IAS ସ୍ତରରେ ଅଦଳବଦଳ, I&PR, ମାଧ୍ୟମିକ ଶିକ୍ଷା ଓ AYUSH ପାଇଁ ନୂଆ ନିର୍ଦ୍ଦେଶକ ନିଯୁକ୍ତ
ଓଡ଼ିଶାରେ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ସଞ୍ଜୟ କୁମାର ବିଶ୍ୱାଳ I&PR ନିର୍ଦ୍ଦେଶକ ଭାବରେ ନିଯୁକ୍ତ ।

Published : August 26, 2026 at 7:52 AM IST
IAS Reshuffle ଭୁବନେଶ୍ବର: ଓଡ଼ିଶା ସରକାର IAS ସ୍ତରରେ ଅଦଳବଦଳ କରିଛନ୍ତି । ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, 7 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ଏବଂ ପୋଷ୍ଟିଂ ଆଦେଶ ଜାରି କରିଛି । ଅଗଷ୍ଟ 25 ତାରିଖରେ ପ୍ରକାଶିତ ଏହି ବିଜ୍ଞପ୍ତି ଶିକ୍ଷା, ଗୃହ ବ୍ୟାପାର, ପରିବେଶ, ସ୍ୱାସ୍ଥ୍ୟ ଏବଂ ସାଧାରଣ ଯୋଗାଯୋଗର ପ୍ରମୁଖ ପଦବୀରେ ନୂତନ IAS ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।
ନୂଆ I&PR ନିର୍ଦ୍ଦେଶକ :
ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ (NSCS-2015) ଭୁବନେଶ୍ୱରର ନୂଆ ସୂଚନା ଏବଂ ଲୋକସମ୍ପର୍କ (Information and Public Relations) ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା IAS ବୀରେନ୍ଦ୍ର କୋରକୋରା (SCS-2014)ଙ୍କୁ ଗୃହ ବିଭାଗରେ ସରକାରଙ୍କ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ OBC ନିର୍ଦ୍ଦେଶକ ଥିବା IAS ଜୁଗଳେଶ୍ୱରୀ ଦାଶ (SCS-2015) ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ (Director of Secondary Education) ଭାବରେ ଦାୟିତ୍ୱ ଗ୍ରହଣ କରିବେ ।
AYUSH ନିର୍ଦ୍ଦେଶିକା ହେଲେ ଅର୍ଚ୍ଚନା ଦାସ:
ଗୃହ ବିଭାଗର ଅତିରିକ୍ତ ସଚିବ IAS ଆରାଧନା ଦାସ (SCS-2014)ଙ୍କୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ଅବକାରୀ ବିଭାଗର ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଆୟୁଷ ନିର୍ଦ୍ଦେଶକ (Director of AYUSH) ଭାବରେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ଆୟୁଷର ନିର୍ଦ୍ଦେଶକ ଅଞ୍ଜନା ପଣ୍ଡା (SCS-2015)ଙ୍କୁ ଅବକାରୀ ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି ।
ପୂର୍ତ୍ତ ବିଭାଗର ଉପସଚିବ IAS ସୁନ୍ଦରା ମାଧବା ପାଢ଼ୀ(NSCS-2020)ଙ୍କୁ ଓଡ଼ିଶା ନୌବାଣିଜ୍ୟ ବୋର୍ଡର ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମହାପ୍ରବନ୍ଧକ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।
ଏହା ମଧ୍ୟ ପଢ଼ନ୍ତୁ... OASରୁ IASକୁ ପଦୋନ୍ନତି ହେବେ 15 ଅଧିକାରୀ; ମଙ୍ଗଳବାର ଭୁବନେଶ୍ବରରେ UPSC ଚୟନ କମିଟି ବୈଠକ ପ୍ରଶାସନିକ ସ୍ତରରେ ଅଦଳବଦଳ; ମୁଖ୍ୟ ଶାସନ ସଚିବଙ୍କ OSD ହେଲେ ବରିଷ୍ଠ OAS ଅଫିସର ପିନାକୀ ପଟ୍ଟନାୟକ |
ଇଟିଭି ଭାରତ, ଭୁବନେଶ୍ବର

