ETV Bharat / state

ପରିବା ବଜାରରେ ନିଆଁ ! ଆକାଶ ଛୁଆଁ ବିଲାତି ଦର, ମାର୍କେଟରେ ମିଳୁନି ପୋଟଳ

ଅମଳ ସମୟରେ ଆକାଶ ଛୁଆଁ ପନିପରିବା ଦର । ଦର ଶୁଣି ଚିନ୍ତାରେ ଖାଉଟି । ଅଧିକାଂଶ ପରିବା ଦର କିଲୋ ପିଛା ପାଖାପାଖି 80 ଟଙ୍କା ।

Vegetable Price Increase
ପରିବା ଦର ବୃଦ୍ଧି (ETV Bharat)
author img

By ETV Bharat Odisha Team

Published : January 4, 2026 at 4:53 PM IST

2 Min Read
Choose ETV Bharat

Vegetable Price Rise କଟକ: ଅମଳ ସମୟରେ ଆକାଶଛୁଆଁ ପନିପରିବା ଦର । ଯେଉଁ ପରିବାକୁ ହାତ ମାର, ସବୁ 70-80 ଟଙ୍କା ଉପରେ । ପକେଟରୁ ଟଙ୍କା ଖାଲି ହୋଇଯାଉଛି, ହେଲେ ବ୍ୟାଗ ଫୁଲ୍‌ ହେଉନି । ଯେଉଁ ସମୟରେ ପରିବା ଶସ୍ତା ହେବା କଥା ସେ ସମୟରେ ପରିବା ଦର ଶୁଣି ସାଧାରଣ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ସେପଟେ କାହିଁ ପରିବା ଦର ବଢ଼ିଛି ? ଏନେଇ ପରିବା ବ୍ୟବସାୟୀ ପ୍ରତିକ୍ରିୟା ରଖିଛନ୍ତି ।

ପରିବା ଦର ବୃଦ୍ଧି (ETV Bharat)

ଆକାଶଛୁଆଁ ପରିବା ଦର:

ଅମଳ ସମୟରେ ବଜାରରେ ଟମାଟୋ ଦର ଏବେ ଆକାଶଛୁଆଁ ରହିଛି । ବର୍ତ୍ତମାନ ଯାହାର ଦର କିଲୋପ୍ରତି 20ରୁ 30 ଟଙ୍କାରେ ବିକ୍ରି ହେବା କଥା ଏବେ ତାହା କିଲୋ ପ୍ରତି 70ରୁ 80 ଟଙ୍କାରେ ବିକ୍ରି ହେଉଛି । ହେଣେ ପୋଟଳ ମାର୍କେଟରୁ ଗାଏବ ହୋଇଯାଇଛି । ଆଉ ଯେଉଁଠି ଅଳ୍ପ ଅଳ୍ପ ମିଳୁଛି, ତାହାର ଦର କିଲୋପ୍ରତି 150ରୁ 180 ଟଙ୍କା ଦରରେ ବିକ୍ରୟ ହେଉଛି । ଅନ୍ୟ ପରିବା ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଗୋଟିଏ ମାସରୁ ଊର୍ଦ୍ଧ୍ବ ହେବ ଦର ଖସିବାର ନାଁ ଧରୁନି । ଏକ କିଲୋ କିମ୍ବା ଦୁଇ କିଲୋ ପରିବର୍ତ୍ତେ ଅଢ଼େଇଶହ କିମ୍ବା ଅଧ କିଲୋ କିଣୁଛନ୍ତି ଗ୍ରାହକ ।

Vegetable Price Rise
ପରିବା ଦର ବୃଦ୍ଧି (ETV Bharat)

ଜଣେ ଗ୍ରାହକ ରମାକାନ୍ତ କହିଛନ୍ତି, "ଆମେ ଗରିବଶ୍ରେଣୀର ଲୋକ । ଦର ଏତେ ବଢ଼ିଛି ଯେ, ପରିବା କିଣିକି ଖାଇ ହେଉନାହିଁ । ଏବେ ଅମଳ ସମୟ । ତଥାପି ଦର ଅଧିକ ରହିଛି ।"

