ETV Bharat / state

ହାତରେ ଡବା ଧରି ଚାନ୍ଦା ମଗା ଆନ୍ଦୋଳନ କଲା ଓଡ଼ିଶା ଜନତା କଂଗ୍ରେସ, ଜବାବ ରଖିଲେ ମେୟର

ଚାନ୍ଦା ଡବା ଧରି, ଚାନ୍ଦା ଆଦାୟ କରି ଆଜି ଓଜେସି ପକ୍ଷରୁ କଟକ ମ୍ୟୁନିସିପାଲ କର୍ପୋରେସନ- ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରିପୋର୍ଟ- ନାରାୟଣ ସାହୁ

Odisha Janata Congress protested with collection box in hand, Mayor responds
ହାତରେ ଡବା ଧରି ଚାନ୍ଦା ମଗା ଆନ୍ଦୋଳନ କଲା ଓଡ଼ିଶା ଜନତା କଂଗ୍ରେସ, ଜବାବ ରଖିଲେ ମେୟର (ETV BHARAT ODISHA)
author img

By ETV Bharat Odisha Team

Published : June 30, 2026 at 10:25 PM IST

|

Updated : June 30, 2026 at 10:45 PM IST

2 Min Read
Choose ETV Bharat

Odisha Janata Congress protest, କଟକ : କଟକରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ଡଵା ଧରି ଚାନ୍ଦାମଗା ଆନ୍ଦୋଳନ । ଚାନ୍ଦା ଡବା ଧରି, ଚାନ୍ଦା ଆଦାୟ କରି ଆଜି ଓଜେସି ପକ୍ଷରୁ କଟକ ମ୍ୟୁନିସିପାଲ କର୍ପୋରେସନ- ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଏମସି ଅଧିକାରୀ, ବିଶେଷକରି ମେୟର ବିଭିନ୍ନ ଉନ୍ନୟନମୂଳକ କାମରୁ ଚାନ୍ଦା ଆଦାୟ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା କହି ଏଭଳି ଚାନ୍ଦା ଡବା ଆନ୍ଦୋଳନ କରିଛି ଓଜେସି । ମେୟରଙ୍କ ଏଭଳି ଦୁର୍ନୀତି ଯୋଗୁଁ ସହରରେ ପରିମଳ ଓ ଜଳବନ୍ଦୀ ଅବସ୍ଥା ଗୁରୁତର ହେଉଛି ବୋଲି ଓଜେସି ଅଭିଯୋଗ କରିଛି । ସେପଟେ ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ମହମ୍ମଦ ମୋକିମ୍ ସହରରେ ଅନେକ ଜଳାଶୟ ପୋତି କୋଠା ତିଆରି କରିଥିଵା କାରଣରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି ।

ହାତରେ ଡବା ଧରି ଚାନ୍ଦା ମଗା ଆନ୍ଦୋଳନ କଲା ଓଡ଼ିଶା ଜନତା କଂଗ୍ରେସ, ଜବାବ ରଖିଲେ ମେୟର (ETV BHARAT ODISHA)


କଟକ ମହାନଗର ନିଗମ ଅଫିସ ଆଗରେ ନିଆରା ଢଙ୍ଗରେ ବିକ୍ଷୋଭ କରିଛି ଓଜେସି । ଓଡ଼ିଶାର ଏହି ନୂତନ ଦଳର କର୍ମକର୍ତ୍ତା ମାନେ ଡଵା ଧରି ଚାନ୍ଦା ମାଗି ଆନ୍ଦୋଳନ କରିଛନ୍ତି । ଏହାସହ ବିକ୍ଷୋଭ ସ୍ଥଳରେ ଫ୍ୟାନ୍ସି ନୋଟ୍ ଉଡାଇ ସିଏମସି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି, ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟକର୍ତ୍ତା । ଓଜେସି କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ସହରର ପରିମଳ, ଜଳ ନିଷ୍କାସନ ଓ ଅନ୍ୟ ଉନ୍ନୟନ କାମ ନାଁରେ ଵ୍ୟାପକ ଟଙ୍କା ହରିଲୁଟ ହେଉଛି । ଏସବୁ ଟଙ୍କାର ସିଙ୍ଘ ଭାଗ ସିଏମସି ଅଧିକାରୀ ଓ ମେୟର ସୁବାସ ସିଂଙ୍କ ପକେଟକୁ ଯାଉଛି ବୋଲି ଓଜେସି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି । ମେୟର ପୂର୍ବରୁ ବାମପନ୍ଥୀ ସଙ୍ଗଠନ ପାଇଁ ଡଵା ଧରି ଚାନ୍ଦା ମାଗୁଥିଲେ । ଏବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଶହ ଶହ କୋଟି ଟଙ୍କାରୁ ସେହିଭଳି ଚାନ୍ଦା ନେଇ ମେୟର ମାଲାମାଲ୍ ହେଉଛନ୍ତି, ବୋଲି ରାଜ୍ୟ ଉପସଭାନେତ୍ରୀ ଗିରିବାଳା ବେହେରା ଅଭିଯୋଗ କରିଛନ୍ତି ।

