfall Thunderstorms Expected Across State
ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା (PTI)
author img

By ETV Bharat Odisha Team

Published : May 2, 2026 at 10:16 AM IST

1 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶା କାଳବୈଶାଖୀ ବର୍ଷା ଲାଗି ରହିଛି । ଅପରାହ୍ନରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଟ୍‌କା ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଛି । ଆଗାମୀ 8 ତାରିଖ ଯାଏଁ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଅପରାହ୍ନ/ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ବହିବା ସହ ଝଡ଼ବର୍ଷାର ସମ୍ଭାବନା ରହିଥିବା ନେଇ IMD କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ତେବେ ବର୍ଷା ଓ ପବନ ସମୟରେ ବାହାରକୁ ନବାହାରି ଘରେ ସୁରକ୍ଷିତ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଆଜି ଏସବୁ ଜିଲ୍ଲାରେ ବର୍ଷିବ:

ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନିଗିର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବ । ଅପରାହ୍ନ ବେଳକୁ କିଛି କିଛି ସ୍ଥାନରେ କୁଆପଥର ବର୍ଷା ସହ ପ୍ରବଳ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

3 ତାରିଖ ପାଇଁ ବର୍ଷା ଆଲର୍ଟ:

ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ଓ ବୌଦ୍ଧ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ପାଇଁ ସତର୍କତା ଜାରି କରାଯାଇଛି ।

ଆଗାମୀ 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଗତ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଏବଂ ତେଲେଙ୍ଗାନାରେ କୁଆପଥର ବର୍ଷା ରିପୋର୍ଟ ହୋଇଛି । ଗଜପତି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଗଛପଡ଼ି ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେବା ସହ, ବହୁ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...

ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ରହିଛି କାଳବୈଶାଖୀର ପ୍ରଭାବ: ବଜ୍ରପାତ, ବର୍ଷା ସାଙ୍ଗକୁ ବହିବ ପବନ

Alert: ରାଜ୍ୟରେ କାଳବୈଶାଖୀ ତାଣ୍ଡବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା

ଇଟିଭି ଭାରତ, ଭୁବନେଶ୍ବର