ETV Bharat / state

ପଶ୍ଚିମବଙ୍ଗରେ ବିଜେପି ସରକାର: ଯୋଗାଣ ମନ୍ତ୍ରୀ କହିଲେ, ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

ମୋଦିଙ୍କ ଲୋକପ୍ରିୟତା ଓ ୧୫ବର୍ଷ ଧରି ଅନ୍ୟାୟ ଅତ୍ୟାଚାରରେ ଅସନ୍ତୁଷ୍ଟ କାରଣରୁ ପଶ୍ଚିମବଙ୍ଗରେ ବିଜେପିର ବାଜିମାତ ହୋଇଛି ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ASSEMBLY ELECTION 2026
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର (ETV Bharat Odisha)
author img

By ETV Bharat Odisha Team

Published : May 4, 2026 at 6:30 PM IST

1 Min Read
Choose ETV Bharat

ଢେଙ୍କାନାଳ: ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟ ଗଣତି । ଏଥର ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ‘ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ ମମତା ଓଡ଼ିଶାବାସୀଙ୍କ ପ୍ରତି ନକାରାତ୍ମକ ମନୋଭାବର ପୂର୍ଣ୍ଣଚ୍ଛେଦ ପଡିଛି । ’

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର (ETV Bharat Odisha)

ଅଙ୍ଗ-ବଙ୍ଗ-କଳିଙ୍ଗରେ ବିଜେପି ସରକାର:

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ପଶ୍ଚିମବଙ୍ଗରେ ବିଜେପିର ଏହି ବାଜିମାତ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଦୀର୍ଘ ୧୫ବର୍ଷ ଧରି ପଶ୍ଚିମ ବଙ୍ଗରେ ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାରରେ ସାଧାରଣ ଲୋକଙ୍କ ବିତସ୍ପୃହତା ହିଁ ପ୍ରମୁଖ କାରଣ । ଐତିହାସିକ କାଳରୁ ଅଙ୍ଗ ବଙ୍ଗ କଳିଙ୍ଗ ଏହି ତିନୋଟି ରାଜ୍ୟ ସାଂସ୍କୃତିକ କ୍ଷେତ୍ରରେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ତେବେ ଓଡିଶା ବା କଳିଙ୍ଗ, ତା’ପରେ ଅଙ୍ଗ ବା ବିହାର ଆଉ ଏବେ ବଙ୍ଗ ବା ପଶ୍ଚିମବଙ୍ଗରେ ବିଜେପିର ବାଜିମାତ୍ । ନିଶ୍ଚିତ ଭାବେ ରାଷ୍ଟ୍ରବାଦୀ ବିଚାରାଧାରାର ବିଜୟ ଘଟିଛି ।’

ରାଷ୍ଟ୍ର ସୁରକ୍ଷା ନେଇ ଚିନ୍ତାଜନକ:

ସେ ଆହୁରି କହିଛନ୍ତି, ‘ରାଷ୍ଟ୍ରର ରକ୍ଷା ପାଇଁ ଭୋଟ ଦେଇଛନ୍ତି । ଏହା ରାଷ୍ଟ୍ର ପାଇଁ ଶୁଭଙ୍କର । ଗତ ୧୫ବର୍ଷ ଧରି ପଶ୍ଚିମବଙ୍ଗରେ ଦେଶ ବାହାରର ଅଣହିନ୍ଦୁତ୍ୱବାଦୀ ମାନେ ପଶି କାୟା ମେଲାଇ ଚାଲିଥିଲେ । ଆଉ ମମତା ଦିଦି ତାଙ୍କ ପାଇଁ ବାଟ ଖୋଲି ଦେଇଥିଲେ । ଗଳି ପଶି ହୋଇ ଆମ ଦେଶରେ ନିଜର ସଂଖ୍ୟା ବଢ଼ାଇ ଚାଲିଥିଲେ । ତାହା ରାଷ୍ଟ୍ର ସୁରକ୍ଷା ନେଇ ଚିନ୍ତାଜନକ ଥିଲା । ଆଉ ଏହା ଚାଲିବ ନାହିଁ । ଓଡିଶାରେ ମଧ୍ୟ ଏସଆଇଆର ମାଧ୍ୟମରେ ବିଦେଶୀ ବାଂଲାଦେଶୀଙ୍କୁ ହଟାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।’

ଆଳୁ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ବିଗତ ଦିନରେ ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ ମମତା ଓଡିଶାବାସୀଙ୍କ ପ୍ରତି ନକରାତ୍ମକ ମନୋଭାବର ପୂର୍ଣ୍ଣଚ୍ଛେଦ ପଡିଛି । ଯାହାକି ଲୋକ ମାନଙ୍କୁ ବିତସ୍ପୃହ କରିଥିଲା । ଯାହାହେଉ ପଶ୍ଚିମବଙ୍ଗ ରାଜ୍ୟବାସୀ ଏକ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଥିବାରୁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ।’

ଏହା ମଧ୍ୟ ପଢନ୍ତୁ:

ଲାଇଭ Election Result 2026 LIVE Update:କେରଳମ୍‌ରେ କଂଗ୍ରେସ 56ଟି ଆସନରେ ବିଜୟୀ, 9 ହଜାରରୁ ଅଧିକ ଭୋଟରେ ପରାଜିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ

ବିଧାନସଭା ନିର୍ବାଚନରେ ଆଞ୍ଚଳିକ ଦଳକୁ ଶକ୍ତ ଝଟକା, ମୁଖ୍ୟମନ୍ତ୍ରୀ ପଦ ହରାଇବେ ମମତା, ଷ୍ଟାଲିନ ଏବଂ ବିଜୟନ !

ବିଧାନସଭା ଜନାଦେଶ 2026: ପଶ୍ଚିମବଙ୍ଗରେ ମୋଦି ମ୍ୟାଜିକ୍‌, ତାମିଲନାଡୁରେ ଥାଲାପତି ! କେରଳରେ ସରକାର ଗଢିବ UDF

ଇଟିଭି ଭାରତ, ଢେଙ୍କାନାଳ