ETV Bharat / state

ମଧ୍ୟପ୍ରାଚ୍ୟ ଦେଶରେ ବିଗୁଡୁଛି ସ୍ଥିତି; ପ୍ରବାସୀ ଓଡ଼ିଆଙ୍କ ପାଇଁ ପଦକ୍ଷେପ, ନୋଡାଲ ଅଧିକାରୀ ନିଯୁକ୍ତ

ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କୁ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି ।

MIDDLE EAST CRISIS
ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ସଂପର୍କିତ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 12:20 AM IST

2 Min Read
Choose ETV Bharat

ଭୁବନେଶ୍ୱର: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ସଂପର୍କିତ ଏହି ବୈଠକରେ ଆଲୋଚନା ହୋଇଛି । ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଦେଇଛନ୍ତି ।

ଆମେରିକା ଓ ଇସ୍ରାଏଲ-ଇରାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ । ଦୁଇ ଗୋଷ୍ଠୀ ପରସ୍ପରର ସହଯୋଗୀ ରାଷ୍ଟ୍ରଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ଫଳରେ ମଧ୍ୟ ପ୍ରାଚ୍ୟ ଦେଶରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଏହି ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସେମାନଙ୍କର ସ୍ଥିତି ସଂପର୍କରେ ସୂଚନା ସଂଗ୍ରହ ଏବଂ ଆବଶ୍ୟକତା ଅନୁସାରେ ସହଯୋଗ ଯୋଗାଇବା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାର ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ରହିବା ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଦେଇଛନ୍ତି ।



ପ୍ରବାସୀଙ୍କୁ ସହଯୋଗ ପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର କରିଛନ୍ତି । ଏହି ନମ୍ବର ହେଉଛି ୮୦୦-୪୬୩୪୨ ଓ ହ୍ୱାଟ୍ସ ଆପ୍ ନଂ- ୯୭୧୫୪୩୦୯୦୫୭୧ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ମୋ ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ବା ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଚସଙ୍କ ସହ ମିଳିତ ଭାବେ ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ଓଡିଶା ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କୁ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି । ସ୍ୱତନ୍ତ୍ର ଅଧିକାରୀଙ୍କ ଦୂରଭାଷ ନମ୍ବର - ୯୫୮୩୩୨୧୯୬୪ ରହିଛି ।



ପୋଲିସ ଜିପି ଓ୍ୱାଇ ବି ଖୁରାନିଆ ବୈଠକରେ ଯୋଗ ଦେଇ କହିଛନ୍ତି, "ସ୍ଥିତିକୁ ଅତି ନିକଟରୁ ନଜର ରଖାଯାଇ ଆବବଶ୍ୟକ ପଦକ୍ଷେପ ନିଆଯାଉଛି । ସଂପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ପରିସ୍ଥିତି ନିୟନ୍ତଣାଧିନ ଅଛି । ସାମାଜିକ ଗଣମାଧ୍ୟମରେ ହେଉଥିବା ପୋ​‌ଷ୍ଟଗୁଡିକୁ କଡ଼ାକଡ଼ି ଅନୁଧ୍ୟାନ କରାଯାଇ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି ।"

ବୈଠକରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର.ପି.କୋଚେ, ଓଡ଼ିଶା ମୋ ପରିବାରର ନିର୍ଦ୍ଦେଶକ ତଥା ରାଜ୍ୟ ସଂସ୍କୃତି ବିଭାଗର ସଚିବ ଡଃ. ବିଜୟ କେତନ ଉପାଧ୍ୟାୟ, ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; 'ଆମେରିକା ବେସ' ପାଇଁ ଫସିଲେ ଇରାନର ପଡୋଶୀ ଦେଶ, ଏବେ କେଉଁ ରାସ୍ତା ବାଛିବେ

ଇଟିଭି ଭାରତ, ଭୁବନେଶ୍ୱର