ନୂଆରୂପ ନେବ ନିକୋ ପାର୍କ, ଖର୍ଚ୍ଚ ହେବ 600 କୋଟି
ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା

Published : January 1, 2026 at 8:20 PM IST
Nicco Park Redevelopment ଭୁବନେଶ୍ବର: ନୂଆରୂପ ନେବ ନିକୋ ପାର୍କ । 3ଟି ପର୍ଯ୍ୟାୟରେ 600 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡପାର୍କ ମଧ୍ୟ ନିର୍ମାଣ ହେବ । ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏଥିସହ ପୁରୀ ମହାନଗର ନିଗମ ଘୋଷଣା ହେବା ପରେ ମନ୍ତ୍ରୀ କହିଛନ୍ତି, ‘କଥା ଦେଇ କଥା ରଖିଲେ ମୋହନ ସରକାର’ ।
ନିକୋ ପାର୍କର ନବକଳେବର:
ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ‘ନିକୋ ପାର୍କର ନବକଳେବର ପାଇଁ ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡ ପାର୍କ ନିର୍ମାଣ ହେବ ।’
ନିକୋ ପାର୍କରେ ହେବ ଏସବୁ ସୁବିଧା:
ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଲେକ୍ ଜୋନ୍ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି l
28 NAC, 7 ମ୍ୟୁନିସିପାଲିଟି:
ମନ୍ତ୍ରୀ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘ବର୍ତମାନ ସହରୀକରଣର ଆବଶ୍ୟକତା ରହିଛି । ଆମେ 14 ମାସ ଭିତରେ 28ଟି ଏନଏସି, 7ଟି ମ୍ୟୁନିସିପାଲିଟି ଏଵଂ ଗୋଟେ ମହାନଗର ପାଇଁ କଥା ଦେଇଥିଲୁ । ଚୁଡାନ୍ତ ହେଲା। ହୁଏତ ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ । ବାକି ଯୋଉଠି ଡିମାଣ୍ଡ ଅଛି ସେଠାରେ ହେବ l ’
ମନ୍ତ୍ରୀ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି, ଯେଉଁଠି ଆବଶ୍ୟକତା ଅଛି ଆମେ ତାକୁ କରିବୁ । ବହୁତ ପ୍ରସ୍ତାବ ଆସିଛି । 28ଟି ଘୋଷଣା କରିଥିଲୁ, ଗତକାଲି ଡ୍ରାଫ୍ଟ ନୋଟିଫିକେସନ ହେଲା । ତାହା ପାଇଁ ବ୍ଲୁ ପ୍ରିଣ୍ଟ ହୋଇଛି । ସବୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ କାର୍ଯ୍ୟକାରୀ ହେବ । ମାଷ୍ଟର ପ୍ଲାନ୍ ହୋଇଛି । ସେଥିରେ ଡ୍ରେନ, ରୋଡ, ଅଫିସ ବିଲ୍ଡିଂ ପାଇଁ 5 କୋଟି, ଲାଇଟ୍ ପାଇଁ 50 ଲକ୍ଷ, ଡ୍ରେନ ପାଇଁ 50, ସଫେଇ ପାଇଁ 50 । ସବୁ ଏନଏସିରେ ବିଡ଼ିଓ ମାନେ କାର୍ଯ୍ୟକାରୀ ଅଫିସର ଭାବେ ଦାୟିତ୍ବରେ ରହିବେ । ଜିଲ୍ଲାପାଳ ପ୍ରଶାସନିକ ଅଫିସର ଭାବେ କାମକରିବେ ।’
ଇଟିଭି ଭାରତ, ଭୁବନେଶ୍ବର