ଆଉ ଜଣେ ଗ୍ରାହକ କହିଛନ୍ତି, "ପରିବା ଦର ଏବେ ଆକାଶଛୁଆଁ ହୋଇଛି । ଟମାଟୋ ଦର ସବୁଠାରୁ ଅଧିକ ରହିଛି । ଶୀତଋତୁରେ ଅମଳ ସମୟରେ ଦର କମ ଥାଏ । କିନ୍ତୁ ଏ ବର୍ଷ ଟମାଟୋ କିଲୋ ପିଛା 70ରୁ 80 ଟଙ୍କା ରହୁଛି । ସବୁ ପରିବା 80 ଟଙ୍କା ଉପରେ ରହିଛି । ସରକାରଙ୍କୁ ଅନୁରୋଧ କରନ୍ତୁ ଏଥିପ୍ରତି ପଦକ୍ଷପ ନିଅନ୍ତୁ । କିଛି ସାଧାରଣ ଦର ରହୁ । ଫଳରେ ସାଧାରଣ ଲୋକମାନେ ଚଳିପାରିବେ ।"

Vegetable Prices Skyrocket
ପରିବା ଦର ବୃଦ୍ଧି (ETV Bharat)

କେତେ ରହିଛି ପରିବା ଦର:

  • କାଙ୍କଡ଼ କିଲୋ 80 ଟଙ୍କା
  • ବିନ୍ସ କିଲୋ 60 ଟଙ୍କା
  • କଲରା କିଲୋ 60ରୁ 70 ଟଙ୍କା
  • ଭେଣ୍ଡି କିଲୋ 80 ଟଙ୍କା
  • ଜହ୍ନି କିଲୋ 70ରୁ 80 ଟଙ୍କା
  • କ୍ୟାପ୍ସିକମ୍‌ କିଲୋ 100 ଟଙ୍କା
  • ସଜନା ଛୁଇଁ କିଲୋ 180ରୁ 200 ଟଙ୍କା
  • ଅମୃତ ଭଣ୍ଡା କିଲୋ 25ରୁ ୩୦ ଟଙ୍କା
  • ବନ୍ଧା କୋବି ୪୦ରୁ ୫୦ ଟଙ୍କା
  • ଫୁଲକୋବି ଗୋଟା 50 ଟଙ୍କା

ଏହା ମଧ୍ୟ ପଢ଼ନ୍ତୁ...

ମାର୍ଗଶୀର ଅଧାରେ ବି ଖସୁନି ପରିବା ରେଟ୍, 10ରୁ 15 ଦିନ ପରେ କମିବ ଦର !

ପରିବା ମାର୍କେଟରେ ବାତ୍ୟା ପ୍ରଭାବ: ହାଟରେ ଗଦା ଗଦା ପରିବା, କିଣିବାକୁ ଲୋକ ନାହାଁନ୍ତି

ଅଦିନିଆ ବର୍ଷା ଏବଂ ଖରାପ ପାଗ ଯୋଗୁଁ ସ୍ଥାନୀୟ ବିଲାତି ଅମଳ ହୋଇପାରି ନାହିଁ । ଆଉ କିଛି ଦିନ ମଧ୍ୟରେ ସ୍ଥାନୀୟ ବିଲାତି ବାହାରିଲେ ଏହାର ଦର ନିୟନ୍ତ୍ରଣ ହେବ ବୋଲି ବ୍ୟବସାୟୀ କହିଛନ୍ତି । ସେହିପରି ଏହାର ଦର ବୃଦ୍ଧି ଫଳରେ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛନ୍ତି ।

Vegetable Prices Skyrocket
ପରିବା ଦର ବୃଦ୍ଧି (ETV Bharat)

ଜଣେ ବ୍ୟବସାୟୀ କହିଛନ୍ତି, "ଗତ ଲଘୁଚାପ ବର୍ଷା ପ୍ରଭାବରେ ଜମି ପାଗ ହୋଇପାରିଲା ନାହିଁ । ଯାହା ବି ଚାଷ ହେଲା ସବୁ ବିଳମ୍ବରେ ହୋଇଛି । ଟମାଟ ରାୟପୁର ଓ ବେଙ୍ଗାଲୁରୁରୁ ଆସୁଛି । ତେଣୁ ଟ୍ରେନ୍ସପୋର୍ଟେସନ ଖର୍ଚ୍ଚ ଅଧିକ ପଡୁଛି । ଫଳରେ ଦର ଉଚ୍ଚା ରହୁଛି । ଲୋକାଲ ପରିବା ଆସିଲେ ଆଉ 15-20 ଦିନ ପରେ ଦର ସ୍ବାଭାବିକ ହେବ ।"

Vegetable Price Rise
ପରିବା ଦର ବୃଦ୍ଧି (ETV Bharat)


ଇଟିଭି ଭାରତ, କଟକ