ETV Bharat / state

ସାକୁରା ସାଇନ୍ସ ପ୍ରୋଗ୍ରାମରେ ଭାରତକୁ ପ୍ରତିନିଧିତ୍ୱ କରି ଫେରିଲେ ଓଡ଼ିଶାର ୪ ମେଧାବୀ ଛାତ୍ରଛାତ୍ରୀ

ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ପକ୍ଷରୁ ଭାରତ ସମେତ ଏସୀୟ ଦେଶଗୁଡ଼ିକର ମେଧାବୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥାଏ। ରିପୋର୍ଟ-ବିକାଶ କୁମାର ଦାସ

Sakura Science High School Program 2026
ଜାପାନ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026ରେ ଭାଗ ନେଇଥିଲେ 4 ଓଡ଼ିଆ ଛାତ୍ରଛାତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : June 3, 2026 at 11:52 AM IST

2 Min Read
Choose ETV Bharat

SAKURA SCIENCE HIGH SCHOOL PROGRAM , ଭୁବନେଶ୍ବର: ରାଜ୍ୟର ଚାରି ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଆୟୋଜିତ ‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ (SSHP)–୨୦୨୬’ରେ ଭାରତରୁ ପ୍ରତିନିଧିତ୍ୱ କରି ଓଡ଼ିଶା ସମେତ ଦେଶର ନାମକୁ ଅନ୍ତର୍ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି । ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି (JST) ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ଓଡ଼ିଶାର ଏହି ଛାତ୍ରଛାତ୍ରୀମାନେ, ମେ' ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦଶ ଦିନିଆ ଜାପାନ ଗସ୍ତ ସଫଳତାର ସହ ସମାପ୍ତ କରି ସ୍ବଦେଶ ଫେରିଛନ୍ତି ।



‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ (SSHP)–୨୦୨୬’ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବିଷ୍ଣୁ ପ୍ରସାଦ ଜେନା (ବି.ଜେ.ବି ଜେ.ସ୍.ସ୍, ଭୁବନେଶ୍ୱର), ଶୁଭମ୍ ନାୟକ (ସରକାରୀ ହାଇସ୍କୁଲ, କୋରାପୁଟ), ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ (ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେଲକୋଇ, କେନ୍ଦୁଝର) ଏବଂ ଆଦ୍ୟାଶା ପଣ୍ଡା (ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରେଙ୍ଗାଲି, ସମ୍ବଲପୁର)। ସେମାନେ ଜାପାନର ତ୍ସୁକୁବା ଓ ଆସାକୁସା ପରି ପ୍ରସିଦ୍ଧ ସହର ଭ୍ରମଣ କରିବା ସହ ‘ଶିବାଉରା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ଏବଂ ‘କାଶିୱା ଜୁନିୟର ଆଣ୍ଡ ସିନିୟର ହାଇସ୍କୁଲ’ରେ ଆୟୋଜିତ ବିଭିନ୍ନ ବୈଜ୍ଞାନିକ ଓ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇଥିଲେ।

Sakura Science High School Program  2026
ଜାପାନରେ ଅନୁଷ୍ଠିତ ହୋଇଯାଇଛି ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026 (ETV Bharat Odisha)



ଜାପାନ ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ ଜାପାନର ପ୍ରସିଦ୍ଧ ସହର ତୁସୁକୁବା (Tsukuba) ଏବଂ ଆସାକୁସା (Asakusa) ଭ୍ରମଣ କରିବା ସହ 'ଶିବାଉରା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି' ଏବଂ 'କାଶିୱା ଜୁନିୟର ଏବଂ ସିନିୟର ହାଇସ୍କୁଲ'ରେ ଆୟୋଜିତ ବିଭିନ୍ନ ଶୈକ୍ଷିକ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Odisha Students Represent India
ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026ରେ ସାମିଲ ହୋଇଥିବା 4 ଓଡ଼ିଆ ଛାତ୍ରଛାତ୍ରୀ (ETV Bharat Odisha)



ଏହି ଗସ୍ତ ସମୟରେ ସେମାନେ ଜାପାନର ଉନ୍ନତ ଗବେଷଣା ପ୍ରତିଷ୍ଠାନ, ଶୀର୍ଷସ୍ଥ ବିଶ୍ୱବିଦ୍ୟାଳୟ ଏବଂ ନବୀନ ବୈଜ୍ଞାନିକ ପ୍ରଯୁକ୍ତିକୁ ନିକଟରୁ ଅନୁଭବ କରିଥିଲେ । ଏହାସହ ନୋବେଲ ବିଜେତା ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କର ବକ୍ତବ୍ୟ ଶୁଣିବାର ସୁଯୋଗ ମଧ୍ୟ ପାଇଥିଲେ । ବିଜ୍ଞାନ, ନବୋନ୍ମେଷ ଓ ଅନ୍ତର୍ଜାତୀୟ ସଂସ୍କୃତି ସହ ସିଧାସଳଖ ସମ୍ପର୍କ ସେମାନଙ୍କ ଭବିଷ୍ୟତ ଗଠନରେ ନିଶ୍ଚିତ ଭାବେ ନୂଆ ଦିଗ ଦେଖାଇବ।

କଣ ଏହି ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ ?
'ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ' ହେଉଛି ଏକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ । ଯେଉଁଥିରେ ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ପକ୍ଷରୁ ଏସୀୟ ଦେଶଗୁଡ଼ିକର ମେଧାବୀ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ଏକ ସପ୍ତାହ ପାଇଁ ଜାପାନ ଆମନ୍ତ୍ରଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଭାରତରୁ ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ୧୫ ବର୍ଷରୁ ଅଧିକ ବୟସର ଯୋଗ୍ୟ ଶିକ୍ଷାର୍ଥୀମାନଙ୍କୁ ଚୟନ କରାଯାଇ ଜାପାନର ଉନ୍ନତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସଂସ୍ପର୍ଶରେ ଆସିବାର ସୁଯୋଗ ପ୍ରଦାନ କରାଯାଏ ।

ଓଡ଼ିଶାର ଏହି ଚାରି ଜଣ ଛାତ୍ରଛାତ୍ରୀଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେବା ସହ ଓଡ଼ିଶାର ଅନ୍ୟାନ୍ୟ ଯୁବ ଶିକ୍ଷାର୍ଥୀ ଓ ଭବିଷ୍ୟତର ବୈଜ୍ଞାନିକମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଶଶିକାନ୍ତଙ୍କ ଅଭିନବ ପ୍ରୟାସ, କାନ୍ଧରେ ପାଣି ଜାର୍‌ ଓ ହାତରେ ଗଛ, ଭଦ୍ରକରୁ ଭଦୋଦରା ଯାଏଁ ବାଣ୍ଟୁଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

ଏହା ମଧ୍ୟ ପଢନ୍ତୁ...Exclusive: ଯମଜ ଭାଇ ମାହରୁଫ୍- ମସରୁର JEE ଆଡଭାନ୍ସଡ୍ ଟପର୍, ଏକାଠି ପଢ଼ିବା ପାଇଁ IIT ମାଡ୍ରାସକୁ ବାଛିଲେ

ଇଟିଭି ଭାରତ, ଭୁବନେଶ୍ବର