ମୋ ବସ୍ ଦୁର୍ଘଟଣା: ଚେକିଂ କଡାକଡି କଲା ପରିବହନ ବିଭାଗ, ରାଜନୀତି ସରଗରମ
ମାଷ୍ଟରକ୍ୟାଣ୍ଟିନ 'ଆମ ବସ୍' ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ କଡାକଡି ଚେକିଂ କରାଯାଇଛି l ନିଜେ ପରିଵହନ କମିଶନର ସମସ୍ତ ବସ୍ ଡ୍ରାଇଭରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l

Published : January 4, 2026 at 7:04 PM IST
|Updated : January 4, 2026 at 7:23 PM IST
ଭୁବନେଶ୍ବର: ରୁପାଲି ଛକରେ 'ଆମ ବସ୍' ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ୍ରେ ପରିବହନ ବିଭାଗ ଓ କମିସଶନରେଟ ପୋଲିସ। ମୁଖ୍ୟମନ୍ତ୍ରୀ ନିୟମିତ ଫିଟ୍ନେସ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜଧାନୀରେ ଆମ ବସ୍ ଚେକିଂ ପ୍ରକ୍ରିୟା କଡ଼ାକଡି । ପରିବହନ ବିଭାଗ ସବୁ ବସ କୁ ଚେକିଂ କରିବା ପରେ ଡ୍ରାଇଭର୍ ମାନଙ୍କୁ ମଧ୍ୟ ଚେକିଂ କରିଛି । ମାଷ୍ଟରକ୍ୟାଣ୍ଟିନ 'ଆମ ବସ୍' ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ କଡାକଡି ଚେକିଂ ଚାଲିଛି l ନିଜେ ପରିଵହନ କମିଶନର ସମସ୍ତ ବସ୍ ଡ୍ରାଇଭରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l
ମଦ୍ୟପାନ କରି ବସ୍ ଚଳାଇଲେ ହୋଇପାରେ ଜେଲ:
ମଦ୍ୟପାନ କରି ଆମ ବସ ଯେଉଁ ଡ୍ରାଇଭର ଚଳାଇବେ ନଜର ଆସିଲେ MVI ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ବିଭାଗ କମିଶନର ଅମିତାଭ ଠାକୁର । "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିରନ୍ତର ଯାଞ୍ଚ ଜାରି ରହିବ । ଏପରି ହେବା ଦ୍ବାରା ସମସ୍ତେ ଆଲର୍ଟ ରହିବେ ଓ ଉତ୍ତମ ସେବା ମିଳିବ । ଡ୍ରାଇଭର ମାନଙ୍କ ଲାଇସେନ୍ସ ଯାଞ୍ଚ କରାଯାଉଛି । ଆଜି ସବୁଠି ଚେକିଂ ଚାଲିଛି । ଯେଉଁ ମାନେ ମଦ ପିଇ ଗାଡି ଚଳାଉଛନ୍ତି MVIଆକ୍ଟ 185 ଧାରାରେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜେଲ ମଧ୍ୟ ହୋଇପାରିବ । ବାରମ୍ବାର ଦୁର୍ଘଟଣା ଘଟିଲେ ଗାଡି ମାଲିକବି ଦାୟୀ । " ଆଗକୁ ଏହିଭଳି ସରପ୍ରାଇଜ ଚେକିଂ କରାଯିବ ବୋଲି କହିଛନ୍ତି ଅମିତାଭ ଠାକୁର। ସେପଟେ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି l
