ବିଦେଶରେ ଓଡ଼ିଶା କଳା ସଂସ୍କୃତି ଆଦର, ୨୦ ବର୍ଷ ହେବ ପୁରୀରେ କଳା ପ୍ରଦର୍ଶନ କରୁଛନ୍ତି ଜାପାନୀ କଳାକାର
ଓଡି଼ଶା ଜାପାନ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶା ଓ ଜାପାନୀ କଳାକାର ମାନେ ଉଭୟ ଦେଶର ବିଭିନ୍ନ ପାରମ୍ପରିକ ନୃତ୍ୟ ସହିତ ବଲିଉଡ ପ୍ରସିଦ୍ଧ ଗୀତ ତାଳେ ତଳେ ନୃତ୍ୟ ପରିବେଷଣ କରୁଛନ୍ତି ।

Published : February 8, 2026 at 4:21 PM IST
ପୁରୀ: ଓଡି଼ଶାର କଳା ସଂସ୍କୃତି ସାରା ବିଶ୍ୱରେ ବେଶ୍ ପ୍ରସିଦ୍ଧ ଲାଭ କରିଛି। ବିଦେଶୀ ମାନେ ଓଡ଼ିଶାର କଳା ସଂସ୍କୃତିକୁ ବେଶ୍ ଭଲ ପାଉଛନ୍ତି। ବିଶେଷ କରି ଜାପାନୀ ମାନେ ଓଡ଼ିଶା କଳା ସଂସ୍କୃତି ବେଶ୍ ପସନ୍ଦ କରୁଛନ୍ତି । ଏଣୁ ପ୍ରତିବର୍ଷ ପୁରୀକୁ ଜାପାନୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ପୁରୀରେ ଜାପାନୀ ମାନେ ରହି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେଉଥିବା ବେଳେ ହୋଲି, ଦୀପାବଳୀ ଉତ୍ସବକୁ ମଧ୍ୟ ପାଳନ କରୁଛନ୍ତି। ଓଡ଼ିଶାବାସୀଙ୍କ ସହ କଳା, ସାଂସ୍କୃତିର ଭାବ ଆଦାନ ପ୍ରଦାନ ନିମନ୍ତେ ଜାପାନୀ କଳାକାର ପୁରୀରେ ଦୀର୍ଘ ୨୦ ବର୍ଷ ହେବ ଓଡି଼ଶା ଜାପାନ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନରେ ସାମିଲ ରହିଛନ୍ତି ।
ଓଡି଼ଶା ଜାପାନ ସାଂସ୍କୃତିକ ମହୋତ୍ସବ:
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ପ୍ରତିଷ୍ଠାତା ତଥା ପୁରୀ ବାସିନ୍ଦା କୁନା ଦାଶଙ୍କ ସହ ଜାପାନୀ କଳାକାର ମାନେ ମିଶି ପୁରୀରେ ଦୀର୍ଘ ୨୦ ବର୍ଷ ହେବ ଓଡି଼ଶା ଜାପାନ ସାଂସ୍କୃତିକ ମହୋତ୍ସବରେ ସାମିଲ ହୋଇଆସୁଛନ୍ତି। ଚଳିତବର୍ଷ ୨୦୨୬ ଫେବୃଆରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ପୁରୀର ତାଳବଣିଆ ପଡିଆରେ ଅନୁଷ୍ଠିତ ହେଉଛି ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ। ଏହି ମହୋତ୍ସବରେ ଉଭୟ ଓଡ଼ିଶା ଓ ଜାପାନୀ କଳାକାର ମାନେ ଉଭୟ ଦେଶର ବିଭିନ୍ନ ପାରମ୍ପରିକ ନୃତ୍ୟ ସହିତ ବଲିଉଡ ପ୍ରସିଦ୍ଧ ଗୀତ ତାଳେ ତଳେ ନୃତ୍ୟ ପରିବେଷଣ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଦର୍ଶକଙ୍କ ବେଶ୍ ଭିଡ ଦେଖିବାକୁ ମିଳୁଛି ।


କେବଳ କଳା ସଂସ୍କୃତି କାର୍ଯ୍ୟକ୍ରମ ନୁହେଁ ଓଡ଼ିଶା ଜାପାନ ମଧ୍ୟରେ ଶିକ୍ଷା, ନିଯୁକ୍ତି, ବ୍ୟବସାୟ, ପର୍ଯ୍ୟଟନ କିଭଳି ଅଭିବୃଦ୍ଧି ଘଟିବ ସେ ନେଇ ଷ୍ଟଲ୍ ଖୋଲାଯାଇଛି। ଜାପାନୀ ଖାଦ୍ୟକୁ ନେଇ ମଧ୍ୟ ଷ୍ଟଲ୍ ଖୋଲାଯାଇଛି। ଏହା ଫଳରେ ଉଭୟ ଜାପାନ ଓ ଓଡ଼ିଶା ଲୋକ ମାନେ ପରସ୍ପରକୁ ଜାଣିବା ସହ ଓଡ଼ିଶା ଜାପାନ ମଧ୍ୟରେ କଳା ସଂସ୍କୃତି ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ।



