ETV Bharat / state

ବଳରାମ ଦାସଙ୍କ ସମାଧିପୀଠ ବେଗୁନିଆରେ ନିର୍ମାଣ ହେବ 'ଲକ୍ଷ୍ମୀ ପୁରାଣ' କରିଡର, ଖର୍ଚ୍ଚ ହେବ 28 କୋଟି

ଓଡ଼ିଶାର ୧ କୋଟି ସଂଶୋଧିତ ଲକ୍ଷ୍ମୀ ପୁରାଣ ବଣ୍ଟନ କରାଯିବ, ବଳରାମ ଦାସଙ୍କ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସରକାରଙ୍କ ପ୍ରୟାସ । ରିପୋର୍ଟ: ଦେବସ୍ମିତା ରାଉତ/ ମନୋରଞ୍ଜନ ଶଙ୍ଖୁଆ

LAKSHMI PURANA CORRIDOR
ଲକ୍ଷ୍ମୀ ପୁରାଣ କରିଡର (ETV Bharat)
author img

By ETV Bharat Odisha Team

Published : July 3, 2026 at 7:46 AM IST

3 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶା ଦର୍ଶନ ଓ ନାରୀ ଶକ୍ତିର ଇତିହାସ ଜାଣିବ ସାରା ବିଶ୍ୱ । ନାରୀ ସମ୍ମାନ ଓ ସମାନତାର ପରିଚୟ ଓ ମୁଖଶାଳା ସାଜିଥିବା ୫୦୦ ବର୍ଷର ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଏ ସବୁ ଜଣାଇବା ପାଇଁ ରାଜ୍ୟରେ ଖୁବଶୀଘ୍ର ହେବ ଲଷ୍ମୀପୁରାଣ କରିଡର । ବଳରାମ ଦାସଙ୍କ ସମାଧିପୀଠ ବେଗୁନିଆରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’ ।

'ଲକ୍ଷ୍ମୀ ପୁରାଣ' କରିଡର (ETV Bharat)

ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ମହାଲଷ୍ମୀ କରିଡର ହେବାକୁ ଯାଉଛି । ତିନି ବର୍ଷ ଭିତରେ ଏହି ପ୍ରକଳ୍ପ ଶେଷ ହେବ । ପ୍ରଥାମିକ ଭାବରେ ପ୍ରାୟ 28 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏହି ବୃହତ ପ୍ରକଳ୍ପ । ରାଜ୍ୟ ଓ ରାଜ୍ୟ ବାହାରୁ ଓଡି଼ଶାକୁ ଆସି ରିସର୍ଚ୍ଚ କରୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଲଷ୍ମୀପୁରାଣକୁ ପାଠ କରିବା ପାଇଁ ଆହ୍ବାନ ଦିଆଯାଇଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ପୁରାଣ ଉପରେ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ମଧ୍ୟ ଫେଲୋଶିପ୍‌ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ।

Lakshmi Purana corridor
'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ (ETV Bharat)

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ ଗୋପ ଅଞ୍ଚଳ ତଥା ଓଡ଼ିଶାର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ମହିଳା ସଶକ୍ତିକରଣ ଓ ସାମାଜିକ ସମରସତାର ବାର୍ତ୍ତା ଦେବ ।"

୧ କୋଟି ସଂଶୋଧିତ ଲକ୍ଷ୍ମୀ ପୁରାଣ ବଣ୍ଟନ ହେବ:

ପ୍ରଥମ ଥର ରାଜ୍ୟରେ ଏନେଇ ଏକ ଆଲୋଚନା ଚକ୍ର କରାଯାଇଥିଲା । ଏହାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା "ଶକ୍ତି ବନ୍ଦନାର ମହାଗାଥା' । ଏଥିରେ ବଳରାମ ଦାସଙ୍କ "ଲକ୍ଷ୍ମୀ ପୁରାଣ" ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଥିଲା । ବିଶିଷ୍ଟ ସାହିତ୍ୟିକ, ଗବେଷକ, ଐତିହାସିକ ଓ ବକ୍ତାମାନେ ଲକ୍ଷ୍ମୀ ପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଯେଉଁଠି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ମୂଳ ତତ୍ତ୍ବ ସହ ଅନ୍ୟ ସାହିତ୍ୟିକ ଓ ଲେଖକଙ୍କର ମୂଳ ଲେଖାକୁ ନେଇ ଏକ ଶଂଶୋଧିତ ଲକ୍ଷ୍ମୀ ପୁରାଣ ପ୍ରସ୍ତୁତ କଥା କୁହାଯାଇଥିଲା । ୧୭୦ ପୃଷ୍ଠା ସମ୍ବଳିତ ଏହି ଲକ୍ଷ୍ମୀ ପୁରାଣକୁ ଲେଖିବେ ବିଶିଷ୍ଟ ସଂସ୍କୃତି ଗବେଷକ ଗୌରାଙ୍ଗ ଦାସ । ଏହାସହ ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ଲଷ୍ମୀ ପୁରାଣର ନୂଆ ସଂସ୍କରଣ ।

Lakshmi Purana corridor
'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ (ETV Bharat)

ଗୀତ ଦାସ ଓ ନାମିତ ଅଗ୍ରୱାଲ ଗାଇବେ ଲକ୍ଷ୍ମୀ ପୁରାଣ:

ଏହି ନୂଆ ପୁରାଣକୁ ପୁଣି ଥରେ ଗାଇବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତ ଦାସ ଓ ନାମିତ ଅଗ୍ରୱାଲ । ପୁରୁଣା ମାଧୁର୍ଯ୍ୟକୁ ନେଇ ଦୁଇ ସୁନାମଧନ୍ୟା ଗାୟିକା ପୁଣି ଏକାଠି ହୋଇ ଏହି ସଂଶୋଧିତ ଲକ୍ଷ୍ମୀ ପୁରାଣ ନୂଆ ଧାରାରେ ଗାଇବେ । ଶହ ଶହ ବର୍ଷ ପୂର୍ବରୁ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଯେଉଁ ସାମାଜିକ ସମାନତା, ନାରୀ ସଶକ୍ତିକରଣ ଓ ମାନବିକତାର ବାର୍ତ୍ତା ଦେଇଥିଲା, ଏବେ ସେହି ବାର୍ତ୍ତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବଡ କଥା ହେଉଛି ଗୋପରେ ପ୍ରସ୍ତାବିତ ଲକ୍ଷ୍ମୀପୁରାଣ କରିଡର ମଧ୍ୟରେ ଏକ କୋଟି ମହିଳାଙ୍କୁ ଲକ୍ଷ୍ମୀ ପୁରାଣ ବଣ୍ଟନ, ଗବେଷଣାକୁ ପ୍ରୋତ୍ସାହନ ଏବଂ ଫେଲୋଶିପ୍ ବ୍ୟବସ୍ଥା, ଏହି ସବୁ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଏହି ଅମୂଲ୍ୟ ଐତିହ୍ୟକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନୂଆ ପରିଚୟ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Lakshmi Purana corridor
'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ (ETV Bharat)




ଶକ୍ତି ବନ୍ଦନାର ମହାଗାଥାରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି, "ମହାଲକ୍ଷ୍ମୀ ପୁରାଣର ମୂଳ ବାର୍ତ୍ତା କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ । ପ୍ରକୃତ ସମୃଦ୍ଧି କେବଳ ଧନରେ ନୁହେଁ ବରଂ ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଏବଂ ସମ୍ମାନ ଉପରେ ନିର୍ଭର କରେ ଅର୍ଥାତ ତା ମଣିଷର କର୍ମରେ ଥାଏ । ତେଣୁ ନାରୀ ପୁରୁଷର ବୈଷମ୍ୟତା ରଖିବା ଉଚିତ ନୁହେଁ । ଯେଉଁ କଥାକୁ ପ୍ରତିପାଦିତ କରେ ଆମ ପୁରାଣ ଆଉ ଆମ ଓଡ଼ିଆ ପରମ୍ପରା । ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନ ବିଶ୍ୱବାସୀଙ୍କୁ କରାଇବା ଲକ୍ଷ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଳରାମ ଦାସଙ୍କ ସମାଧିପୀଠଠାରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ ପାଇଁ ରୂପରେଖା ପ୍ରସ୍ତୁତ କରାଯାଇଛି ।"