ରାଜନୈତିକ ବୟାନବାଜି:

ଆମ ବସ୍ ଡ୍ରାଇଭରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବିଜେଡି କହିବା ସହ ଟ୍ରାଫିକ ପୋଲିସର ଦକ୍ଷତା ଉପରେ ପ୍ରଶ୍ନ କରିଛନ୍ତି । ଖୁବଶୀଘ୍ର ଆମ ବସ୍ ପାଇଁ ନୂଆ ଗାଇଡଲାଇନ ଆସିବ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, " ଯେଉଁ ଡ୍ରାଇଭର ମାନଙ୍କର ପ୍ରକୃତ ଦକ୍ଷତା ଅଛି ସେମାନଙ୍କୁ ଏହି ଦାୟିତ୍ଵ ଦିଆଯାଉ ବୋଲି ମୁଁ ବିଧାନସଭାରେ ଉଠାଇଥିଲି । କ୍ରୁଟର ଅଧିକାରୀ ମାନଙ୍କ ଏହା ଦାୟିତ୍ଵ, ଗତକାଲି ଘଟଣାରେ 2 ଲକ୍ଷ ଦେଇଦେଲେ କଣ ହେଇଗଲା, ତା ପରିବାର ଭାସିଗଲା । ସେ କଥା ଚିନ୍ତା କରନ୍ତୁ । ଆମ ବସ୍ ଡ୍ରାଇଭର ମାନଙ୍କର ବେପାରୁଆ ଚାଳନା ପାଇଁ ଏମିତି ହେଉଛି । ପ୍ରଥମେ ସେମାନଙ୍କ ଦକ୍ଷତା ଚେକ୍ କରନ୍ତୁ, ଡ୍ରାଇଭର ମାନେ ମାନସିକ ସ୍ତରରେ ଠିକ୍ ଅଛନ୍ତି କି ନାହିଁ ? ପଲ୍ୟୁସନ ସାର୍ଟିଫିକେଟ ପାଇଁ ଏବେ ରାସ୍ତାଘାତ ଭିଡ, ଖାଲି ଟ୍ରାଫିକ ରଖିଛନ୍ତି କିଏ କୋଉଠି ଗାଡି ଥୋଇଦେଲା ତାହା ଉଠାଇବା ପାଇଁ । ଯଦି ଟ୍ରାଫିକ ପୋଲିସର ସେପରି ଦକ୍ଷତା ଥଆନ୍ତା ତେବେ ଦୁର୍ଘଟଣା ଘଟନ୍ତା ନାହିଁ । ଏମାନେ ଦାୟିତ୍ବ ସମ୍ପର୍ଣ୍ଣ ଭାବେ କାର୍ଯ୍ୟ ନକରି ଦାୟିତ୍ବହୀନ ଭାବେ ଏମାନେ କାର୍ଯ୍ୟ କରୁଛନ୍ତି । ଆମ୍ ଖାଲି ଲାଇସେନ୍ସ ଦେଇଦେଲେ ହେବନି ଆମ ବସ ଡ୍ରାଇଭରଙ୍କ ଡ୍ରଙ୍ଗ ଆଣ୍ଡ ଡ୍ରାଇଭ ଚେକିଂ କରିବାର ଅଛି, ସେମାନଙ୍କ ମାନସିକ ସ୍ଥିତ ଜାଣିବାର ଅଛି, ଦକ୍ଷତା ଅଛି ନା ନାହିଁ ତାହା ଜାଣିବା ଦରକାର । ଏମିତି ଡ୍ରାଭଙ୍କୁ ଦଣ୍ଡ ଦେବା ଦରକାର । ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଛି । ତେଣୁ ଏଥିପ୍ରତି କ୍ରୁଟ ଧ୍ୟାନ ଦେବା ଦରକାର ନଚେତ୍ ଆଗାମୀ ବିଧାନସଭାରେ ଏକଥା ଉଠିବ । "

