ETV Bharat / state

ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ

ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ODISHA STATE COMMISSION FOR WOMEN
ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା (ETV Bharat Odisha)
author img

By ETV Bharat Odisha Team

Published : February 11, 2026 at 11:35 PM IST

|

Updated : February 11, 2026 at 11:41 PM IST

1 Min Read
Choose ETV Bharat

ଭୁବନେଶ୍ୱର: ୨୦୨୪-୨୫ଆର୍ଥିକ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ସଫଳ ହୋଇଛନ୍ତି ମହିଳା କମିଶନ । ମହିଳା ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ୮୫୨ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି । ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କରି ଏହା କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଅତିଥି ଭାବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁଙ୍କ ସହ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ସାମିଲ ହୋଇଛନ୍ତି ।

ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସ (ETV Bharat Odisha)



ତେବେ ଯୌତୁକ ଜନିତ ନିର୍ଯ୍ୟାତନା ଓ ପରିତ୍ୟାଗ ମାମଲା ୬୭୫ଟି ରୁଜୁ ହୋଇଥିବା ବେଳେ ସମାଧାନ ହୋଇ ପାରିଛି ୫୮୧ଟି । ରାଜ୍ୟରେ ସର୍ବମୋଟ ମହିଳା ଅଧିକାର ଉଲଂଘନ ହୋଇଛି ୧୮୨ଟି । ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭ । ଯୌତୁକ ଜନିତ ହତ୍ୟା ୧୨, ସନ୍ଦେହ ଜନକ ମୃତ୍ୟୁ ୧୪, ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦରୁ ମହିଳା ହିଂସା ୪୮, କର୍ମ କ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ସହ ଅନ୍ୟାନ୍ୟ ମହିଳାଙ୍କ ଉପରେ ହୋଇଥିବା ହିଂସା ୩୩ଟି ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଥିବା ବେଳେ ସାଇବର ଅପରାଧ କ୍ଷେତ୍ରରେ ଶୂନ୍ୟ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।



ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର-

ବର୍ଷକ ମଧ୍ୟରେ ୨୯୮ଟି ମାମଲା ରୁଜୁ ହୋଇଛି । ତା ପଛକୁ କଟକ ୨୧୪, ଖୋର୍ଦ୍ଧା ୨୧୦, ପୁରୀ ୧୮୧, ଗଞ୍ଜାମ ୧୨୦, ଭଦ୍ରକ ୧୧୩ ସହ ଯାଜପୁରରେ ୧୦୩ଟି ମାମଲା ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, "ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଲି । ମହିଳା ସଶକ୍ତିକରଣ, ମହିଳାଙ୍କ ସୁରକ୍ଷା ଏବଂ ମହିଳାଙ୍କ ଅଧିକାର ଅକ୍ଷୁର୍ଣ୍ଣ ରଖିବାରେ ମହିଳା ଆୟୋଗ ଉଲ୍ଲେଖନୀୟ ଭୂମିକା ତୁଲାଇଆସିଛି । ଆଜିର ଦିନ ଜନସଚେତନତା, ଆଇନଗତ ସହାୟତା ଓ ସମର୍ଥନ ଜରିଆରେ ମହିଳାମାନଙ୍କ ବିରୋଧରେ ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟର ମୂଳୋତ୍ପାଟନ ପାଇଁ ସଂକଳ୍ପର ଦିନ ।"

ଏହା ବି ପଢନ୍ତୁ- Interview; ନାରୀ ନିର୍ଯାତନାକୁ ନେଇ ସାଙ୍ଘାତିକ ତଥ୍ୟ ଦେଲେ କଂଗ୍ରେସ ବିଧାୟିକା ସୋଫିଆ - CONGRESS MLA SOFIA FIRDOUS


ଇଟିଭି ଭାରତ, ଭୁବନେଶ୍ୱର

Last Updated : February 11, 2026 at 11:41 PM IST