ETV Bharat / state

ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ର ଦଶମ ଦ୍ୱିବାର୍ଷିକ ସଂଶୋଧନ, ସହାୟତା ବୃଦ୍ଧି କଲେ ସରକାର

ରାଜ୍ୟ ସରକାର ଓଡ଼ିଶା ପୁନର୍ବାସ ଏବଂ ପୁନର୍ବାସ ନୀତି, ୨୦୦୬ ଅନ୍ତର୍ଗତ ପ୍ରକଳ୍ପ ପ୍ରଭାବିତ ପରିବାର ପାଇଁ ହାର ସଂଶୋଧନ ଘୋଷଣା କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

RESETTLEMENT REHABILITATION POLICY
ଲୋକସେବା ଭବନ (Odisha Govt)
author img

By ETV Bharat Odisha Team

Published : August 26, 2026 at 9:28 AM IST

2 Min Read
Choose ETV Bharat

Resettlement and Rehabilitation Policy ଭୁବନେଶ୍ବର: ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ଧାରା ୧୩ ଅନୁଯାୟୀ ରାଜ୍ୟ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ଥିକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି । ଏହି ସଂଶୋଧିତ ହାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ସଂଶୋଧିତ ହାର ଅନୁଯାୟୀ, ସ୍ୱ-ପୁନର୍ବସତି (ପୁନର୍ବସତି କଲୋନୀ ବାହାରେ) ପାଇଁ ସହାୟତା ୧ ଲକ୍ଷ ୧୩ ହଜାର ୧୨୮ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୧୬ ହଜାର ୫୫୦ ଟଙ୍କା କରାଯାଇଛି । ସେହିପରି ଘର ନିର୍ମାଣ ସହାୟତା ୩ ଲକ୍ଷ ୩୯ ହଜାର ୩୮୩ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୯ ହଜାର ୬୫୦ ଟଙ୍କା ହୋଇଛି ।

ସହାୟତାରେ ସଂଶୋଧନ:

ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ମଧ୍ୟ ସଂଶୋଧନ କରାଯାଇଛି । ବର୍ଗ-୧ ପାଇଁ ଏହି ସହାୟତା ୧୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ବର୍ଗ-୨ ପାଇଁ ୬ ଲକ୍ଷ ୯୯ ହଜାର ୩୦୦ ଟଙ୍କା, ବର୍ଗ-୩ ପାଇଁ ୪ ଲକ୍ଷ ୬୬ ହଜାର ୨୦୦ ଟଙ୍କା ଏବଂ ବର୍ଗ-୪ ଓ ୫ ପାଇଁ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ଏହି ସମାନ ହାରରେ ସଂଶୋଧିତ ହୋଇଛି । ବର୍ଗ-୧ ପାଇଁ ୧୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ବର୍ଗ-୨ ପାଇଁ ୬ ଲକ୍ଷ ୯୯ ହଜାର ୩୦୦ ଟଙ୍କା, ବର୍ଗ-୩ ପାଇଁ ୪ ଲକ୍ଷ ୬୬ ହଜାର ୨୦୦ ଟଙ୍କା ଏବଂ ବର୍ଗ-୪, ୫ ଓ ୬ ପାଇଁ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ସ୍ଥିରୀକୃତ ହୋଇଛି ।

ଜଳସେଚିତ ଜମି ପିଛା ଅନୁଦାନ ବୃଦ୍ଧିଜ୍ଞ

କୃଷି ଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୨ ଲକ୍ଷ ୨୬ ହଜାର ୨୫୫ ଟଙ୍କାରୁ ବୃଦ୍ଧି ପାଇ ୨ ଲକ୍ଷ ୩୩ ହଜାର ୧୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୧ ଲକ୍ଷ ୧୩ ହଜାର ୧୨୮ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୧୬ ହଜାର ୫୫୦ ଟଙ୍କା କରାଯାଇଛି । ଏହା ବ୍ୟତୀତ, ରକ୍ଷଣାବେକ୍ଷଣ ଭତ୍ତା ମାସିକ ୪ ହଜାର ୫୨୫ ଟଙ୍କାରୁ ବୃଦ୍ଧି ପାଇ ୪ ହଜାର ୬୬୨ ଟଙ୍କା, ଅସ୍ଥାୟୀ ଶେଡ ପାଇଁ ସହାୟତା ୨୨ ହଜାର ୬୨୬ ଟଙ୍କାରୁ ବୃଦ୍ଧି ପାଇ ୨୩ ହଜାର ୩୧୦ ଟଙ୍କା ଏବଂ ପରିବହନ ଭତ୍ତା ୪ ହଜାର ୫୨୫ ଟଙ୍କାରୁ ବୃଦ୍ଧି ପାଇ ୪ ହଜାର ୬୬୨ ଟଙ୍କା କରାଯାଇଛି ।



ସଂଶୋଧିତ ହାର ଗୁଡ଼ିକ ୧ ଏପ୍ରିଲ ୨୦୨୬ରୁ ଲାଗୁ ହୋଇ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସଂଶୋଧନ ପାଇଁ ଅର୍ଥ ବିଭାଗର ସହମତି ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସଂଶୋଧିତ ଅନୁଦାନ ହାର ସମ୍ପର୍କରେ ସମ୍ପୃକ୍ତ ସମସ୍ତ ବିଭାଗ, ରାଜସ୍ୱ ଡିଭିଜନାଲ କମିଶନର, ଜିଲ୍ଲାପାଳ, ରାଜସ୍ୱ କର୍ତ୍ତୃପକ୍ଷ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କୁ ଅବଗତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...

IAS ସ୍ତରରେ ଅଦଳବଦଳ, I&PR, ମାଧ୍ୟମିକ ଶିକ୍ଷା ଓ AYUSH ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ

ସହରରେ ଜମି କିସମ ପରିବର୍ତ୍ତନ ନିୟମ ହେବ ସହଜ; ମୌସୁମୀ ଅଧିବେଶନରେ ଆସିପାରେ ଭୂ-ସଂସ୍କାର ସଂଶୋଧନ ବିଲ୍

ଇଟିଭି ଭାରତ, ଭୁବନେଶ୍ବର