ଚାନ୍ଦା ଡବା ଧରି, ଚାନ୍ଦା ଆଦାୟ କରି ଆଜି ଓଜେସି ପକ୍ଷରୁ କଟକ ମ୍ୟୁନିସିପାଲ କର୍ପୋରେସନ- ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଚାନ୍ଦା ଡବା ଧରି, ଚାନ୍ଦା ଆଦାୟ କରି ଆଜି ଓଜେସି ପକ୍ଷରୁ କଟକ ମ୍ୟୁନିସିପାଲ କର୍ପୋରେସନ- ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । (ETV BHARAT ODISHA)
ସେପଟେ ଓଡ଼ିଶା ଜନତା କଂଗ୍ରେସର ଅଭିଯୋଗର କଡା ଜବାବ ରଖିଛନ୍ତି ମେୟର ସୁବାସ ସିଂ । ମେୟର କହିଛନ୍ତି, "ତାଙ୍କ ବିରୋଧରେ ଯଦି ଦୁର୍ନୀତିର ପ୍ରମାଣ ରହିଛି, ତେବେ ଓଡ଼ିଶା ଜନତା କଂଗ୍ରେସ ଭିଜିଲାନ୍ସରେ ଅଭିଯୋଗ କରୁ । ଏହାସହ ଓଡ଼ିଶା ଜନତା କଂଗ୍ରେସ ପ୍ରତିଷ୍ଠାତା ମହମ୍ମଦ ମୋକିମ୍ କଟକ ସହରରେ ଜଳବନ୍ଦୀ ଅବସ୍ଥା ପାଇଁ ଦାୟୀ," ବୋଲି କହିଛନ୍ତି ମେୟର । ମେୟରଙ୍କ ଅଭିଯୋଗ ଅନୁସାରେ କଟକ ସହରରେ ଥିବା ଜଳାଶୟ ଗୁଡିକୁ ପୋତି ମୋକିମ୍ ଏକାଧିକ ଆପାର୍ଟମେଣ୍ଟ ଛିଡା କରିଛନ୍ତି । ଜଳାଶୟ ପୋତି ଦେଵାରୁ ସହରରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ମେୟର ।
ମେୟରଙ୍କ ଏଭଳି ଦୁର୍ନୀତି ଯୋଗୁଁ ସହରରେ ପରିମଳ ଓ ଜଳବନ୍ଦୀ ଅବସ୍ଥା ଗୁରୁତର ହେଉଛି ବୋଲି ଓଜେସି ଅଭିଯୋଗ କରିଛି ।
ମେୟରଙ୍କ ଏଭଳି ଦୁର୍ନୀତି ଯୋଗୁଁ ସହରରେ ପରିମଳ ଓ ଜଳବନ୍ଦୀ ଅବସ୍ଥା ଗୁରୁତର ହେଉଛି ବୋଲି ଓଜେସି ଅଭିଯୋଗ କରିଛି । (ETV BHARAT ODISHA)

ସେହିପରି ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏହିସଵୁ ଅଭିଯୋଗ ନେଇ କମିଶନରଙ୍କୁ ସ୍ମାରକପତ୍ର ଦେବାକୁ ଯାଇଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ସିଏମସି କମିଶନର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ମେୟରଙ୍କ ଚାମ୍ବର ଅଗରେ ଧାରଣାରେ ବସିଥିଲେ ଓଜେସି କାର୍ଯ୍ୟକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ- ପାରୋଲରେ ଆସି ଛୁ ମାରିଥିଲା, 9 ବର୍ଷ ପରେ ପଞ୍ଜାବରୁ ଆଜୀବନ କଏଦୀ ଗିରଫ
ଏହା ମଧ୍ୟ ପଢ଼ନ୍ତୁ- କଟକ ବଡ଼ ମେଡିକାଲ ଆସୁଥିଲେ ସାବଧାନ ! ବର୍ଷକ ମଧ୍ୟରେ ହଜିଲେଣି 66 ରୋଗୀ !


ଇଟିଭି ଭାରତ, କଟକ

Last Updated : June 30, 2026 at 10:45 PM IST