ETV Bharat / state

ନାଲକୋ ଏବଂ ଆଦାନୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା; ଜମି, ଭିତ୍ତିଭୂମି ଓ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ସିଏସଙ୍କ ଗୁରୁତ୍ୱ

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନାଲକୋ ଏବଂ ଆଦାନୀ ଗ୍ରୁପର ପ୍ରମୁଖ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରିପୋର୍ଟ- ଭବାନୀ ଶଙ୍କର ଦାସ

CS ANU GARG REVIEW MEETING
ନାଲକୋ ଏବଂ ଆଦାନୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା; ଜମି, ଭିତ୍ତିଭୂମି ଓ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ସିଏସଙ୍କ ଗୁରୁତ୍ୱ (ETV Bharat Odisha)
author img

By ETV Bharat Odisha Team

Published : August 29, 2026 at 7:27 PM IST

2 Min Read
Choose ETV Bharat

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନାଲକୋ ଏବଂ ଆଦାନୀ ଗ୍ରୁପ୍‌ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ନିବେଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଜମି, ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଛି । ବୃହତ ଶିଳ୍ପ ନିବେଶ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଦେଇଛନ୍ତି ।

CS ANU GARG REVIEW MEETING
ନାଲକୋ ଏବଂ ଆଦାନୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା; ଜମି, ଭିତ୍ତିଭୂମି ଓ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ସିଏସଙ୍କ ଗୁରୁତ୍ୱ (ETV Bharat Odisha)

ନାଲକୋ ସମ୍ପର୍କିତ ଆଲୋଚନାରେ ସ୍ମେଲ୍ଟର ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଏବଂ ଉତ୍କଳ ‘ଡି’ ଏବଂ ‘ଇ’ କୋଇଲା ଖଣି ଭଳି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ହୋଇଛି । ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନ ଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆଦି ବିଷୟର ଅଗ୍ରଗତି ଉପରେ ଆଲୋଚନା ହୋଇଛି । ଏହା ସହ ଆଦାନୀ ଗ୍ରୁପର ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ନିବେଶ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । ବନ୍ଦର ଓ ବନ୍ଦର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ, ସିମେଣ୍ଟ, କୋଲ ଗ୍ୟାସିଫିକେସନ, ଡାଟା ସେଣ୍ଟର, ଖଣି, ଲଜିଷ୍ଟିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ଓ ପ୍ରକଳ୍ପ ଯୋଜନା ଉପସ୍ଥାପିତ ହୋଇଛି ।

ବିଶେଷକରି ଧାମରା ଓ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଆର୍ଥିକ କରିଡର ଓ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆବଶ୍ୟକତା ଓ ସମ୍ଭାବନା ନେଇ ଆଲୋଚନା ହୋଇଛି । ଜମି ଆବଶ୍ୟକତା, ଅଧିଗ୍ରହଣ, ସଡ଼କ ଓ ରେଳ ସଂଯୋଗ, ଉପକୂଳ ନିୟନ୍ତ୍ରଣ ଅଂଚଳ ସମ୍ପର୍କିତ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ବୃହତ ନିବେଶ ପାଇଁ ଅନୁକୂଳ ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇ ଦେଇ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

CS ANU GARG REVIEW MEETING
ନାଲକୋ ଏବଂ ଆଦାନୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା; ଜମି, ଭିତ୍ତିଭୂମି ଓ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ସିଏସଙ୍କ ଗୁରୁତ୍ୱ (ETV Bharat Odisha)


ମୁଖ୍ୟ ଶାସନ ସଚିବ ବୃହତ ଶିଳ୍ପ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ, ରାଜ୍ୟର ଶିଳ୍ପ ବିକାଶ, ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି । ପ୍ରକଳ୍ପଗୁଡ଼ିକ ସହ ଜଡ଼ିତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ, ନାଲକୋ, ଆଦାନୀ ଗ୍ରୁପ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି ସମୟବଦ୍ଧ ଓ ଫଳପ୍ରଦ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଆଦାନୀ ଗ୍ରୁପ କର୍ପୋରେଟ ବ୍ୟାପାର ସଭାପତିଙ୍କ ଉପସ୍ଥିତିରେ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଭବିଷ୍ୟତ ନିବେଶ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଛି ।

CS ANU GARG REVIEW MEETING
ନାଲକୋ ଏବଂ ଆଦାନୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା; ଜମି, ଭିତ୍ତିଭୂମି ଓ ଆନୁଷଙ୍ଗିକ ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ସିଏସଙ୍କ ଗୁରୁତ୍ୱ (ETV Bharat Odisha)


ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷା ଊଷା ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ସମେତ ଅର୍ଥ, ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ ଓ ପରିବହନ, ଜଳ ସଂପଦ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ଇଡକୋ, ଓଡ଼ିଶା ଖଣି ନିଗମ, ଇପିକଲ, ଟିପିସିଓଡିଏଲର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଅନୁଗୋଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, କଟକ ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି; ଓଡ଼ିଶାର ସ୍ୱାର୍ଥ ପାଇଁ ଠିଆ ହେବାକୁ ଆହ୍ବନ ଦେଲେ ନବୀନ, କଡ଼ା ଜବାବ ରଖିଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ରାଖୀପୂର୍ଣିମାରେ ଭଉଣୀଙ୍କୁ ଭେଟି: ନୟାଗଡ଼ରୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ 'ସୁଭଦ୍ରା'ର ପଞ୍ଚମ କିସ୍ତି

ଇଟିଭି ଭାରତ, ଭୁବନେଶ୍ବର