ବିଜେଡି ବିଧାୟକଙ୍କ କଥାର ଉତ୍ତରରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, " ଯେଉଁ ଡ୍ରାଇଭର ମାନେ ବସ୍ ଚଳାଉଛନ୍ତି, ଅତ୍ୟନ୍ତ ସତର୍କତା ସହ ଗାଡ଼ି ଚଳାଇବା ଉଚିତ୍ । ଯେମିତି ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବେ ନାହିଁ । ଲୋକଙ୍କ ଭିତରେ ମଧ୍ୟ ଅସନ୍ତୋଷ ଅଛି । ବିଗତ ସରକାରରେ ମନ ଇଚ୍ଛା ଡ୍ରାଇଭର ମାନଙ୍କୁ ରଖାଯାଇଥିଲା । କାହାର ଲାଇସେନ୍ସ ନଥିଲା କିଏ ଗାଡ଼ି ଚଳାଇବା ବେଳେ ମଦ୍ୟପାନ କରୁଥିଲେ । ଯାହାଦ୍ବାରା ଅତୀତରେ ମଧ୍ୟ ବହୁତ ଦୁର୍ଘଟଣା ଘଟିଥିଲା ଆଉ ଏବେ ମଧ୍ୟ ଘଟୁଛି । ତେଣୁ କଢା ତାଲିମ ପ୍ରାପ୍ତ ଡ୍ରାଇଭରଙ୍କୁ ରଖାଯାଉ । ଗତ ବୈଠକରେ ଏନେଇ ପ୍ରସ୍ତାବ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଏହାସହ ରାସ୍ତାରେ ଗଲା ବେଳେ ବସ ଭଳି ବଡ଼ ଗାଡ଼ି ସତର୍କତାର ସହ ଚାଲନ୍ତୁ ଯେମିତ ଦୁର୍ଘଟଣା ଘଟିବ ନାହିଁ । ଏହା ଉପରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ଏହା ଉପରେ କଡା ପଦକ୍ଷେପ ନେବେ ସରକାର । ଡ୍ରାଇଭର ମାନଙ୍କ ଲାଇସେନ୍ସ ଯାଞ୍ଚ କରିବା ସହ ମଦ୍ୟପାନ କରିଛନ୍ତି କି ନାହିଁ ଚେକ୍ କରାଯାଉଛି । ତା ସତ୍ତ୍ୱେ ମଧ୍ୟ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ଦୁଃଖଦାୟକ କଥା । ହେଲେ ଏହାକୁ ନେଇ ରାଜନୀତି କରିବା ମଧ୍ୟ ଦୁଃଖଦାୟକ ବୋଲି କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେପି ବିଧାୟକ । ସରକାର କେବେ ଚାହାନ୍ତି ନାହିଁ ଦୁର୍ଘଟଣା ହୋଇ କୌଣସି ଲୋକଙ୍କ ଜୀବନ ଯାଉ । "
ମୋ ବସ୍ କୁ ଯାଞ୍ଚ:
ଆଜି ବିଭିନ୍ନ ଛକରେ କମିଶନରେଟ ପୋଲିସ ସରପ୍ରାଇଜ ଭିଜିଟ କରି 'ଆମ ବସ' ସହ ଘରୋଇ ବସ୍ ଓ ଅଟୋ ଗୁଡିକର ଯାଞ୍ଚ କରିଛି । ବିଶେଷ କରି ଚାଳକ ମାନେ ମଦ ପିଇ ଗାଡି ଚଳାଉଛନ୍ତି କି ନାହିଁ ସେନେଇ ଯାଞ୍ଚ କରିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ କମିଶନର ଦେବ ଦତ୍ତ ସିଂ ଓ ଡିସିପି ଜଗମୋହନ ମୀନ ନିଜେ ଗାଡି ଅଟକାଇ ଯାଞ୍ଚ କରିଛନ୍ତି। ଆନାଲଗ ମିଟରରେ ଗାଡି ଚଲାଉଥିବା ବ୍ୟକ୍ତି ମଦ ପିଇଛନ୍ତି କି ନାହିଁ ତାହା ଯାଞ୍ଚ କରିବା ସହ ଆମାନିଆ ଗାଡି ଚାଳକଙ୍କୁ ତାଗିତ କରି ସଚେତନ କରିଛନ୍ତି। କଡାକଡି ଯାଞ୍ଚ ସହ ଅମାନିଆ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ।
