ETV Bharat / state

ତାଣ୍ଡବ ରଚିବ କାଳବୈଶାଖୀ; ବର୍ଷିବ କୁଆପଥର, 60-70 କିମି ବେଗରେ ବହିବ ପବନ

ରାଜ୍ୟରେ ୬ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । କିଛି କିଛି ସ୍ଥାନରେ ପ୍ରବଳ ଗରମ ଗୁଳୁଗୁଳି ହେବାର ସମ୍ଭାବନା ରହିଛି ।

Odisha Weather Forecast Kalbaisakhi Hailstorm Rain Warning Heat wave
କାଳବୈଶାଖୀ (IANS)
author img

By ETV Bharat Odisha Team

Published : May 30, 2026 at 7:40 PM IST

1 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ ତାପମାତ୍ରା କମିଥିଲେ ମଧ୍ୟ ଗରମ ସହ ଉପକୂଳରେ ଗୁଳୁଗୁଳୁ ଲାଗି ରହିଛି । ଆଗାମୀ ଦୁଇ ଦିନ ଯାଏଁ ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୭ ଦିନ ଅର୍ଥାତ ୬ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କାଳବୈଶାଖୀ ବର୍ଷା (ETV Bharat)

ଆସନ୍ତା 24 ଘଣ୍ଟା ପାଇଁ ସତର୍କତା:

ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା ସହ ଘଣ୍ଟାପ୍ରତି 60-70 କିମି ବେଗରେ ପବନ ବହିବ ଓ ବଜ୍ରପାତ ହେବ । ସେହିପରି ସମ୍ବଲପୁର ଓ ଝାରସୁଗୁଡ଼ାରେ ମଧ୍ୟ 60-70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାଲେଶ୍ବର, ଦେବଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ 50-60 କିମି ବେଗରେ ପବନ ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି । ଅନ୍ୟ ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ 40-50 କିମି ବେଗରେ ପବନ ବହିବ ।

କାଲି ପାଇଁ ସତର୍କତା:

ଆସନ୍ତାକାଲି ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି 2 ଜିଲ୍ଲା ସହ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବଜ୍ରପାତ ସହ ଘଣ୍ଟାପ୍ରତି ପବନର ବେଗ 50-60 କିମି ରହିବ । ଅନ୍ୟପଟେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସହ 40-50 କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

ଜୁନ 1 ପାଇଁ ସତର୍କତା:

ଜୁନ 1 ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗଞ୍ଜାମ ସହ କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି ପବନ 50-60 କିମି ବେଗରେ ବହିବ ।

ସେପଟେ ଆଗାମୀ ୨ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ଦୁଇ ଦିନ ପରେ ପୁଣି ଅସହ୍ୟ ଗରମ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୩.୧ ଡିଗ୍ରୀ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ୮୬ ପ୍ରତିଶତ ବର୍ଷା ହୋଇଛି ।

ଏହା ମଧ୍ୟ ପଢନ୍ତୁ...

ଦୁର୍ବଳ ରହିବ ମୌସୁମୀ, ସ୍ବାଭାବିକ ଠାରୁ କମ୍‌ ହେବ ବର୍ଷା: ଜୁନ୍‌ରେ କଲବଲ କରିବ ତାତି

IMDର ପୂର୍ବାନୁମାନ, ଏଥର ଓଡିଶାରେ କମ ବର୍ଷା

ଇଟିଭି ଭାରତ, ଭୁବନେଶ୍ବର