ପ୍ରଦୂଷଣରେ ଓଡ଼ିଶା ୧ନଂ; ଦେଶର ୧୦ ପ୍ରଦୂଷିତ ସହର ମଧ୍ୟରେ ରାଜ୍ୟର ୭ ସହର, ଟପ୍ ରେ ତାଳଚେର
ବାୟୁ ପ୍ରଦୂଷଣରେ ଓଡ଼ିଶା ଏକ ନମ୍ବର । ତାଳଚେର ହେଉଛି ଦେଶରେ ସର୍ବାଧିକ ପ୍ରଦୂଷିତ ସହର । ଓଡ଼ିଶାରେ କେବଳ ୭ଟି ସହରରେ AQI ୩୦୦ ପାର୍ ରହିଛି ।

Published : January 2, 2026 at 10:21 PM IST
ଭୁବନେଶ୍ବର: ପ୍ରଦୂଷଣରେ ଦେଶରେ ସବୁଠୁ ଆଗରେ ରହିଛି ଓଡ଼ିଶା । ଏପରିକି ଦେଶର ୧୦ ପ୍ରଦୂଷିତ ସହର ମଧ୍ୟରେ, କେବଳ ଓଡ଼ିଶାର ୭ଟି ସହର ରହିଛି । ଆଉ ଏକ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ତାଳଚେର । ଆଜି ଏହା ଦେଶର ସର୍ବାଧିକ ପ୍ରଦୂଷିତ ସହର ଭାବେ ଉଭା ହୋଇଛି ।
ବାୟୁ ପ୍ରଦୂଷଣରେ ଦେଶରେ ଓଡ଼ିଶା ଏକ ନମ୍ବର । ଯାହା କିଛି ଦିନ ଧରି ଲାଗି ରହିଛି । ଆଜି ମଧ୍ୟ ଓଡ଼ିଶାର ତାଳଚେର ହେଉଛି ଦେଶରେ ସର୍ବାଧିକ ପ୍ରଦୂଷିତ ସହର । ଏପଟେ ଦେଶର ୧୦ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାରେ କେବଳ ୭ଟି ସହରରେ AQI ୩୦୦ ପାର୍ ରହିଛି ।


ପ୍ରଦୂଷଣରେ ଓଡ଼ିଶା ଦେଶରେ ନମ୍ବର ୱାନ:-
ପ୍ରଦୂଷଣରେ ଓଡ଼ିଶା ଏକ ନମ୍ବର । ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ଦେଶର ସମସ୍ତ ସହରର ପ୍ରଦୂଷଣର ମାତ୍ରା ଦର୍ଶାଯାଇଛି । ଏଥିରୁ ଦେଖାଯାଇଛି ଯେ, ଆଜି ଅପରାହ୍ନ ୪ଟା ସୁଦ୍ଧା ତଥ୍ୟ ଅନୁସାରେ ଦେଶର ୧୦ଟି ସହର ମଧ୍ୟରେ ଓଡ଼ିଶାର କେବଳ ୭ଟି ସହରର AQI ୩୦୦ ପାର ହୋଇଛି । ତଥ୍ୟ ଅନୁସାରେ ଦେଶର ପ୍ରମୁଖ ୧୦ଟି ସହରର AQI ଯଥାକ୍ରମେ-
ଦେଶର ପ୍ରମୁଖ ୧୦ଟି ସହରର AQI
- ତାଳଚେରରେ AQI ୩୮୦
- ଅନୁଗୁଳରେ AQI ୩୪୬
- ଆନ୍ଧ୍ରପ୍ରଦେଶ ତିରୁପତିରେ AQI ୩୪୧
- ରାଜସ୍ଥାନ ବିକାନେରରେ AQI ୩୨୯
- କଟକରେ AQI ୩୨୪
- ମଧ୍ୟପ୍ରଦେଶ ସିଂଗରୌଲିରେ AQI ୩୨୦
- ବାଲେଶ୍ୱରରେ AQI ୩୧୮
- ଭୁବନେଶ୍ୱରରେ AQI ୩୧୭
- ବାରିପଦାରେ AQI ୩୧୨
- କେନ୍ଦୁଝରରେ AQI ୩୧୧


ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ବରରେ ପ୍ରଦୂଷଣ ଚିନ୍ତାଜନକ, ନାହିଁ ସଚେତନ କି ହେଉନି କାର୍ଯ୍ୟାନୁଷ୍ଠାନ
ଏହା ମଧ୍ୟ ପଢ଼ନ୍ତୁ- ବିଷ ବଳୟରେ ଓଡିଶା; ବାୟୁ ପ୍ରଦୂଷଣରେ ଦିଲ୍ଲୀ ସହ ସମାନ ହେଲା ରାଜ୍ୟର 5 ସହର
ଇଟିଭି ଭାରତ, ଭୁବନେଶ୍ବର

