Rain Alert: କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ୱାର୍ଣ୍ଣିଂ
ରାଜ୍ୟ ଉପରେ ସକ୍ରିୟ ଟ୍ରାପ୍ ଲାଇନ୍ ଯୋଗୁଁ ଆସନ୍ତା ୨୪ ଘଣ୍ଟାରେ ହେବାରୁ ଥିବା କାଳବୈଶାଖୀ ବର୍ଷାର ବିଶେଷ ପ୍ରଭାବ କନ୍ଧମାଳ ଓ ଗଜପତି ଜିଲ୍ଲାରେ ପଡିବ । ରିପୋର୍ଟ: ଦେବସ୍ମିତା ରାଉତ

Published : May 31, 2026 at 6:44 PM IST
ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚିଛି କାଳବୈଶାଖୀ ! ଓଡିଶାର ବିଭିନ୍ନ ସ୍ଥାନରେ ଭୀଷଣ ପବନ ସହିତ କୁଆପଥର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘଣ୍ଟା ପ୍ରତି ପବନର ବେଗ 60-70 କିଲୋମିଟର ପହଞ୍ଚିବାର ସମ୍ଭାବନା ରହିଛି । ଏଥିସହ କୁଆପଥର ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ରେଡ୍ ୱାର୍ଣ୍ଣିଂ ଓ ଅରେଞ୍ଜ ଆଲର୍ଟ ଜାରି:
ବର୍ତ୍ତମାନ ରାଜ୍ୟ ଉପରେ ଏକ ସକ୍ରିୟ ଟ୍ରାପ୍ ଲାଇନ୍ ରହିଛି । ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗପସାଗର ମୁହାଁ ହୋଇଛି । ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭବନା ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ 2 ଜିଲ୍ଲା ଗଜପତି ଓ କନ୍ଧମାଳରେ ପ୍ରବଳ କୁଆପଥର ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି 60-70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି 2 ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
Warning for the State.
— Meteorological Centre, Bhubaneswar (@mcbbsr) May 31, 2026
Day-1 & Day-7 : Isolated Thunderstorm, Lightning & Gusty Wind warning.
Day-1 to Day-2 : Isolated Heavy Rainfall.
Day-1 to Day-2 : Isolated Hailstorm Warning.#thunder #Warning #Odisha #odishaweather pic.twitter.com/AQF9cWD0It
ସେହିପରି କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ସହ ପ୍ରବଳ ବର୍ଷା ହେବ । ଏହି 3 ଜିଲ୍ଲା ବ୍ୟତୀତ ଗଞ୍ଜାମ, ନୟାଗଡ଼ା, ରାୟଗଡ଼ା, କଳାହାଣ୍ଡି, ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ 50-60 କିମି ବେଗରେ ପବନ ବହିବ । ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି 16ଟି ଜିଲ୍ଲାକୁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେଗୁଡିକ ହେଲା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ଆସନ୍ତା ଜୁନ 5 ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଦେଇଛି ।
Maximum Temperature Forecast for next 5 days#Odisha #hot #temperature pic.twitter.com/RcERFEeea4
— Meteorological Centre, Bhubaneswar (@mcbbsr) May 31, 2026
ବାୟୁମଣ୍ଡଳର ଉପରି ଭାଗରେ ଯଥେଷ୍ଟ ଜଳୀୟବାଷ୍ପ ନାହିଁ । କାଳବୈଶାଖୀ ବର୍ଷା ଗମ୍ଭୀର ହେବାର ସମ୍ଭାବନା କମ୍ ରହିଛି । ଆସନ୍ତା 7 ତାରିଖ ଯାଏଁ ତାପମାତ୍ରା 40 ଭିତରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟରେ ଆସନ୍ତା ଜୁନ 20 ପୂର୍ବରୁ ମୌସୁମୀର ଆଗମନ ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ସର୍ବାଧିକ ତାପମାତ୍ରା ପୂର୍ବାନୁମାନ:
ଆସନ୍ତା 24 ଘଣ୍ଟା ମଧ୍ୟରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ବିଭାଗ । ସେହାପରି ଆସନ୍ତାକାଲି ମଧ୍ୟ ଉପରୋକ୍ତ 4 ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିବାର କଳନା କରାଯାଇଛି ।
ଗତ 24 ଘଣ୍ଟାର ସଂକ୍ଷିପ୍ତ ରିପୋର୍ଟ:
ଗତ 24 ଘଣ୍ଟାରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ବର୍ଷା 80.4 ମିମି ରେକର୍ଡ କରଯାଇଛି । ସମ୍ୱଲପୁରରେ ସର୍ବାଧିକ ତାପମାତ୍ରା 41.4 ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରଯାଇଛି ।
ଏହା ମଧ୍ୟ ପଢନ୍ତୁ: ତାଣ୍ଡବ ରଚିବ କାଳବୈଶାଖୀ; ବର୍ଷିବ କୁଆପଥର, 60-70 କିମି ବେଗରେ ବହିବ ପବନ |
ଇଟିଭି ଭାରତ, ଭୁବନେଶ୍ବର