ନାଚୋସୋ ମିଆହାରା କୁହନ୍ତି, "ଚଳିତ ବର୍ଷ ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବରେ ଅନେକ ଜାପାନୀ କଳାକାର ସାମିଲ ହୋଇଛନ୍ତି। ସେମାନେ ଜାପାନ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ କରିଛନ୍ତି । ବଲିଉଡର ପ୍ରସିଦ୍ଧ ଗୀତ ମଧ୍ୟ ପରିବେଷଣ କରିଛନ୍ତି। ଯାହାକି ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରାଇଛି। ସାରା ବିଶ୍ଵରେ ସବୁ ଦେଶ ମଧ୍ୟରେ କଳା ସଂସ୍କୃତି ଭାବର ଆଦାନ ପ୍ରଦାନ ସବୁଠୁ ମହତ୍ତ୍ୱପୂର୍ଣ୍ଣ। ଏହା ଦ୍ଵାରା ବନ୍ଧୁତା ବୃଦ୍ଧି ହୋଇଥାଏ। ଓଡ଼ିଶା ଜାପାନ ମଧ୍ୟରେ କଳା ସଂସ୍କୃତି ଭାବର ଆଦାନ ପ୍ରଦାନ ଜାରି ରହିବା ଉଚିତ୍। ଏହା ଦ୍ଵାରା ଓଡ଼ିଶା ଜାପାନ ମଧ୍ୟରେ ସମ୍ପର୍କ ମଜବୁତ ହେବ। ପୁରୀକୁ ଆସିବାକୁ ମତେ ବହୁତ୍ ଭଲ ଲାଗେ। ଓଡ଼ିଶାର ଲୋକ ମାନେ ବହୁତ୍ ଭଲ। ଲୋକଙ୍କ ସହ ମିଶିବା ମତେ ବହୁତ୍ ଭଲ ଲାଗେ। "
ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ଆୟୋଜନ:



ପୁରୀ ସିଟି ବ୍ରାଣ୍ଡ ଆମ୍ବାସାଡର କୁନା ଦାଶ :
କୁନା ଦାଶ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସିଟି ବ୍ରାଣ୍ଡ ଆମ୍ବାସାଡର ଭାବେ ମାନ୍ୟତା ଦିଆଯାଇଛି। ପୁରୀରେ କିଭଳି ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ, ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେ ନେଇ ଓଡ଼ିଶା ସରକାରଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ତେବେ ଜାପାନରେ ଦୀର୍ଘ ବର୍ଷ ସେ ରହିବା ପରେ ଓଡ଼ିଶାର କଳା ସଂସ୍କୃତି କିଭଳି ଜାପାନରେ ଅଧିକ ପ୍ରଚାର ପ୍ରସାର ହୋଇ ପାରିବ, ଅଧିକ ଜାପାନୀ ମାନେ ଓଡ଼ିଶା ଆସିବେ ସେହି ଲକ୍ଷ୍ୟ ନେଇ କୁନା ଦାଶ ୨୦୦୬ ମସିହାରୁ ଦୀର୍ଘ ୨୦ ବର୍ଷ ହେବ ଜାପାନ କଳାକାରଙ୍କ ସହଯୋଗରେ ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିଆସୁଛନ୍ତି। କେବଳ ସେତିକି ନୁହେଁ କୁନା ଦାଶ ମାଗଣା ରେ ଜାପାନି ଭାଷା ପୁରୀ ରେ ଶିକ୍ଷା ଦେଇ ଆଇଟି ଛାତ୍ରଛାତ୍ରୀଙ୍କୁ ଜାପାନର ବିଭିନ୍ନ ଆଇଟି କମ୍ପାନୀରେ ନିଯୁକ୍ତି ଦେବାରେ ସହଯୋଗ କରୁଛନ୍ତି।

ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, "ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶା ଓ ଜାପାନ ମଧ୍ୟରେ କଳା ସଂସ୍କୃତି ଭାବର ଆଦାନ ପ୍ରଦାନ। ଗୋଟିଏ ମଞ୍ଚରେ ଉଭୟ ଓଡ଼ିଶା ଓ ଜାପାନ କଳାକାର ମାନେ ନୃତ୍ୟ, ଗୀତ ପରିବେଷଣ କରୁଛନ୍ତି। ଏହା ଉଭୟ ଭାରତ ଓ ଜାପାନ ଦେଶର ଲୋକେ ପରସ୍ପରର କଳା ସଂସ୍କୃତି ବିଷୟରେ ଅବଗତ ହୋଇପାରିବେ। କଳା ସଂସ୍କୃତି ପ୍ରଚାର ପ୍ରସାର ଦ୍ଵାରା ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରସାର ହୋଇ ପାରିବ। ଅଧିକ ବିଦେଶୀ ପର୍ଯ୍ୟଟକ ପୁରୀକୁ ଆସିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆମେ କଲଚର, ଟୁରିଜିମ୍, ଏଜୁକେସନ , ଟ୍ରେଡ୍ କୁ ନେଇ ଷ୍ଟଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ମଜଭୁତ ହୋଇପାରିବ ବୋଲି ମୋର ଆଶା ରହିଛି। "
ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୁରୀ ର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶା ଜାପାନ ସାଂସ୍କୃତିକ ମହୋତ୍ସବ ଦୀର୍ଘ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଚି। ଏହା ଏକ ଭଲ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ଜାପାନ ସାଂସ୍କୃତି ର ଆଦାନ ପ୍ରଦାନ ହୋଇ ପାରିବ। ଉଭୟ ଦେଶ ର ନୃତ୍ୟ ଗୀତ ଦର୍ଶକ ଙ୍କୁ ବେଶ୍ ମନୋରଞ୍ଜନ ଦେଇଛି। "ପୁରୀରେ ରାଷ୍ଟ୍ରପତି: ନୋ ଫ୍ଲାଇଙ୍ଗ ଜୋନ ଘୋଷଣା, ଆସନ୍ତାକାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ
ପୁଣି ପୁରୀ ସମୁଦ୍ରରେ ଅଘଟଣ, ସମୁଦ୍ରରେ ବୁଡି ମା' ପୁଅ ମୃତ
ଇଟିଭି ଭାରତ, ପୁରୀ

