ଘରେ ଘରେ ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର, ଆସିଲା ଗାଇଡଲାଇନ
ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ।

Published : January 3, 2026 at 7:31 PM IST
Smart Meter Drive ଭୁବନେଶ୍ବର: ରାଜ୍ୟରେ ଘରେ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଛି ଓଡ଼ିଶା ଶକ୍ତି ବିଭାଗ l 735 କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟରେ 2 କିଲୋୱାଟ ପର୍ଯ୍ୟନ୍ତ ଥିବା 8 ଲକ୍ଷ 75 ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଏହି ବାବଦକୁ 340 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି 2 ଲକ୍ଷ 78 ହଜାର 100 ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବେ । ଏଥିପାଇଁ 88 କୋଟି ଟଙ୍କା ଖର୍ଚ୍ଚ ହେବ l ମାର୍ଚ୍ଚ 2025 ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡା ବାବଦକୁ 307 କୋଟି ଟଙ୍କା ବହନ କରିବେ ସରକାର । ସ୍ମାର୍ଟ ମିଟର ଏବଂ ମିଟର ଭଡା ଛାଡ଼କୁ ଲଗାଇ 735 କୋଟି ଖର୍ଚ୍ଚ କରିବେ ସରକାର ।
- ସ୍ମାର୍ଟ ମିଟର ସଂସ୍ଥାପନ -ଅଣ ସ୍ମାର୍ଟ ମିଟରକୁ ସ୍ମାର୍ଟ ମିଟରକୁ ବଦଳାଯିବା: 8,75,000ଟି
- ସ୍ମାର୍ଟ ମିଟର ସଂସ୍ଥାପନ-ନୂତନ ସଂଯୋଗ: 2,78,100ଟି
- ଅଣ-ସ୍ମାର୍ଟ ମିଟରରୁ ସ୍ମାର୍ଟ ମିଟରକୁ ବଦଳାଇବାରେ ଖର୍ଚ୍ଚ ହେବ : 340 କୋଟି
- ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ସ୍ଥାପନର ଖର୍ଚ୍ଚ: 88 କୋଟି
- 24.03.2025 ତାରିଖର ଖୁଚୁରା ଯୋଗାଣ ଶୁଳ୍କ ଆଦେଶ ଅନୁଯାୟୀ, ମାର୍ଚ୍ଚ 2025 ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡା ବାବଦକୁ 307 କୋଟି ।
- ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି
ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ l ଓଡ଼ିଶାରେ TPCODL, TPNODL, TPSODL, TPWODL ପାଇଁ ଲାଗୁ କରାଯାଇଛି l ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ 88 କୋଟି ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଶକ୍ତି ବିଭାଗ ଅଧୀନରେ ରହିବ । ବିଦ୍ୟୁତ୍ ବିତରକ କମ୍ପାନି ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।
ତେବେ ଏହି ସ୍ମାର୍ଟ ମିଟରକୁ ନେଇ କଂଗ୍ରେସ ଓଡିଶା ସାରା ବିକ୍ଷୋଭ କରିଥିଲା । ରାଜଧାନୀରେ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ l
ଇଟିଭି ଭାରତ, ଭୁବନେଶ୍ବର