Lakshmi Purana corridor
'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ (ETV Bharat)

ଏହି ଅବସରରେ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ଲକ୍ଷ୍ମୀ ପୁରାଣ କରିଡରର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏହି କରିଡରରେ ଲକ୍ଷ୍ମୀ ପୁରାଣର ଅନେକ ଗାଥାକୁ ଅଡିଓ ଭିଜୁଆଲ ମାଧ୍ୟମରେ ପଦର୍ଶିତା ହେବା ସହ ଚିତ୍ରରେ ବି ଦର୍ଶାଯିବ । ଝୋଟି ଚିତାଠୁ ଆରମ୍ଭ କରି ଖଟୁଲି ଓ ଓଡ଼ିଆ ଘରେ ଲକ୍ଷ୍ମୀ ବନ୍ଦନାରେ ହେଉଥିବା ପ୍ରତିଟି ଚିତ୍ର ଏଠାରେ ସ୍ଥାନ ପାଇବା ସହ ଆମ ପରମ୍ପରର ଗର୍ମାମୟ ଇତିହାସକୁ ପୁଣି ଉଦ୍‌ଯିବିତ କରାଯିବ । ଏହାସହ ଏଠାରେ ୫୦୦ ମହିଳା ବସି ଲକ୍ଷ୍ମୀ ପୁରାଣ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି । ଏହାକୁ ଦେଖିଲେ ପ୍ରତିଟି ପର୍ଯ୍ୟଟକ ଓଡ଼ିଆ ପୁରାଣର ଓ ପରମ୍ପରାର ପ୍ରତୀକର ମୁକଶାଳା ସାଜିଥିବା ଆମ ଲକ୍ଷ୍ମୀ ପୁରାଣ ପୁରା ଚିତ୍ରକୁ ଯେଭଳି ବୁଝିଯିବେ ତାର ସମସ୍ତ ଇତିହାସକୁ ଏଠାରେ ଦର୍ଶାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Lakshmi Purana corridor
'ଲକ୍ଷ୍ମୀ ପୁରାଣ କରିଡର' ପ୍ରକଳ୍ପ (ETV Bharat)


କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଲକ୍ଷ୍ମୀ ପୁରାଣ କେବଳ ମାଆ ଲକ୍ଷ୍ମୀଙ୍କ ବନ୍ଦନା ନୁହେଁ, ବରଂ ମହିଳାମାନଙ୍କୁ ସମ୍ମାନ ଦେବାର ଏକ ପ୍ରକ୍ରିୟା ଓ ମାର୍ଗ । ଏହାକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଦିଗରେ ପର୍ଯ୍ୟଟନ ବିଭାଗ ଏହି ଉଦ୍ୟମ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...

ଶ୍ରୀମନ୍ଦିରର ନିଆରା ପରମ୍ପରା: ଥରେ ଅନ୍ନ ଭୋଗ ବନ୍ଦ ହେଲେ ୧୨ ବର୍ଷ ମନା, ଅଣସରରେ ପଟିଦିଅଁଙ୍କୁ ଲାଗି ହୁଏ ଅନ୍ନପ୍ରସାଦ

15 ଦିନ ପାଇଁ ଶ୍ରୀମନ୍ଦିର ପାଲଟେ ଆୟୁର୍ବେଦ ଚିକିତ୍ସାଳୟ ! ଦେବତା ନୁହେଁ ରୋଗୀ ପରି ଚିକିତ୍ସିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି

ଇଟିଭି ଭାରତ, ଭୁବନେଶ୍ବର