ପୋଲିସ କମିଶନର ଦେବ ଦତ୍ତ ସିଂ କହିଛନ୍ତି," ଆଜି ପର୍ଯ୍ୟନ୍ତ ଯେତେ ବସ୍ ଦୁର୍ଘଟଣା ହୋଇଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ସଚେତନତା ମଧ୍ୟ କରାଯାଇଛି। କିନ୍ତୁ କାଲିର ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି, କିଛି ଦୋଷ ନଥାଇ ବି ରାସ୍ତାରେ ଠିଆ ହୋଇଥିବା ବେଳେ ଅଟୋ ଚାଳକଙ୍କ 'ଆମ ବସ୍' ଧକ୍କାରେ ମୃତ୍ୟୁ ହୋଇଛି। ତେଣୁ ଆମେ ଏହି ଘଟଣାକୁ ଗୁରୁତର ନେବା ସହ ବସ୍ ଗୁଡିକୁ କଡାକଡି ଯାଞ୍ଚ କରୁଛୁ। ବିଶେଷ କରି ଚାଳକ ମାନେ ମଦ ପି ଗାଡି ଚଲାଉଛନ୍ତି କି ନାହିଁ ତାର ଯାଞ୍ଚ ହେଉଛି। ଯାଞ୍ଚ ସହ ଅନୁରୋଧ କରୁଛୁ କି ଗାଡି ଚଳାଇବା ସମୟରେ ସମ ଦୂରତା ଅବଲମ୍ବନ କରନ୍ତୁ ଓ ନିୟମକୁ ମାନି ଚଲାନ୍ତୁ। ବିଶେଷ କରି ମେଡିକାଲ ଫିଟ ଯାଞ୍ଚ,ଲାଇସେନ୍ସ ଓ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଯାଞ୍ଚ କରାଯାଇଛି। ଗାଡିର ଫିଟ ନେସ୍ ମେକାନିଜିମ ସହ ଗାଡି ଚଲାଇବାରର ଅଭିଜ୍ଞାତା ଅଛି କି ନାହିଁ ବିଭାଗ ସହ ମିଶି ତାର ଯାଞ୍ଚ ବି କରାଯାଉଛି। ଆଉ ଏହିସବୁ ଠିକ ଥିଲେ ତାର ଡାଟା ବେସ୍ ପ୍ରସ୍ତୁତ ହେଉଛି, ଯାହାର ଏହି ସବୁ ନଥିବା ଏନେଇ ଏକ କର୍ମଶାଳା ହେବ। ପୂର୍ବ ବର୍ଷ ଭଳି ପ୍ରଶିକ୍ଷଣ ନେବେ ଚାଳକ ।"
ସେହିପରି ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି," କେବଳ ମାଷ୍ଟର କ୍ୟାଣ୍ଟିନରେ ନୁହେଁ ପାହାଳ ଠୁ ଆରମ୍ଭ କରି ବରମୁଣ୍ଡା ଓ ବାଣୀବିହାର ସବୁଠି ଚେକିଂ ବ୍ଳକି୍ଂ କରାଯାଇଛି। କେବଳ ଅଟୋ ଚାଳକଙ୍କ ମୃତ୍ୟ ନୁହେଁ ଅନେକ ଦୁର୍ଘଟଣାର ଅଭିଯୋଗ ମଧ୍ୟ ଥାନାକୁ ଆସୁଥିବା ବେଳେ ଏହି ଯାଞ୍ଚ କଡା କଡା ହେଉଛି, ସହର ସାରା ସବୁଠି ଏହା ହେଉଛି। ମଦ ପିଇ ଗାଡି ଚଳାଉଥିବା ଅଧିକ ଅଭିଯୋଗ ହେଉଥିବାରୁ ଡ୍ରିଙ୍କ ଅଣ୍ଡ ଡ୍ରାଇଭର ଚେକିଂ ଅଧିକ ହେଉଛି । କେବଳ ଯାଞ୍ଚ ନୁଁହେ ସମସ୍ତଙ୍କୁ ସଚେତନ ବି ହେବାର ଅଛି। "
'ଆମ ବସ୍' ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ, ଦୁଃଖପ୍ରକାଶ କରି ସହାୟତା ଘୋଷଣା କଲେ ସିଏମ୍
ଇଟିଭି ଭାରତ, ଭୁବନେଶ୍ବର

